ମହାନଦୀରେ ଆସିପାରେ ଛୋଟ ଧରଣର ବନ୍ୟା

ଭୁବନେଶ୍ୱର୧୫।୯(ବ୍ୟୁରୋ): ହୀରାକୁଦ ଉପର ମୁଣ୍ଡରେ ବର୍ଷା ଲାଗି ରହିଛି। ଏଥିଯୋଗୁ ମଙ୍ଗଳବାର ହୀରାକୁଦ ଡ୍ୟାମର ୧୨ଟି ଗେଟ ଖୋଲା ଯାଇଥିଲ। ବୁଧବାର ଅପରାହ୍ନରେ ଆଉ ୬ଟି ଗେଟ ଖୋଲା ଯାଇଛି। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ । ତେବେ ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବା ଆଶଙ୍କା ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଏଥିସହ ସେ କହିଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଏବେ ହୀରାକୁଦକୁ ୨.୫୮ କ୍ୟୁସେକ ଜଳ ପଶୁଥିବା ବେଳେ ୨.୨୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ ଜଳସ୍ତର ୬୨୮.୨୩ ଫୁଟ ରହିଛି । ଡ୍ୟାମ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି । ତେବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅଧିକ ଗେଟ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ ପାଣି ପାସ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଥିବା ଏସଆରସି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୬: ଓଡ଼ିଶାକୁ ଗତ ୪ ଦିନ ପୂର୍ବରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାର...

ଏପ୍ରିଲରୁ ‘କାରାଗାର ଅଦାଲତ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ଓଡିଶାରେ ଆରମ୍ଭ ହେବ କାରାଗାର ଅଦାଲତ। କୋର୍ଟରେ ଅନେକ କେସ୍‌ ବିଚାରଧୀନ ଅବସ୍ଥାରେ ପଡ଼ିରହିଛି। ଏଥିମଧ୍ୟରୁ ଅଧିକାଂଶ ଛୋଟ ମାମଲା ରହିଛି,...

ବସନ୍ତ ପଞ୍ଚମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆଜି ବସନ୍ତ ପଞ୍ଚମୀ ତଥା ମା’ ସରସ୍ବତୀଙ୍କ ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ...

ଡିଜିଟାଇଜେଶନ ହେବ ‘କଳାଭୂମି’ କଳାକୃତି: ସିଡାକ୍‌ ଏବଂ ‘ସିଏ ଆଣ୍ଡ୍‌ ଏ’ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ପୂର୍ବ ଭାରତର ସର୍ବବୃହତ୍‌ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ ଏହାର ନିଆରା କନ୍‌ସେପ୍ଟ ପାଇଁ ଦେଶବିଦେଶରେ ଲୋକପ୍ରିୟତା ହାସଲ କରିଥିବାବେଳେ ଏହାର ବିକାଶ...

ମନେପକାଇଲା ସେସୁ, ଦୁଇ ଦିନ ମଧ୍ୟରେ ବକେୟା ବିଲ୍‌ ନ ଦେଲେ କଟିବ ଲାଇନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଉପଭୋକ୍ତାମାନଙ୍କୁ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ବିଦ୍ୟୁତ୍‌ କାଟ୍‌ ହେବ ବୋଲି କହିଛି। ଆସନ୍ତା ୧୬...

ରକ୍ତରଞ୍ଜିତ ହେଲା ସୁନାମୁଖୀ ପୀଠ

ଭବାନୀପାଟଣା,୨୧।୧: କଳାହାଣ୍ଡି ଜିଲା ମା’ ମାଣୀକେଶ୍ୱରୀଙ୍କ ଛତରଯାତ୍ରା ପରେ ଅଲାତରାର ସୁନାମୁଖୀ ଯାତ୍ରାରେ ବଳି ପଡିବା ପ୍ରଥା ବହୁ ପ୍ରାଚୀନ। ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ...

୧୪ ରେଳ ଷ୍ଟେଶନକୁ ମିଳିଲା ଆଇଏସ୍‌ଓ ମାନ୍ୟତା: ଉନ୍ନତ ସେବା, ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ନିମନ୍ତେ ମିଳିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପରିବେଶ ଅନୁକୂଳ କାର୍ଯ୍ୟକଳାପ ଏବଂ ଉନ୍ନତ ସେବା ଲାଗି ପୂର୍ବତଟ ରେଳପଥର ୧୪ଟି ରେଳ ଷ୍ଟେଶନକୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ସ୍ବଚ୍ଛ ଏବଂ...

ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣା, ଦୀର୍ଘବର୍ଷ ପରେ ରାୟ ଶୁଣାଇଲେ କୋର୍ଟ

ଜଗତସିଂହପୁର ଅଫିସ,୯ା୫: ଦୀର୍ଘବର୍ଷ ପରେ ପ୍ରମୋଦିନୀ ରାଉଳ ଏସିଡ୍‌ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି ଜଗତସିଂହପୁର ସହକାରୀ ଦୌରାଜଜ୍‌ ତଥା ମହିଳା କୋର୍ଟ ବିଚାରପତି ରଶ୍ମିତା...

Advertisement
Archives

Model This Week