ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର ଫାଇଦା ଉଠାଉଛନ୍ତି ପାଣି ବ୍ୟବସାୟୀ। ପ୍ରାୟ ୧୨ଟି ଜାଗାରେ ଭୂତଳ ଜଳକୁ ଉତ୍ତୋଳନ କରି ତାକୁ ବଟଲିଂ କରି ଖୋଲାରେ ବିକ୍ରି କରାଯାଉଛି। ଏବେ ଦିନ ତମାମ ସହରର ଯେକୌଣସି ସ୍ଥାନରେ ପାଣି ଗାଡ଼ି ବୋଝେଇ ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଉକ୍ତ ପାଣି ଉତ୍ତୋଳନଠାରୁ ଆରମ୍ଭ କରି ପରୀକ୍ଷା କରିବା ପର୍ଯ୍ୟନ୍ତ କୌଣସି ଖବର ଜିଲା ପ୍ରଶାସନ ପାଖରେ ନ ଥିବା ଜଣାପଡିଛି। ପାଣିର ମାନ, ଗୁଣବତ୍ତା କିପରି ରହିଛି ତା’ମଧ୍ୟ ଯାଞ୍ଚ ହେଉନାହିଁ। ୪୦ ଲିଟର ବାଲା ବଟଲ୍‌ର ଏବେ ଅଧିକ ଚାହିଦା ରହିଛି। ପ୍ରାୟ ସବୁ ଘରେ ଏହି ପାଣି ପହଞ୍ଚୁଛି। ବିନା ଯାଞ୍ଚ ଓ ସ୍ବୀକୃତିରେ ବିକ୍ରି ହେଉଥିବା ଏପରି ପାନୀୟ ଜଳ ସମ୍ପର୍କରେ ପାରାଦୀପ ଖାଦ୍ୟ ସୁରକ୍ଷା ନିରୀକ୍ଷକ ପ୍ରୀତିଶ ଦାସଙ୍କୁ ପଚାରିଲେ କୁହନ୍ତି, ଆମେ ଖବରପାଇ କେତେକ ଜାଗାକୁ ଯାଞ୍ଚ ପାଇଁ ଯାଇଥିଲୁ। ସେମାନେ ଘର ବନ୍ଦ କରି ପଳାଇଥିଲେ। ଏପରିକି ଆମେ ସରକାରୀ ନୋଟିସ ଉକ୍ତ ପାଣି ବିକ୍ରି ଜାଗାରେ ଲଗାଇବା ପରେ ମଧ୍ୟ ସେମାନେ ମାନୁନାହାନ୍ତି। ଆମ ପାଖରେ ସଂଶାଧନ ନ ଥିବାରୁ ସବୁବେଳେ ଯାଇ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଏପରି ପାଣି ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସେ ସ୍ବୀକାର କରିଛନ୍ତି। ପାରାଦୀପରେ ମାତ୍ର ଗୋଟିଏ ସଂସ୍ଥା ପାଣି ବିକ୍ରି ପାଇଁ ସରକାରୀ ସ୍ବୀକୃତି ପାଇଛି। ତାହା ପାରାଦୀପଗଡ ପଞ୍ଚାୟତ ନିମିଢି ଗ୍ରାମରେ ରହିଛି। ଏହାବାଦ୍‌ ଷଣ୍ଢକୁଦ ବସ୍ତିରେ ପ୍ରାୟ ୪ଟି ବଟଲିଂ ସିଷ୍ଟମ ରହିଛି। ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହାକୁ ପରିଚାଳନା କରୁଥିବା ଜଣାପଡ଼ିଛି। ପାଣି ବଜାରରେ ବିକୁଥିବା ଏମ୍‌ ଗୋପୀଙ୍କୁ ଲାଇସେନ୍ସ ସମ୍ପର୍କରେ ପଚାରିଲେ କହିଥିଲେ, ଆମେ ଭାଇଜାଗରୁ ପରମିଶନ ଆଣିଛୁ। ସେହିପରି ବିଜୟଚନ୍ଦ୍ରପୁର, ଅଠରବାଙ୍କି ଅଞ୍ଚଳରେ ମଧ୍ୟ ବହୁଳ ଭାବେ ପାଣି ବ୍ୟବସାୟ ଚାଲିଛି। ଏ ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ କ୍ଷେତ୍ରବାସୀ ଦାସଙ୍କୁ ପଚାରିଲେ,ଆମ ପାଖରେ କୌଣସି ସୂଚନା ନାହିଁ। ଆପଣ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିବା ପରେ ଆମେ ପଦକ୍ଷେପ ନେବୁ। ପାନୀୟ ଜଳ ଅଭାବ ଓ କଳାବଜାର ସମ୍ପର୍କରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ପଚାରିଲେ କୁହନ୍ତି, ସରକାର କୁଜଙ୍ଗ ଚୌଧୁରୀଗଡ଼ାଠାରେ ବ୍ୟାରେଜ କରିବା ପାଇଁ ଗତବର୍ଷ ଘୋଷଣା କରିଛନ୍ତି। ନିର୍ବାଚନ ପରେ ସେହି କାମ ଆରମ୍ଭ ହେବ। ଆଉ ବର୍ଷେ ଦୁଇବର୍ଷ ମଧ୍ୟରେ ପାରାଦୀପରେ ଆଉ ଜଳାଭାବ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?