ଦାୟିତ୍ୱହୀନତାକୁ ଦଣ୍ଡ ନାହିଁ

ଭାରତ ସୁପରପାୱାର ହେବ ବୋଲି ନେତାମାନେ ବାରମ୍ବାର କହୁଛନ୍ତି। ଏହାର ଅର୍ଥନୀତି ଆଗାମୀ ଦିନରେ ୫ ଟ୍ରିଲିୟନ ଡଲାର ଛୁଇଁ ରେକର୍ଡ କରିବ ଏବଂ ବିଶ୍ୱରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବାର କ୍ଷମତା ଭାରତର ଅଛି ବୋଲି ଗୋଟେ ‘ଘୋ’ ସୃଷ୍ଟି କରାଯାଉଛି। ହେଲେ ବାସ୍ତବତା ଦେଖିଲେ ନିରାଶ ହେବାକୁ ପଡ଼ୁଛି। ଏହାର ସଦ୍ୟ ବିଫଳତା ହେଉଛି ଉତ୍ତରାଖଣ୍ଡରେ ଭୁଶୁଡ଼ିପଡ଼ିଥିବା ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ୮ ଦିନ ଧରି ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ। ଉଦ୍ଧାରକାରୀ ଦଳ କହୁଛନ୍ତି ଯେ, ସବୁ ଶ୍ରମିକ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ନିକଟକୁ ଖାଦ୍ୟ, ଔଷଧ ଆଦି ପଠାଯାଉଛି। ୭ ଦିନ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ନିଶ୍ଚିତ ଭାବେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଦୁର୍ବଳ ହୋଇଯିବା ସ୍ବାଭାବିକ। ଡ୍ରିଲିଂ କରାଯାଇ ସେମାନଙ୍କୁ ଉଦ୍ଧାର କରିବା ସକାଶେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି, ସେଥିରେ ମାଟି ଧସି ସ୍ଥିତି ଆହୁରି ସଙ୍ଗୀନ ହେଉଥିବାରୁ ଉକ୍ତ କାର୍ଯ୍ୟ କିଛି ସମୟ ବନ୍ଦ ରଖାଯାଇଥିଲା। ଇନ୍ଦୋରରୁ ଦ୍ୱିତୀୟ ମେଶିନ ଆସିବା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିବା କୁହାଯାଉଛି। ଇତିମଧ୍ୟରେ ଥାଇଲାଣ୍ଡର ଉଦ୍ଧାରକାରୀ ଦଳର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି। ତଥାପି ଏ ଦିଗରେ କୌଣସି ଅଗ୍ରଗତି ଘଟିଥିବା ଭଳି ମନେ ହେଉନାହିଁ।
ଅନ୍ୟ ଦେଶରେ ଏଭଳି ଦୁର୍ଘଟଣା ଘଟିଲେ ପୃଥିବୀର ସବୁ ବିଶେଷଜ୍ଞ ତତ୍‌କ୍ଷଣାତ୍‌ ସାହାଯ୍ୟ କରିବା ପାଇଁ ବୈଷୟିକ ଜ୍ଞାନ ଓ ସରଞ୍ଜାମ ପହଞ୍ଚାଇ ଦିଅନ୍ତି। ଆଜିର ନୂତନ ଭାରତ ନିଜକୁ ଏଭଳି ସ୍ଥିତିରେ ପକାଇଲାଣି ଯେଉଁଥିରେ କୌଣସି ଦୁର୍ଘଟଣା ଘଟିଲେ ସେଥିରେ ସାହାଯ୍ୟର ହାତ ବଢ଼ାଇବା ପାଇଁ କେହି ନାହିଁ। ମନେପଡ଼େ କେରଳରେ ପ୍ରବଳ ବନ୍ୟା ବେଳେ କେନ୍ଦ୍ର ସରକାର ଯେଉଁଭଳି ଭାବେ ବାହ୍ୟ ସାହାଯ୍ୟକୁ ଅଗ୍ରାହ୍ୟ କରିଦେଇଥିଲେ। ସେହି ନିଷ୍ପତ୍ତି ପଛରେ ମାନସିକତା ଥିଲା ଯେ କେରଳ ଏକ ବାମପନ୍ଥୀ ଶାସିତ ରାଜ୍ୟ ଏବଂ ସେଠାରେ ସାହାଯ୍ୟ ପହଞ୍ଚିବାରେ କେନ୍ଦ୍ରରେ ଶାସନ କରୁଥିବା ଭାଜପା କୌଣସି ଭାବେ ସହଯୋଗ କରିବ ନାହିଁ। ଏବେ ଉତ୍ତରାଖଣ୍ଡରେ ଭାଜପା ସରକାର ଥିବାବେଳେ କୌଣସି ଦେଶରୁ ସାହାଯ୍ୟ ଆସୁନାହିଁ। ହୁଏତ ଥରେ ବନ୍ଦ କରିଦେଲେ ପୁନର୍ବାର ସେହି ଦ୍ୱାର ଖୋଲିବା ସହଜ ହୁଏ ନାହିଁ। ସେହି ଗରିବ ଶ୍ରମିକ ମରିଗଲେ ମଧ୍ୟ ଆମ ଦେଶରେ ଧର୍ମଗୁରୁମାନେ ତାଙ୍କର ଲୀଳା ବନ୍ଦ କରିବେ ନାହିଁ କିମ୍ବା ଦେଶରେ ପ୍ରଚାର ହେଉଥିବା ବିଭିନ୍ନ ଅସତ୍ୟକୁ ରୋକିବା ପାଇଁ କାହାରି ଇଚ୍ଛା ନାହିଁ। ଅପରପଟେ ଆମ ନିଜ ଦକ୍ଷତାରେ କୌଣସି ଉନ୍ନତି ଦେଖିବାକୁ ମିଳୁନାହିଁ।
ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳ କ୍ଷଣଭଙ୍ଗୁର ଓ ଅଧିକାଂଶ ସମୟରେ ଭୂସ୍ଖଳନ ଘଟିଥାଏ। ତେଣୁ ସେଠାରେ ନିର୍ମାଣ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ସକାଶେ ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଏପରି କି ଟନେଲ ନିର୍ମାଣ କ୍ଷେତ୍ରରେ କିଛି ଦୂରତାରେ ନିରାପଦ ପ୍ରସ୍ଥାନ ବାଟ ରହିବା କଥା। ତାହା ମଧ୍ୟ କରାଯାଇ ନାହିଁ। ଏଭଳି ସ୍ଥଳେ ଇଞ୍ଜିନିୟରିଂ ଓ ଡ୍ରିଲିଂ କାର୍ଯ୍ୟରେ ନିୟୋଜିତ ଦଳର ମୁଖ୍ୟ ଆଦେଶ ଜୈନ କହିଛନ୍ତି, ସେ ଜୈନ ଧର୍ମରେ ଦୀକ୍ଷିତ। ସେ ସବୁ କିଛି ଈଶ୍ୱରଙ୍କ ଉପରକୁ ଛାଡ଼ି ଦେଇଛନ୍ତି। ଏବେ ଧର୍ମ ବାହାନାରେ ଦାୟିତ୍ୱ ଏଡ଼ାଇଯିବା ଏକ ସାଧାରଣ କାର୍ଯ୍ୟ ହୋଇଗଲାଣି। ଏହା କେବଳ ଉଦ୍ଧାର ଦାୟିତ୍ୱରେ ଥିବା ଆଦେଶ ଜୈନ୍‌ଙ୍କ ପାଖରେ ସୀମିତ ନୁହେଁ, ଦଙ୍ଗା ବେଳେ ପୋଲିସଠାରୁ ଆରମ୍ଭ କରି ସାଧାରଣ ନାଗରିକ ମଧ୍ୟ ଏହିଭଳି ଦାୟିତ୍ୱହୀନ ଆଭିମୁଖ୍ୟ ପ୍ରଦର୍ଶନ କରି ଗୌରବାନ୍ବିତ ହେଉଛନ୍ତି। ଆଦେଶ ଜୈନ୍‌ ଏପରି ମାରାତ୍ମକ ବିବୃତି କାହିଁକି ନ ଦେବେ? ଉତ୍ତରାଖଣ୍ଡ ହେଉଛି ଭାଜପା ଶାସିତ ରାଜ୍ୟ ଏବଂ ଟନେଲ ଦୁର୍ଘଟଣା ସପ୍ତାହେ ବିତିଯିବା ପରେ ୧୯ ନଭେମ୍ବରରେ ଆଇସିସି ପୁରୁଷ ବିଶ୍ୱକପ୍‌ କ୍ରିକେଟ ଖେଳ ନିଶାଠାରୁ ଏହି ଦେଶ ପାଇଁ ଅନ୍ୟ କୌଣସି ଦାୟିତ୍ୱ ଅଧିକ ଗୁରୁତ୍ୱ ଧାରଣ କରେ ନାହିଁ। ଏଇଟି ହେଉଛି ଭାରତୀୟଙ୍କ ଦୋଷ। କୌଣସି ସମସ୍ୟାର ମୁକାବିଲା ପାଇଁ ସାଧନ ଯୋଗାଡ଼ ନ କରି ଏବଂ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହେଲେ, ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତି। ଈଶ୍ୱରବିଶ୍ୱାସୀ ହେବାକୁ ଖୁଣି ହେବ ନାହିଁ। କିନ୍ତୁ ନିଜର ଦାୟିତ୍ୱ ପାଳନ ନ କରି ହାତ ଟେକି ଦେଲେ କୌଣସି ଅଲୌକିକତା କାମ ଦେଇ ନ ଥାଏ। ତାହା ସମ୍ଭବପର ହେଉଛି କାରଣ ଆମ ଦେଶରେ ଦାୟିତ୍ୱହୀନତା ପାଇଁ କୌଣସି ଦଣ୍ଡ ନାହିଁ।
ଏହି ପରିପ୍ରେକ୍ଷୀରେ ଆଉ ଯେଉଁ ବିଷୟଟି ଅନେକଙ୍କୁ ବିଷମ ଲାଗୁଛି, ତାହା ହେଲା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଚରିତ୍ର। ଗୋଟେ ଟନେଲ ଧସି ଯାଇ ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାରେ କାର୍ଯ୍ୟ କରୁଥିବା ୪୧ ଜଣ ଶ୍ରମିକ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଧାମି ମଧ୍ୟପ୍ରଦେଶ ଯାଇ ନିର୍ବାଚନ ପ୍ରଚାରରେ ମାତିଥିଲେ। ଏହା ହେଉଛି ବିପଦରେ ପଡ଼ିଥିବା ଲୋକଙ୍କ ପ୍ରତି ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ବେଖାତିର ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri