ନେପ୍‌ଚ୍ୟୁନ୍‌ ପଛରେ ଥାଇପାରେ ପୃଥିବୀ ଭଳି ଗ୍ରହ

ଟୋକିଓ, ୭ା୯ (ଆଇଏଏନ୍‌ଏସ୍‌): ବ୍ରହ୍ମାଣ୍ଡରେ ପୃଥିବୀ ଭଳି ଜୀବନସତ୍ତା ଥିବା ଅନ୍ୟ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ନିରନ୍ତା ସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥଳେ ଆମ ସୌରମଣ୍ଡଳର ନେପ୍‌ଚ୍ୟୁନ୍‌ (ବରୁଣ ଗ୍ରହ) ପଛରେ ପୃଥିବୀ ଭଳି ଗ୍ରହ ‘ପ୍ଲାନେଟ୍‌ ନାଇନ୍‌’ ରହିଥାଇପାରେ ବୋଲି ଜାପାନର ଖଗୋଳ ବିଜ୍ଞାନୀମାନେ ସେମାନଙ୍କ ଅନୁମାନ କରୁଛନ୍ତି। ୨୦୦୬ରେ ପ୍ଲୁଟୋକୁ ଛୋଟ ଗ୍ରହ ଭାବେ ଘୋଷଣା କରାଯିବା ପରେ ‘ପ୍ଲାନେଟ୍‌ ନାଇନ୍‌’ର ଅସ୍ଥିତ୍ୱ ଉପରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି। ଏଭଳିସ୍ଥଳେ ଜାପାନ ଖଗୋଳ ବିଜ୍ଞାନୀମାନଙ୍କ ଉପରୋକ୍ତ ଅନୁସନ୍ଧାନ ଅଷ୍ଟ୍ରୋନୋମିକାଲ ଜର୍ନାଲରେ ପ୍ରକାଶ ପାଇଛି।

ଓସାକାର କିଣ୍ଡାଇ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ସୋଫିଆ ଲାଇକାୱା ଏବଂ ଜାପାନ ନ୍ୟାଶନାଲ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣ ବିଭାଗର ଟାକାସି ଇଟୋ ‘କୁଇପର ବେଲ୍ଟ’ରେ ପୃଥିବୀ ପରି ଗ୍ରହର ସ୍ଥିତି ଅନୁମାନ କରିଛନ୍ତି। କୁଇପର ବେଲ୍ଟ ହେଉଛି ମଝିରେ କଣା ଥିବା ଗୋଲ ଆକୃତିର ଅଞ୍ଚଳ, ଯାହା ନେପ୍‌ଚ୍ୟୁନ୍‌ କକ୍ଷପଥ ନିକଟରୁ ସୂର୍ଯ୍ୟ ନିକଟ ଯାଏ ବିସ୍ତାରିତ।

ଏହା ଏକ ବୃହତ୍‌ ବଳୟ, ଯେଉଁଥିତ୍ରେ ଲକ୍ଷ ଲକ୍ଷ ଛୋଟବଡ଼ ଖଗୋଳୀୟ ବସ୍ତୁ ତଥା ଡାର୍ଫ ଗ୍ରହ, ଆଷ୍ଟେରଏଡ, କାର୍ବନ ବସ୍ତୁ ଏବଂ ମିଥେନ ଏବଂ ଆମୋନିଆ ଭଳିି ବରଫ ସଦୃଶ ଶୀତଳ ଉପାଦାନ ଭରି ରହିଛି। ଦୁଇ ଜାପାନୀ ଅନୁସନ୍ଧାନକାରୀଙ୍କ ଅନୁସାରେ ପ୍ଲାନେଟ୍‌ ନାଇନ୍‌ ପୃଥିବୀଠାରୁ ୧.୫ରୁ ୩ଗୁଣ ବଡ଼ ଏବଂ ସୂର୍ଯ୍ୟଠାରୁ ୫୦୦ ଆଷ୍ଟ୍ରୋନୋମିକାଲ ୟୁନିଟ୍‌ ଦୂରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶକୁ ଆମେରିକାର ୫୧ତମ ରାଜ୍ୟ ଦର୍ଶାଇଲେ ଟ୍ରମ୍ପ୍‌: ସାରା ବିଶ୍ୱରେ ହଲଚଲ

ୱାଶିଂଟନ, ୧୪ା୫:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଚାଇନା ଗସ୍ତରେ ଥିବା ସମୟରେ…

ସ୍କଟ୍‌ଲାଣ୍ଡରେ ୫,୦୦୦ ବର୍ଷର କୃତ୍ରିମ ଦ୍ୱୀପ ଆବିଷ୍କୃତ

ଏଡିନବର୍ଗ, ୧୪ା୫:ସ୍କଟ୍‌ଲାଣ୍ଡରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ରହସ୍ୟମୟ କୃତ୍ରିମ ଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ପ୍ରାଗୈତିହାସିକ…

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri