ବିଜେଡିରୁ ନିଲମ୍ବନ ସଂକ୍ରାନ୍ତ ଚିଠି ଆସିନି: ବାଚସ୍ପତି

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଏସ୍‌ପିଙ୍କ ଏ ସଂକ୍ରାନ୍ତ ଚିଠି ବିଧାନସଭାକୁ ପ୍ରାପ୍ତ ହୋଇଥିବା ବାଚସ୍ପତି ଶୁକ୍ରବାର ଅପରାହ୍ନ ଅଧିବେଶନରେ ଅବଗତ କରାଇଥିଲେ। ସେ କହିଥିଲେ, ଗତ ୨୨ ତାରିଖରେ ବିଧାୟକଙ୍କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି। ବାଣପୁର ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ଜଗଦ୍ଦେବଙ୍କୁ ଗିରଫ କରାଯାଇ ବାଣପୁର ଉପକାରାଗାରକୁ ପଠାଇ ଦିଆଯାଇଥିବା ଖୋର୍ଦ୍ଧା ଏସ୍‌ପି ୨୩ ତାରିଖରେ ଚିଠି ମାଧ୍ୟମରେ ଜଣାଇଛନ୍ତି। ତେବେ ଉକ୍ତ ଚିଠି ବିଧାନସଭା ପକ୍ଷରୁ କେଉଁ ତାରିଖରେ ଗ୍ରହଣ କରାଯାଇଛି ବୋଲି ବାଚସ୍ପତିଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଯଦି ଉକ୍ତ ଚିଠି ୨୩ ତାରିଖ ପରିବର୍ତ୍ତେ ୨୫ ତାରିଖରେ ବିଧାନସଭାକୁ ପ୍ରାପ୍ତ ହୋଇଥିବ, ତା’ହେଲେ ଏହା ଗୃହର ସ୍ବାଧିକାର ଭଙ୍ଗ ବୋଲି ଧରାଯିବ। ଏହାର ଅନୁଧ୍ୟାନ କରିବାକୁ ସେ ଦାବି କରିଥିଲେ। ଏଥିସହ ବିଧାୟକ ଜଗଦ୍ଦେବ ବିଜେଡି ଦଳରୁ ନିଲମ୍ବିତ ହେବା ସଂକ୍ରାନ୍ତରେ ଯେଉଁ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି, ତା’ର ଘୋଷଣା ଗୃହରେ ବାଚସ୍ପତି କରିଛନ୍ତି କି ବୋଲି ପଚାରିଥିଲେ। ବାଚସ୍ପତି ସ୍ପଷ୍ଟୀକରଣ ରଖି କହିଥିଲେ, ଗିରଫଦାରି ଚିଠିଟି ୨୩ ତାରିଖରେ ଟାଇପ ହୋଇଛି ଏବଂ ୨୫ ତାରିଖରେ ବିଧାନସଭା ସଚିବଙ୍କ ଦ୍ୱାରା ପ୍ରାପ୍ତ ହୋଇଛି। ବିଧାୟକ ଜଗଦ୍ଦେବଙ୍କ ନିଲମ୍ବନ ସମ୍ପର୍କରେ କୌଣସି ଚିଠି ଆମ ପାଖକୁ ଆସିନାହିଁ ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri