Advertisement
Posted inଜାତୀୟ

ରାଜନୀତିରେ ମଧୁରତା ଥିଲା, ହେଲେ ଏବେ ନାହିଁ: ମମତା

କୋଲକାତା,୨୩।୧: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ। ଯାହାକୁ ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କୁ ମନେ ପକାଇ କହିଛନ୍ତି ଯେ, ନେତାଜୀଙ୍କ ପରିବାର ସହ ଆମର ଏକ ବିଶେଷ ସମ୍ପର୍କ ରହିଛି। ଏଥିସହ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସେହି ସମୟରେ ନେତାଜୀ ସ୍ବରାଜ ଦ୍ୱୀପରେ ତ୍ରିରଙ୍ଗା ଉଡାଇଥିଲେ। ହେଲେ ଆଜି କିଛି ଲୋକ ନାମକରଣ କରୁଛନ୍ତି। ବାସ୍ତବରେ, ନେତାଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ଏବଂ ନିକୋବରର ୨୧ଟି ବଡ଼ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରିଛନ୍ତି। ମମତା ଆହୁରି କହିଛନ୍ତି, ପୂର୍ବରୁ ରାଜନୀତିରେ ମଧୁରତା ଥିଲା, ଗର୍ବ ଥିଲା, ଯୁଦ୍ଧ ଥିଲା, ସମ୍ମାନ ଥିଲା ହେଲେ ଏବେ ନାହିଁ। ବର୍ତ୍ତମାନ କୌଣସି ବିଶ୍ୱସନୀୟତା ନାହିଁ, ସତ୍ୟତା ନାହିଁ। ଆଜି ଦେଶ ଅତ୍ୟନ୍ତ ଅସହାୟ ହୋଇପଡିଛି ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଆର୍‌ଡିଓ ଭବନରେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ଏହି ଅବସରରେ ଡିଆର୍‌ଡିଓ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,...

ବେଲଗାଭିରେ ୧୪୪ ଧାରା

ବେଲଗାଭି/ନୂଆଦିଲ୍ଲୀ ,୨୦।୧୨ : ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ସୋମବାର ଉଗ୍ର ରୂପ ଧାରଣ କରିଛି। ମହାରାଷ୍ଟ୍ର ଏକୀକରଣ ସମିତି (ଏମ୍‌ଇଏସ୍‌)ର ସଦସ୍ୟଙ୍କ ସହ ଏନ୍‌ସିପି ନେତାମାନେ...

ସେନା ହେଲିକପ୍ଟର ନିର୍ମାଣ କରିବ ହାଲ୍‌

ନୂଆଦିଲ୍ଲୀ,୨ା୩(ପି.ଟି.): ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃ (ହାଲ୍‌) ସୈନ୍ୟବାହିନୀ ପାଇଁ ୧୦ରୁ ୧୨ ଟନ୍‌ ଓଜନ ବିଶିଷ୍ଟ ଲଢ଼ୁଆ ହେଲିକପ୍ଟର ନିର୍ମାଣ କରିବ। ଏହା ବିଶ୍ୱ ସ୍ତରରେ...

ଅନ୍ୟ ମାମଲାରେ ଜେଲରେ ରହିବେ ସିଦ୍ଦିକ କାପ୍ପାନ

ଲକ୍ଷ୍ନୌ,୧୪ା୯(ପି.ଟି.): କେରଳର ଖବରଦାତା ସିଦ୍ଦିକ୍‌ କାପ୍ପାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଥିଲେ ହେଁ ଅନ୍ୟ ଏକ ମାମଲାରେ ସେ ଜେଲରେ ରହିବେ ବୋଲି କାରାଗାର...

ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା :ଭାଜପା ୧୪୪, ଶିବସେନା ୧୨୬

ନୂଆଦିଲ୍ଲୀ,୨୭।୯:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ଏକାଠି ମିଶି ନିର୍ବାଚନ ଲଢୁଥିବାବେଳେ ଗୁରୁବାର ଏମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଡ଼ିଛି। ମୋଟ ୨୮୮ ଆସନ...

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୩୦।୯: ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା। ବାରମୂଲାର ବିଦିପୋରା ପଟନ...

ହାଥରସ୍‌ ଗଣବଳାତ୍କାର: ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ଲକ୍ଷ୍ନୌ, ୧୮।୧୨- ଉତ୍ତରପ୍ରଦେଶର ହାଥରସ ଜିଲାରେ ଘଟିଥିବା ଗଣବଳାତ୍କାର ଘଟଣା ଲୋକଲୋଚନକୁ ଆସିବାର ପ୍ରାୟ ୩ ମାସ ପରେ ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌...

ଅଯୋଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୮।୭: ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ରାମ ସନେହି ଘାଟ କୋତଓ୍ବାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା...

Advertisement
Archives

Model This Week