ବିଦ୍ୟାଳୟରେ ଜମିରହିଛି ବର୍ଷାପାଣି

ରାହାମା,୨୨ା୯ (ଶ୍ରୀକାନ୍ତ ଦାସ): କୋମଳମତି ପିଲାମାନଙ୍କ ପଢ଼ିବା ଲାଗି ଶୈକ୍ଷିକ ବାତାବରଣ ମୁଖ୍ୟତଃ ପରିଷ୍କାର ପରିଚ୍ଛନ୍ନ ରହିବା କଥା। କିନ୍ତୁ ଏହି ପରିବେଶ ଯଦି ବିଗିଡ଼ିଯିବ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ନାକ ଟେକିବେ। ବେସରକାରୀ ସ୍କୁଲର ପରିଷ୍କାର ପରିଚ୍ଛନ୍ନତାକୁ ଲକ୍ଷ୍ୟ କରି ୫-ଟି ଜରିଆରେ ବିଭିନ୍ନ ବିଦ୍ୟାଳୟର ରୂପାନ୍ତରଣ ହୋଇଥିଲା। ସେଥିମଧ୍ୟରୁ ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ରାହାମାଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ଥାଇଲୋ ଅବସ୍ଥା ଶୋଚନୀୟ ହୋଇପଡିଛି। ବିଦ୍ୟାଳୟରେ ଦୀର୍ଘ ଦିନ ବର୍ଷା ପାଣି ଜମି ରହିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ବିଷଧର ସାପ, ମଶା ମାଛିଙ୍କ ଆଶ୍ରୟ ସ୍ଥଳ ପାଲଟିଛି। ଏହାକୁ ଦେଖି ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢ଼ାଇବାକୁ ଛାଡ଼ିବାକୁ ଏବେ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି।
ସରକାରୀ ଉଚ୍ଚ ବିଦ୍ୟାଳୟ, ଥାଇଲୋ ୧୯୬୪ରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ରହିଛି। ବର୍ତ୍ତମାନ ୨୯୬ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ ଥିବା ସୂଚନା ମିଳିଛି। ୫-ଟି ଅଧୀନରେ ଯାଉଥିବା ଏହି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଅସ୍ବାସ୍ଥ୍ୟକର ହୋଇ ପଡିଛି। ଏହି ବିଦ୍ୟାଳୟରେ ଥିବା ଆଜ୍‌ବେଷ୍ଟସ ଗୃହ ଓ ବାରଣ୍ଡାରେ ବର୍ଷାପାଣି ଜମି ରହୁଛି। ଏହି ଅଞ୍ଚଳଟି ବନ୍ୟା, ବାତ୍ୟାପ୍ରବଣ ହୋଇଥିବା ବେଳେ ଆଜ୍‌ବେଷ୍ଟସ ଘରଗୁଡ଼ିକ ଆଉ ଶିକ୍ଷାଦାନ ପାଇଁ ଉପଯୁକ୍ତ ହୋଇ ରହିନାହିଁ। ଏହି ବିଦ୍ୟାଳୟ ୫-ଟି ଅଧୀନରେ ୪୫ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ହୋଇଥିଲା। ହେଲେ ଏଠାରେ ଏବେ ଭଲ ପାଇଖାନାଟିଏ ନିର୍ମାଣ ହୋଇ ପାରିନାହଁି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ପୃଷ୍ଟିଙ୍କୁ ପଚାରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏକାଧିକ ବାର ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏ ସଂକ୍ରାନ୍ତରେ ଆଲୁମିନି କମିଟିର ସଭାପତି ତଥା ଜିଲାପରିଷଦ ସଭ୍ୟ ରବିନାରାୟଣ ସାହୁଙ୍କୁ ପଚାରିବାରେ ପ୍ରଶାସନିକ ବ୍ୟବସ୍ଥା ଭିତରେ ଏହିସବୁ ସମସ୍ୟାର ସମାଧାନ ହେବାକଥା। କେଉଁଠି ନା କେଉଁଠି ତ୍ରୁଟି ରହିବା ଯୋଗୁ ଏହା ସମ୍ଭବ ହୋଇପାରୁନାହିଁ। ଅପରପକ୍ଷରେ ବିଦ୍ୟାଳୟର ପୂତିଗନ୍ଧମୟ ପରିବେଶର କେବେ ସୁଧାର ଆସିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri