ପ୍ରାର୍ଥୀ ଚୟନ ନେଇ ଭାଜପାରେ ଛକାପଞ୍ଝା

ଢେଙ୍କାନାଳ,୨୯ା୩(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲଙ୍କୁ ବିଜେଡି ପୁନଃ ପ୍ରାର୍ଥୀ କରିବା ପରେ ଏଠାକାର ରାଜନୈତିକ ପାଣିପାଗ ଅଧିକ ସରଗରମ ହୋଇଯାଇଛି। ସୁଧୀରଙ୍କ ବିପକ୍ଷରେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ, ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଏଯାଏ ଏହି ଆସନ ପାଇଁ ଦୁଇ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଶେଷକରି ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେଇଥିବାରୁ ସେହି ଅନୁଯାୟୀ ଭାଜପାରୁ କିଏ ପ୍ରାର୍ଥୀ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଢେଙ୍କାନାଳ ବିଧାନସଭା କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକାରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଓ ନବୀନ ନନ୍ଦ ଏବଂ ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମାଙ୍କ ନାମ ରହିଥିବା ସ୍ଥାନୀୟ ସ୍ତରରେ ଆଲୋଚନା ହେଉଛି। ଆଶାୟୀ ଥିବା ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଏହି ଦୌଡ଼ରୁ ଓହରି ଯାଇଥିବା ତାଙ୍କ ସମର୍ଥକମାନଙ୍କ ସୂତ୍ରରୁ ଜଣାପଡ଼ିଛି। ଜୟନ୍ତୀ ଓହରିଯିବା ପରେ ଚୂଡ଼ାନ୍ତ ତାଲିକାରେ ତାଙ୍କ ଦିଅର କୃଷ୍ଣଚନ୍ଦ୍ରଙ୍କ ନାମ ରହିଛି। କୃଷ୍ଣଚନ୍ଦ୍ର ୨୦୦୦ ମସିହାରେ ବିଜେଡି-ଭାଜପା ମେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ହେଲେ ଏହା ପରଠାରୁ ସେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜିତ ହୋଇଆସିଛନ୍ତି। ସେହିପରି ନିକଟରେ ଭାଜପାରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବୀନ ନନ୍ଦ ୨୦୦୯ ମସିହାରେ ବିଜେଡି ଓ ଏନ୍‌ସିିପି ମଧ୍ୟରେ ହୋଇଥିବା ମେଣ୍ଟରେ ଏନ୍‌ସିପି ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ଏଥିପୂର୍ବରୁ ନବୀନ ୨୦୦୦ ମସିହାରେ ଗଁଦିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ। ଭାଜପାରୁ ଆଶାୟୀ ଥିବା କୃଷ୍ଣଚନ୍ଦ୍ର ଓ ନବୀନ ନନ୍ଦଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଉଭୟଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ବିଭିନ୍ନ ପ୍ରକାର ପୋଷ୍ଟ ଜାରି ରଖିଛନ୍ତି। ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଛି। ସେହିପରି ଯୁବ ଆଶାୟୀ ଭାବେ ଜିଲା ଭାଜପା ସାଧାରଣ ସମ୍ପାଦକ ସୁନୀଲ ଶର୍ମାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ୨୦୦୪-୨୦୦୫ରେ ଢେଙ୍କାନାଳ ପୌର ପରିଷଦର ଅଧ୍ୟକ୍ଷ ରହିଥିଲେ। ତେଣୁ ତାଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି। ସେହିପରି ଭାଜପାର କେତେଜଣ ସମର୍ଥକ ନୂଆମୁହଁ ଏବଂ ମହିଳା ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଯୁକ୍ତି ବାଢ଼ୁଛନ୍ତି। ତେବେ ଦଳ କାହା ସପକ୍ଷରେ ନିଜ ମତ ଦେଉଛି, ତାହାକୁ ହିଁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଜିଲା ଭାଜପା ସଭାପତି ନରେଶଚନ୍ଦ୍ର ମହାପାତ୍ର କହିଛନ୍ତି, ଦିନେ ଦୁଇଦିନ ମଧ୍ୟରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ କଟିବା ପରେ ସୂର୍ଯ୍ୟମଣିଙ୍କ ଘର ଆଗରେ ମେଳି

ଖଲ୍ଲିକୋଟ,୨୮ା୪(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକା ପ୍ରାର୍ଥୀ ରୂପେ ସୂର୍ଯ୍ୟମଣି ବୈଦ୍ୟଙ୍କ ନାମ ଘୋଷଣା ହୋଇଥିଲା କିନ୍ତୁ ଟିକେଟ୍‌ ପାଇଁ ନାମ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri