ପରିଶ୍ରମ ପୋର୍ଟାଲରେ ସ୍ବୟଂଚାଳିତ ହେବ ୫୨ ସେବା

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ପରିଶ୍ରମ ପୋର୍ଟାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ୧୭ ତାରିଖରେ ଲୋକାର୍ପଣ କରାଯାଇଛି। ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ସମୁଦାୟ ୫୨ ସେବାକୁ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ପ୍ରକ୍ରିୟା ଦ୍ୱାରା ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ଯୋଗାଇବା ଉଦ୍ଦ୍ୟେଶରେ ପରିଶ୍ରମ ପୋର୍ଟାଲର ପରିକଳ୍ପନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପୋର୍ଟଲ ଅଧିନରେ ୨୨ ସେବା ଆନ୍‌ଲାଇନ୍‌ ମାଧ୍ୟମରେ ଉପଲବ୍ଧ କରାଯାଇଛି। ଏହା ସଫଳ ଭାବେ କାର୍ଯ୍ୟକ୍ଷମ ହେଉଛି। ୨ୟ ପର୍ଯ୍ୟାୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ମଙ୍ଗଳବାର ବାକି ୩୦ ସେବାରର ଲୋକାର୍ପଣ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୫ଟି ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ ସେବା ଯୋଗାଇ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ ଶ୍ରମ ଆଇନ ଏବଂ ୨ ନୂତନ ଯୋଜନା ଅଧୀନରେ ୩୦ ସେବାର ଅନ୍‌ଲାଇନ୍‌ ଆବେଦନ ଅନୁମୋଦନ ଲାଗି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିଭିନ୍ନ ବୃହତ, ମଧ୍ୟମ, ଏବଂ କ୍ଷୁଦ୍ର ଶିଳ୍ପ, ମୋଟର ପରିବହନ, ବିଡି ତିଆରି ଶିଳ୍ପ ଇତ୍ୟାଦି ଅଂଶୀଦାରମାନେ ଖୁବ୍‌ ସହଜରେ ଆବଶ୍ୟକ ସେବାଗୁଡିକ ଉପଲବ୍ଧ କରିପାରିବେ। ଏହାସହ ଶିଳ୍ପ ସଂସ୍ଥାଗୁଡିକରେ ଛୁଟି ତାଲିକା ଅନୁମୋଦନ, ସ୍ଥାୟୀ ଆଦେଶ ପ୍ରମାଣପତ୍ର ଅନୁମୋଦନ ଇତ୍ୟାଦି ସେବାଗୁଡିକୁ ପରିଶ୍ରମ ପୋର୍ଟାଲ ଅଧୀନରେ ସରଳୀକୃତ ଇ-ପ୍ରଣାଳୀ ଦ୍ୱାରା ତ୍ୱରାନ୍ବିତ ଭାବେ ଏବଂ ସ୍ବଚ୍ଛତାର ସହିତ ଯୋଗାଇଦେବା ହେତୁ ରାଜ୍ୟରେ ବ୍ୟବସାୟ ସ୍ବଚ୍ଛନ୍ଦୀକରଣକୁ ପ୍ରୋତ୍ସାହିତ କରିବ। ଏବେସୁଦ୍ଧା ବିଭିନ୍ନ ଶିଳ୍ପଦ୍ୟୋଗୀ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଠିକାଦାର ଇତ୍ୟାଦି ଏହି ପୋର୍ଟାଲରେ ୧୧୮୫୪ ଦରଖାସ୍ତ ଦାଖଲ କରିଛନ୍ତି। ସେଥିରୁ ୧୦୫୭୯ ଦରଖାସ୍ତରେ ଆବଶ୍ୟକ ସେବା ମଞ୍ଜୁର କରାଯାଇଛି। ତୃତୀୟ ପକ୍ଷ ଚାହିଁଲେ ଯେକୌଣସି ଅନୁମୋଦନ ପ୍ରମାଣପତ୍ର ଏହି ପୋର୍ଟାଲରେ ଦେଖିପାରିବେ। ଏହି ପୋର୍ଟାଲରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କାରଖାନା, ୫୦ ହଜାରରୁ ଅଧିକ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଏବଂ ଲକ୍ଷେରୁ ଅଧିକ ଅଂଶୀଦାର ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri