ସାପକାମୁଡ଼ା ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୭ା୯(ଅସମାପିକା ସାହୁ)ଓସ୍‌ଡମା ଦ୍ୱାରା ପ୍ରସ୍ତୁତ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌-୨୦୨୩ରେ ପ୍ରକାଶିତ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ୨୦୧୫-୧୬ ରୁ ୨୦୨୧-୨୨ ଅର୍ଥାତ୍‌ ୭ବର୍ଷରେ ୫,୩୩୩ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି। କିନ୍ତୁ ସେହି ବହିର ୩୫ ନମ୍ବର ପୃଷ୍ଠାରେ ଏହି ୭ବର୍ଷ ମଧ୍ୟରେ ୬,୧୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ସେହିଭଳି ୩୬ ନମ୍ବର ପୃଷ୍ଠାରେ ଦିଆଯାଇଥିବା ରାଜ୍ୟ ମାନଚିତ୍ରରେ ୩୦ ଜିଲାରେ ଦିଆଯାଇଥିବା ମୃତ୍ୟୁସଂଖ୍ୟାକୁ ମିଶାଇଲେ ମଧ୍ୟ ୬,୧୩୨ ହେଉଛି। କିନ୍ତୁ ସେହି ବହିର ୧୦୯ ନମ୍ବର ପୃଷ୍ଠାରେ ୨୦୧୫-୨୦୨୨ ମଧ୍ୟରେ ୬,୩୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି, ଯାହାକି ଓସ୍‌ଡମା ରିପୋର୍ଟର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଓସ୍‌ଡମା ପକ୍ଷରୁ ସାପକାମୁଡ଼ା ମୃତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଦିଆଯାଉଛି। ଯଦି ଏଠାରେ ମୃତ୍ୟୁ ସଂଖ୍ୟା ଠିକ୍‌ ନାହିଁ, ତେବେ ଏହି ଅନୁକମ୍ପା କେତେ ଜଣଙ୍କୁ ଦିଆଯାଇଛି ତାହା ମଧ୍ୟ ସନ୍ଦେହ ଘେରକୁ ଆସୁଛି।
ଅପରପକ୍ଷରେ ଏସ୍‌ଆର୍‌ସିଙ୍କ ୱେବ୍‌ସାଇଟରେ ୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ଆନୁଆଲ ରିପୋର୍ଟ ଅନ୍‌ ନାଚୁରାଲ କାଲାମିଟିଜ୍‌ ବହିର ତଥ୍ୟକୁ ଅନୁଧ୍ୟାନକଲେ ଓସ୍‌ଡମାର ତଥ୍ୟ ଅଧିକ ଦ୍ୱନ୍ଦ୍ୱ ବଢ଼ାଉଛି। ଏସ୍‌ଆର୍‌ସିଙ୍କ ଓ୍ବେବ୍‌ସାଇଟରେ ପ୍ରକାଶିତ ପୁସ୍ତକରେ ଦର୍ଶାଯାଇଛି ଯେ ୨୦୧୫-୧୬ରେ ୩୦୫ ଜଣଙ୍କ ସାପକାମୁଡ଼ାରେ ମୃତ୍ୟୁ ହୋଇଥିବାବେଳେ, ୨୦୧୬-୧୭ରେ ୫୪୨, ୨୦୧୭-୧୮ରେ ୮୨୪, ୨୦୧୮-୧୯ରେ ୮୨୩, ୨୦୧୯-୨୦ରେ ୯୫୧, ୨୦୨୦-୨୧ରେ ୧୦୩୫ ଏବଂ ୨୦୨୧-୨୨ରେ ୮୪୪ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୫୪ ନମ୍ବର ପୃଷ୍ଠାରେ ୨୦୨୦-୨୧ରେ ୧,୦୩୫ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବାବେଳେ ୫୫ ପୃଷ୍ଠାରେ ୧,୦୪୪ ଲେଖାଯିବାର କାରଣ କିଛି ଦର୍ଶାଯାଇ ନାହିଁ। ଏସ୍‌ଆର୍‌ସିଙ୍କ ତଥ୍ୟାନୁସାରେ ୨୦୧୫ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ ମୋଟ ୫,୩୩୩ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ଓସ୍‌ଡମାର ଷ୍ଟେଟ ପ୍ଲାନ୍‌ ୨୦୨୩ର ୨୨ ନମ୍ବର ପୃଷ୍ଠାରେ ଦିଆଯାଇଥିବା ତଥ୍ୟ ସହିତ ସମାନ ହେଉଛି।
ଏସ୍‌ଆର୍‌ସିଙ୍କ ୱେବ୍‌ସାଇଟରେ ଉପଲବ୍ଧ ପ୍ରତି ଜିଲାର ଡିଷ୍ଟ୍ରିକ୍ଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌ ରିପୋର୍ଟରେ ମଧ୍ୟ ତଥ୍ୟ ଠିକ୍‌ରେ ଦିଆଯାଇ ନ ଥିବା ଦେଖାଯାଇଛି। ୩୦ ଜିଲାରୁ ମାତ୍ର ୮ ଜିଲା ୨୦୧୫ ରୁ ୨୦୨୨ ଯାଏ ପ୍ରତି ଆର୍ଥିକ ବର୍ଷର ସାପ କାମୁଡ଼ା ମୃତ୍ୟୁସଂଖ୍ୟା ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ହେଲା ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, କଟକ, ଭଦ୍ରକ ଓ ବରଗଡ଼। କେବଳ ସମ୍ବଲପୁର ଜିଲା ହିଁ ଜିଲାର ପ୍ରତି ବ୍ଲକରେ ପ୍ରତି ବର୍ଷ କେତେ ସାପ କାମୁଡ଼ା ମୃତ୍ୟୁ ହୋଇଛି ତାହାର ରିପୋର୍ଟ କରିଛି। ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲା ତରଫରୁ ଗତ ୪ ବର୍ଷର ତଥ୍ୟ ନିଜ ରିପୋର୍ଟରେ ଦିଆଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ ଖୋର୍ଦ୍ଧା ଜିଲା ତରଫରୁ ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ସମ୍ପର୍କିତ କୌଣସି ତଥ୍ୟ

ଦିଆଯାଇନାହିଁ। ଏନେଇ ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏସ୍‌ଆର୍‌ସିଙ୍କ ଆନୁଆଲ ରିପୋର୍ଟ ଅନ୍‌ ନାଚୁରାଲ କାଲାମିଟିଜ୍‌ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଠିକ୍‌ ନା ଓସ୍‌ଡମା ଦ୍ୱାରା ପ୍ରସ୍ତୁତ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌-୨୦୨୩ର ତଥ୍ୟ ଠିକ୍‌ ସେନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ସନ୍ଦେହକୁ ଦୂର କରିବା ପାଇଁ ସରକାର ୨୦୧୫ରୁ ସାପକାମୁଡ଼ା ମୃତ୍ୟୁସଂଖ୍ୟା ଏବଂ ଦିଆଯାଇଥିବା ଅନୁକମ୍ପା ରାଶିକୁ ସ୍ବତନ୍ତ୍ର ଅଡିଟ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ମଲ୍ଲିକ କହିଛନ୍ତି।
ଏ ସମ୍ପର୍କରେ ଓସ୍‌ଡମା ଏମ୍‌ଡି ଜ୍ଞାନ ରଞ୍ଜନ ଦାସ କହିଛନ୍ତି, ସମସ୍ତ ଜିଲାପାଳ ଅନ୍‌ଲାଇନ୍‌ ପୋର୍ଟାଲରେ ଏଣ୍ଟ୍ରି କରନ୍ତି। ବେଳେବେଳେ ପ୍ରାଥମିକ ପର୍ଯ୍ୟାୟରେ ସାପ କାମୁଡ଼ା ଯୋଗୁ ମୃତ୍ୟୁ ଘଟିଥିବ ବୋଲି ଜଣାପଡ଼ିଥିବ, କିନ୍ତୁ ବ୍ୟବଚ୍ଛେଦ ପରେ ତାହା ଅନ୍ୟ କାରଣ ଜଣାପଡ଼ିଥାଏ। ତେଣୁ ସେ ସମୟରେ ସଂଖ୍ୟା ଭିତରେ ଟିକେ ଏପଟ ସେପଟ ହୋଇପାରେ। ତଥାପି ଯଦି ତଥ୍ୟ ମ୍ୟାଚ୍‌ କରୁନାହିଁ, କ୍ରସ୍‌ ଚେକ୍‌ କରିଦେବେ ବୋଲି ଏମ୍‌ଡି କହିଛନ୍ତି। ଅପରପକ୍ଷେ ଉକ୍ତ ୭ବର୍ଷରେ ସାପ କାମୁଡ଼ା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିବା ନେଇ ସେ କହିଛନ୍ତି, ମୃତ୍ୟୁର ୧୫ଦିନ ଭିତରେ ଏହି ରାଶି ପ୍ରଦାନ କରିବା ପାଇଁ ଆମର ନିର୍ଦ୍ଦେଶ ରହିଛି। କିନ୍ତୁ ତାହା ବ୍ୟବଚ୍ଛେଦ ରିପୋର୍ଟ ଉପରେ ନିର୍ଭର କରେ। ଯଦି ସବୁ ତଥ୍ୟ ଠିକ୍‌ ଥାଏ, ତେବେ ୭ଦିନରେ ବି ଦିଆଯାଇଥାଏ।
ଅନ୍ୟପକ୍ଷରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟାରେ ତାଳମେଳ ରହୁ ନ ଥିବା ସନ୍ଦେହ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସେ କହିଛନ୍ତି, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଗତ ମାସଠାରୁ ରାଜ୍ୟର ପ୍ରତି ଜିଲାରୁ ଉଭୟ ଘରୋଇ ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକଠାରୁ ପ୍ରତ୍ୟେକ ଦିନ ସାପ କାମୁଡ଼ା ରୋଗୀଙ୍କ ସମ୍ବନ୍ଧୀୟ ତଥ୍ୟ ମଗାଇ ନିଜ ଡାଟାବେସ୍‌ରେ ରଖିବା ଆରମ୍ଭ କରିଛି। ଓସ୍‌ଡମା ଏବଂ ଏସ୍‌ଆର୍‌ସିଙ୍କ ସାପ କାମୁଡ଼ା ମୃତ୍ୟୁ ତଥ୍ୟ ଅମେଳ ହେଉଥିବାରୁ ହୁଏତ ସରକାର ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?