ପୁଣି ଦବିଲା ଲୁଣା ନଦୀବନ୍ଧ, ୭ ଗାଁରେ ଆତଙ୍କ

ଡେରାବିଶ,୧୧ା୧୧(ସ୍ବ.ପ୍ର.): ଲୁଣା-ଚିତ୍ରୋପତ୍ଳା ଦ୍ୱିପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତ ପକ୍ଷୋଟଠାରେ ଗତ ଶୁକ୍ରବାର ରାତିରେ ଲୁଣା ନଦୀବନ୍ଧର ଦକ୍ଷିଣ ପାର୍ଶ୍ୱରେ ୪୦ ଫୁଟ ନଦୀବନ୍ଧ ଦବି ଯାଇଥିଲା। ଗୁରୁବାର ଏହି ନଦୀବନ୍ଧ ଆହୁରି ୨ ଫୁଟ ଦବି ଯିବାରୁ ଅଞ୍ଚଳବାସୀଙ୍କ ଭିତରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି। କେଉଁ ମୁହୁର୍ତ୍ତରେ ନଦୀବନ୍ଧ ଭୁଶୁଡ଼ି ଯିବ ଏହି ଆଶଙ୍କାରେ ମାର୍ଶାଘାଇ, ଗରଦପୁର ଓ ଡେରାବିଶ ବ୍ଲକର ପକ୍ଷୋଟ, ଜଳପୋକ, କଣିବାଙ୍କ, ଶୃତିପୁର, ପୁରୁଷୋତମପୁର, ଶିଶୁଆ ଓ ଷଠିଲୋ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଶେଷକରି ନଦୀବନ୍ଧ କଡ଼ରେ ଥିବା ଗ୍ରାମ ସବୁର ଘରଗୁଡ଼ିକ କେତେବେଳେ ଯେ ଭୁଶୁଡ଼ି ପଡିବ ସେହି ଆଶଙ୍କାରେ କେତେଗୋଟି ପରିବାର ୭ ଦିନ ହେବ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଏହି ନଦୀବନ୍ଧଟି ଜଳସମ୍ପଦ ବିଭାଗର କଟକ ନର୍ଥ ଡିଭିଜନ୍‌ ଅଧୀନରେ ରହିଛି। କେବଳ ଜଳସମ୍ପଦ ବିଭାଗର ସହକାରୀ ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ଘଟଣା ଘଟିବାର ୩ ଦିନ ପରେ ଆସି ଦବିଥିବା ନଦୀବନ୍ଧ ସ୍ଥାନ ପରିଦର୍ଶନ କରି ଫେରି ଯାଇଥିଲେ। ହେଲେ ଏଯାଏ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଅପରାହ୍ନରେ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଘଟଣା ସ୍ଥଳକୁ ଆସି ବନ୍ଧ ପରିଦର୍ଶନ କରିବା ସହ ବାଲି ଉତୋଳନ ହେଉଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ। ଏହାର ନିରାକରଣ ପାଇଁ ବୈଷୟିକ ଗତ ସମାଧାନ ପାଇଁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଏ ବିଷୟରେ ପୂର୍ବତନ ମନ୍ତ୍ରୀ ବିଜୟ କହିଛନ୍ତି, ବନ୍ଧ ନିକଟରେ ବେଆଇନ ବାଲି ଉତ୍ତୋଳନ କରାଯାଉଥିବାରୁ ନଦୀର ଝର ସୃଷ୍ଟି ହୋଇ ବନ୍ଧ ପ୍ରତି ବିପଦ ଦେଖାଦେଇଛି। ତେବେ ବାଲି ଉତ୍ତୋଳନ ବନ୍ଧ ଦବିବାର ମୁଖ୍ୟ କାରଣ ବୋଲି ବିଜୟ କହିଛନ୍ତି। ଏ ସମ୍ପର୍କରେ ଗୁରୁବାର କେନ୍ଦ୍ରାପଡ଼ା ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ବିଜୟ କହିଛନ୍ତି। ପକ୍ଷୋଟ ଗ୍ରାମର ବିଶ୍ୱଭୂଷଣ ମହାନ୍ତି, ମେଘନାଦ ରାଉତ, ସୁରେଶ ଦଳାଇ ପ୍ରମୁଖ ଗ୍ରାମବାସୀଙ୍କ ଏହି ନଦୀବନ୍ଧ ଯାତାୟାତ ପାଇଁ ଏକମାତ୍ର ରାସ୍ତା ବୋଲି ପ୍ରକାଶ କରିଛନ୍ତି। ୭ ଦିନ ହେବ ଏହି ବନ୍ଧ ଦବିଯିବା ଫଳରେ ପ୍ରଶାସନର ନୀରବତା ପାଇଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ୭ଟି ଗ୍ରାମବାସୀ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି ବୋଲି ସେମାନେ କହିଛନ୍ତି। ବିଜୟଙ୍କ ସହ ଭାଜପା ଜିଲା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ଭାଜପା ନେତା ସୁକାନ୍ତ ଦ୍ୱିବେଦୀ ଏବଂ ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri