ଦାୟିତ୍ୱହୀନତାକୁ ଦଣ୍ଡ ନାହିଁ

ଭାରତ ସୁପରପାୱାର ହେବ ବୋଲି ନେତାମାନେ ବାରମ୍ବାର କହୁଛନ୍ତି। ଏହାର ଅର୍ଥନୀତି ଆଗାମୀ ଦିନରେ ୫ ଟ୍ରିଲିୟନ ଡଲାର ଛୁଇଁ ରେକର୍ଡ କରିବ ଏବଂ ବିଶ୍ୱରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବାର କ୍ଷମତା ଭାରତର ଅଛି ବୋଲି ଗୋଟେ ‘ଘୋ’ ସୃଷ୍ଟି କରାଯାଉଛି। ହେଲେ ବାସ୍ତବତା ଦେଖିଲେ ନିରାଶ ହେବାକୁ ପଡ଼ୁଛି। ଏହାର ସଦ୍ୟ ବିଫଳତା ହେଉଛି ଉତ୍ତରାଖଣ୍ଡରେ ଭୁଶୁଡ଼ିପଡ଼ିଥିବା ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ୮ ଦିନ ଧରି ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ। ଉଦ୍ଧାରକାରୀ ଦଳ କହୁଛନ୍ତି ଯେ, ସବୁ ଶ୍ରମିକ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ନିକଟକୁ ଖାଦ୍ୟ, ଔଷଧ ଆଦି ପଠାଯାଉଛି। ୭ ଦିନ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ନିଶ୍ଚିତ ଭାବେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଦୁର୍ବଳ ହୋଇଯିବା ସ୍ବାଭାବିକ। ଡ୍ରିଲିଂ କରାଯାଇ ସେମାନଙ୍କୁ ଉଦ୍ଧାର କରିବା ସକାଶେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି, ସେଥିରେ ମାଟି ଧସି ସ୍ଥିତି ଆହୁରି ସଙ୍ଗୀନ ହେଉଥିବାରୁ ଉକ୍ତ କାର୍ଯ୍ୟ କିଛି ସମୟ ବନ୍ଦ ରଖାଯାଇଥିଲା। ଇନ୍ଦୋରରୁ ଦ୍ୱିତୀୟ ମେଶିନ ଆସିବା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିବା କୁହାଯାଉଛି। ଇତିମଧ୍ୟରେ ଥାଇଲାଣ୍ଡର ଉଦ୍ଧାରକାରୀ ଦଳର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି। ତଥାପି ଏ ଦିଗରେ କୌଣସି ଅଗ୍ରଗତି ଘଟିଥିବା ଭଳି ମନେ ହେଉନାହିଁ।
ଅନ୍ୟ ଦେଶରେ ଏଭଳି ଦୁର୍ଘଟଣା ଘଟିଲେ ପୃଥିବୀର ସବୁ ବିଶେଷଜ୍ଞ ତତ୍‌କ୍ଷଣାତ୍‌ ସାହାଯ୍ୟ କରିବା ପାଇଁ ବୈଷୟିକ ଜ୍ଞାନ ଓ ସରଞ୍ଜାମ ପହଞ୍ଚାଇ ଦିଅନ୍ତି। ଆଜିର ନୂତନ ଭାରତ ନିଜକୁ ଏଭଳି ସ୍ଥିତିରେ ପକାଇଲାଣି ଯେଉଁଥିରେ କୌଣସି ଦୁର୍ଘଟଣା ଘଟିଲେ ସେଥିରେ ସାହାଯ୍ୟର ହାତ ବଢ଼ାଇବା ପାଇଁ କେହି ନାହିଁ। ମନେପଡ଼େ କେରଳରେ ପ୍ରବଳ ବନ୍ୟା ବେଳେ କେନ୍ଦ୍ର ସରକାର ଯେଉଁଭଳି ଭାବେ ବାହ୍ୟ ସାହାଯ୍ୟକୁ ଅଗ୍ରାହ୍ୟ କରିଦେଇଥିଲେ। ସେହି ନିଷ୍ପତ୍ତି ପଛରେ ମାନସିକତା ଥିଲା ଯେ କେରଳ ଏକ ବାମପନ୍ଥୀ ଶାସିତ ରାଜ୍ୟ ଏବଂ ସେଠାରେ ସାହାଯ୍ୟ ପହଞ୍ଚିବାରେ କେନ୍ଦ୍ରରେ ଶାସନ କରୁଥିବା ଭାଜପା କୌଣସି ଭାବେ ସହଯୋଗ କରିବ ନାହିଁ। ଏବେ ଉତ୍ତରାଖଣ୍ଡରେ ଭାଜପା ସରକାର ଥିବାବେଳେ କୌଣସି ଦେଶରୁ ସାହାଯ୍ୟ ଆସୁନାହିଁ। ହୁଏତ ଥରେ ବନ୍ଦ କରିଦେଲେ ପୁନର୍ବାର ସେହି ଦ୍ୱାର ଖୋଲିବା ସହଜ ହୁଏ ନାହିଁ। ସେହି ଗରିବ ଶ୍ରମିକ ମରିଗଲେ ମଧ୍ୟ ଆମ ଦେଶରେ ଧର୍ମଗୁରୁମାନେ ତାଙ୍କର ଲୀଳା ବନ୍ଦ କରିବେ ନାହିଁ କିମ୍ବା ଦେଶରେ ପ୍ରଚାର ହେଉଥିବା ବିଭିନ୍ନ ଅସତ୍ୟକୁ ରୋକିବା ପାଇଁ କାହାରି ଇଚ୍ଛା ନାହିଁ। ଅପରପଟେ ଆମ ନିଜ ଦକ୍ଷତାରେ କୌଣସି ଉନ୍ନତି ଦେଖିବାକୁ ମିଳୁନାହିଁ।
ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳ କ୍ଷଣଭଙ୍ଗୁର ଓ ଅଧିକାଂଶ ସମୟରେ ଭୂସ୍ଖଳନ ଘଟିଥାଏ। ତେଣୁ ସେଠାରେ ନିର୍ମାଣ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ସକାଶେ ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଏପରି କି ଟନେଲ ନିର୍ମାଣ କ୍ଷେତ୍ରରେ କିଛି ଦୂରତାରେ ନିରାପଦ ପ୍ରସ୍ଥାନ ବାଟ ରହିବା କଥା। ତାହା ମଧ୍ୟ କରାଯାଇ ନାହିଁ। ଏଭଳି ସ୍ଥଳେ ଇଞ୍ଜିନିୟରିଂ ଓ ଡ୍ରିଲିଂ କାର୍ଯ୍ୟରେ ନିୟୋଜିତ ଦଳର ମୁଖ୍ୟ ଆଦେଶ ଜୈନ କହିଛନ୍ତି, ସେ ଜୈନ ଧର୍ମରେ ଦୀକ୍ଷିତ। ସେ ସବୁ କିଛି ଈଶ୍ୱରଙ୍କ ଉପରକୁ ଛାଡ଼ି ଦେଇଛନ୍ତି। ଏବେ ଧର୍ମ ବାହାନାରେ ଦାୟିତ୍ୱ ଏଡ଼ାଇଯିବା ଏକ ସାଧାରଣ କାର୍ଯ୍ୟ ହୋଇଗଲାଣି। ଏହା କେବଳ ଉଦ୍ଧାର ଦାୟିତ୍ୱରେ ଥିବା ଆଦେଶ ଜୈନ୍‌ଙ୍କ ପାଖରେ ସୀମିତ ନୁହେଁ, ଦଙ୍ଗା ବେଳେ ପୋଲିସଠାରୁ ଆରମ୍ଭ କରି ସାଧାରଣ ନାଗରିକ ମଧ୍ୟ ଏହିଭଳି ଦାୟିତ୍ୱହୀନ ଆଭିମୁଖ୍ୟ ପ୍ରଦର୍ଶନ କରି ଗୌରବାନ୍ବିତ ହେଉଛନ୍ତି। ଆଦେଶ ଜୈନ୍‌ ଏପରି ମାରାତ୍ମକ ବିବୃତି କାହିଁକି ନ ଦେବେ? ଉତ୍ତରାଖଣ୍ଡ ହେଉଛି ଭାଜପା ଶାସିତ ରାଜ୍ୟ ଏବଂ ଟନେଲ ଦୁର୍ଘଟଣା ସପ୍ତାହେ ବିତିଯିବା ପରେ ୧୯ ନଭେମ୍ବରରେ ଆଇସିସି ପୁରୁଷ ବିଶ୍ୱକପ୍‌ କ୍ରିକେଟ ଖେଳ ନିଶାଠାରୁ ଏହି ଦେଶ ପାଇଁ ଅନ୍ୟ କୌଣସି ଦାୟିତ୍ୱ ଅଧିକ ଗୁରୁତ୍ୱ ଧାରଣ କରେ ନାହିଁ। ଏଇଟି ହେଉଛି ଭାରତୀୟଙ୍କ ଦୋଷ। କୌଣସି ସମସ୍ୟାର ମୁକାବିଲା ପାଇଁ ସାଧନ ଯୋଗାଡ଼ ନ କରି ଏବଂ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହେଲେ, ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତି। ଈଶ୍ୱରବିଶ୍ୱାସୀ ହେବାକୁ ଖୁଣି ହେବ ନାହିଁ। କିନ୍ତୁ ନିଜର ଦାୟିତ୍ୱ ପାଳନ ନ କରି ହାତ ଟେକି ଦେଲେ କୌଣସି ଅଲୌକିକତା କାମ ଦେଇ ନ ଥାଏ। ତାହା ସମ୍ଭବପର ହେଉଛି କାରଣ ଆମ ଦେଶରେ ଦାୟିତ୍ୱହୀନତା ପାଇଁ କୌଣସି ଦଣ୍ଡ ନାହିଁ।
ଏହି ପରିପ୍ରେକ୍ଷୀରେ ଆଉ ଯେଉଁ ବିଷୟଟି ଅନେକଙ୍କୁ ବିଷମ ଲାଗୁଛି, ତାହା ହେଲା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଚରିତ୍ର। ଗୋଟେ ଟନେଲ ଧସି ଯାଇ ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାରେ କାର୍ଯ୍ୟ କରୁଥିବା ୪୧ ଜଣ ଶ୍ରମିକ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଧାମି ମଧ୍ୟପ୍ରଦେଶ ଯାଇ ନିର୍ବାଚନ ପ୍ରଚାରରେ ମାତିଥିଲେ। ଏହା ହେଉଛି ବିପଦରେ ପଡ଼ିଥିବା ଲୋକଙ୍କ ପ୍ରତି ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ବେଖାତିର ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?