ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ବାଲଙ୍କ ଏକ ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ମନ୍ତ୍ରୀ ଭାଭିଜୀ ପାମ୍ପଡ଼ର ବଜାର ପ୍ରବେଶ କରାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏହି ପାମ୍ପଡ଼ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ। ଏହାକୁ ଖାଇଲେ କରୋନା ସଂକ୍ରମଣରୁ ଦୂରେଇ ରହିହେବ ବୋଲି ସେ ଦାବି କରିଛନ୍ତି। ସେ ରାଜସ୍ଥାନର ବେକାନେରରେ ଏହି ପାମ୍ପଡ଼ର ବଜାର ପ୍ରବେଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମନ୍ତ୍ରୀ ଦୁଇ ହାତରେ ୨ ପ୍ୟାକେଟ ପାମ୍ପଡ଼ ଧରିଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି ନା ଦିୟା ନା ଥାଲି ସେ, ନା ଥାପଡ଼ ସେ କରୋନା ଭାଗେଗା ପାମ୍ପଡ଼ ସେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବାସ ଭବନ ସୁରକ୍ଷା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିବେ ରାଜ୍ୟ ସରକାର

ହାଇଦ୍ରାବାଦ୍‌,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୦।୩: ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ବିଧାନସଭା ବଜେଟ ଅଧିବେଶନ ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର...

ସ୍ମୃତି ଇରାନୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ମୃତି ନିଜେ ଟୁଇଟ୍‌ କରି  ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ଟ୍ରାକ୍ଟର ରାଲିକୁ ପୋଲିସ ଅନୁମତି

ନୂଆଦିଲ୍ଲୀ, ୨୫।୧(ପି.ଟି.): ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସ ଅନୁମତି ପ୍ରଦାନ କରିଛି। ରବିବାର ଏ ସମ୍ପର୍କରେ ପୋଲିସ ଏକ...

କରୋନା ଚିକିତ୍ସା: ପିପିଇ କିଟ୍‌-ମାସ୍କ୍‌ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍‌ର ୫୦ ପ୍ରତିଶତ

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍‌ର...

ଦିଲ୍ଲୀରେ ସିଲିଣ୍ଡର ବ୍ଲାଷ୍ଟ: ୪ଆହତ

ନୂଆଦିଲ୍ଲୀ,୧୪।୧: ଗତ କିଛି ଦିନରୁ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳର ଏକ ଘରେ ସିଲିଣ୍ଡର ବ୍ଲାଷ୍ଟ...

ଟ୍ରମ୍ପଙ୍କ ଶୋଚନୀୟ ପରାଜୟ ଘଟିବ

ଓ୍ବାଶିଂଟନ,୨୩ା୫: ଅଣାୟତ୍ତ କରୋନା ସଙ୍କଟ ଏବଂ ଅର୍ଥନୈତକ ଅବନତି ଯୋଗୁ ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଐତିହାସିକ ପରାଜୟ...

ଭାଜପାକୁ ଭୋଟ ଦିଅନ୍ତ, ଏଏପିକୁ ନୁହେଁ, କଂଗ୍ରେସ ନେତାଙ୍କ ଅନୁରୋଧ…

ଅହମଦାବାଦ,୭।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ...

Advertisement
Archives

Model This Week