ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ନିକଟରେ ଉକ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବାରୁ ଅନେକ ଜିଲା ପ୍ରଭାବିତ ହୋଇଛି। ଭଦ୍ରାଦ୍ରୀ କୋଥାଗୁଡେମ ଜିଲାର କେତେକ ହ୍ରଦ ବର୍ଷା ଯୋଗୁ ଜଳସ୍ତର ଉପରେ ପ୍ରଭାହିତ ହେଉଛି। ନଦୀରେ ପ୍ରବାହିତ ଜଳ ଯୋଗୁ ଗଁାଗୁଡ଼ିକରେ ସମସ୍ତ ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ଯାତାୟତରେ ବାଧା ଉପୁଜିଛି। ଯାତାୟତ ପାଇଁ ଗୁଣ୍ଡଲା ମଣ୍ଡଳର ମଲାନ୍ନା ବଗୁ ହ୍ରଦ ଉପରେ ଥିବା ଅସ୍ଥାୟୀ ପୋଲ ଏକମାତ୍ର ସାହାଭରଷା ଥିବା ବେଳେ ତାହା ମଧ୍ୟ ବର୍ଷା ପାଣିରେ ଧୋଇ ହୋଇଯାଇଛି। ନଦୀର ବନ୍ୟା ପରିସ୍ଥିତି ଯୋଗୁଁ ଏହି ଅଞ୍ଚଳର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାକୁ ହେଲେ ନିଜ ଜୀପନ ବାଜି ଲଗାଇବାକୁ ପଡ଼ୁଛି। ସୂଚନାଯୋଗ୍ୟ ନରସାପୁରମ ଟଣ୍ଡା ନିବାସୀ ଗର୍ଭବତୀ ନୁନଓ୍ବତ ମମତା ୮ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ଗୁଣ୍ଡଲାସ୍ଥିତ ସରକାରୀ ଡାକ୍ତରଖାନା ଯିବାକୁ ଥିଲା। ତେବେ କୌଣସି ସାଧନ ନ ମିଳିବାରୁ ପରିବାର ଲୋକେ ତାଙ୍କୁ ବାଇକ୍‌ରେ ହସ୍ପିଟାଲ ନେଇଥିଲେ। ହେଲେ ମଲାନ୍ନା ବଗୁ ହ୍ରଦ ନିକଟରେ ପହଞ୍ଚିବା ବେଳକୁ ସେଠାରେ ଥିବା ଅସ୍ଥାୟୀ ପୋଲ ବର୍ଷା ଜଳରେ ଧୋଇ ହୋଇଯାଇଥିଲା। ଏହାପରେ ପରିବାରଲୋକେ ନିଜ ଜୀବନକୁ ବିପଦରେ ପକାଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଉକ୍ତ ହ୍ରଦ ପାର କରିଥିଲେ। ସବୁ ବାଧାବିଘ୍ନକୁ ପାର କରି ଶେଷରେ ମମତାଙ୍କୁ ସୁରକ୍ଷିତ ଭାବେ ଗୁଣ୍ଡଲାସ୍ଥିତ ସରକାରୀ ଡାକ୍ତରଖାନାକୁ ନେବାରେ ସେମାନେ ସଫଳ ହୋଇଥିଲେ। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ସବୁ ବର୍ଷ ବର୍ଷା ଦିନେ ଏହି ଅଞ୍ଚଳର ଲୋକଙ୍କୁ ସରକାରୀ ହସ୍ପିଟାଲ ଯିବାକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ପ୍ରଶାସନିକ ଅଧିକାରୀଙ୍କଠାରୁ ନେଇ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ଏଠାରେ କୌଣସି ସରକାରୀ ଯୋଜନା ପହଞ୍ଚିବାରେ ସକ୍ଷମ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri