ବିଦ୍ୟାଳୟକୁ ରାସ୍ତା ନାହିଁ, ସାହାରା ପାଲଟିଛି ବିଲ ହିଡ଼

ଅସ୍ତରଙ୍ଗ,୮।୧୦(ପ୍ରଦୀପ୍ତ ଦୀକ୍ଷିତ୍‌)ବିଦ୍ୟାଳୟ ଅଛି ହେଲେ ସେଠାକୁ ରାସ୍ତା ନାହିଁ। ପିଲାମାନେ ଚାଷ ଜମି ହିଡ଼ ଉପର ଦେଇ ଯାତାୟାତ କରୁଛନ୍ତି। ପୁରୀ ଜିଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ଅଧୀନ ଶିଶୁଅ ପଞ୍ଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି। ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ୧୯୬୦ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟାଳୟକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ବିଦ୍ୟାଳୟ ଚତୁଃପାର୍ଶ୍ୱ ଧାନବିଲ ଥିବାବେଳେ ପିଲାମାନେ ବିଲ ହିଡ଼ରେ ଯାତାୟାତ କରୁଛନ୍ତି। ମୁଖ୍ୟରାସ୍ତାରୁ ବିଦ୍ୟାଳୟର ଦୂରତା ୨୦୦ ମିଟରରୁ ଊର୍ଦ୍ଧ୍ୱ ହେବ। ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ମୋଟ ୩୫ ଜଣ ପିଲା ପଢୁଛନ୍ତି। ସେମାନଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ଜେନା ଓ ସହକାରୀ ଶିକ୍ଷକ ଅଶୋକ ପ୍ରଧାନ ଶିକ୍ଷାଦାନ କରୁଛନ୍ତି। ଖରାଦିନେ ବିଦ୍ୟାଳୟକୁ ଯା’ ଆସ କରିହେଉଥିଲାବେଳେ ବର୍ଷା ହେଲେ ବିଲ ଦେଇ ଯିବା ପିଲାଙ୍କ ପାଇଁ କଷ୍ଟକର ହୋଇପଡୁଛି। ଏମିତି ହେଲେ ପିଲା ସେତିକି ଦିନ ସ୍କୁଲ ଆସନ୍ତିନି। ବିଦ୍ୟାଳୟଟି ସମ୍ପୂର୍ଣ ଭାବରେ ସମୁଦ୍ର ନିକଟବର୍ତ୍ତୀ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଭଲ ପାନୀୟ ଜଳ ମିଳୁନି। ବିଦ୍ୟାଳୟରେ ଏପରି ସମସ୍ୟା ବାବଦରେ ଗ୍ରାମବାସୀ ଓ ଅଭିଭାବକ ବାରମ୍ବାର ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏ ବିଷୟରେ ଅତିରିକ୍ତ ଶିକ୍ଷାଧିକାରିଣୀ ମମତା ମଞ୍ଜରୀ ଦେଈଙ୍କୁ ପଚାରିବାରେ, ମୁଖ୍ୟ ରାସ୍ତାରୁ ବିଦ୍ୟାଳୟ ପର୍ଯ୍ୟନ୍ତ କିଛି ବ୍ୟକ୍ତିବିଶେଷଙ୍କ ନିଜସ୍ବ ଜାଗା ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ବିଦ୍ୟାଳୟକୁ ରାସ୍ତା କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri