ସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି

ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଟେଣ୍ଡର ବାତିଲ ହୋଇଯାଇଛି। ୨ ବର୍ଷ ବିତିଯାଇଥିଲେ ବି ସାନିଟେଣ୍ଡର କରାଯାଇନାହିଁ। ପ୍ରକଳ୍ପରେ ଜଳ ଧାରଣ କ୍ଷମତା ବଢାଇବା ପାଇଁ ହେବାକୁ ଥିବା ସରପ୍ଲସ କାମ ହୋଇପାରିନାହିଁ। ଫଳରେ ବିଗତ ୩ ବର୍ଷ ହେଲା ଖରିଫ ଚାଷର ଶେଷ ମୁହୂର୍ତ୍ତରେ ପାଣି ଅଭାବରୁ ଆଗଲପୁର ବ୍ଲକର ୭ ପଞ୍ଚାୟତ ଓ ସୋନପୁର ବ୍ଲକର କେତେକ ପଞ୍ଚାୟତର ଚାଷୀ କ୍ଷତି ସହି ଆସୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ୧୯୭୬ ମସିହାରେ ଗାଈଖାଇ ଜଳସେଚନ ପ୍ରକଳ୍ପ କାମ ହୋଇଥିଲା। ଉକ୍ତ ପ୍ରକଳ୍ପରୁ ଅଙ୍ଗ କେନାଲ ମାଧ୍ୟମରେ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା, ସାଲେଭଟା, ମୁରୁସୁଣ୍ଡି, କୁଟାସିଂହା, ବକଟି ପଟୁଆପାଲି ପଞ୍ଚାୟତ ଏବଂ ସୁବର୍ଣ୍ଣପୁର ଜିଲାର ୧୨ହଜାର ହେକ୍ଟର ଜମିକୁ ଜଳସେଚନ ହେଉଛି। ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପରେ ପଟୁମାଟି ଜମାହୋଇ ଜଳ ଧାରଣ କ୍ଷମତା କମି ଯାଇଥିଲା। ଦୁଇବର୍ଷ ପୂର୍ବେ ପ୍ରକଳ୍ପର ମାଟି ପୁନରୁଦ୍ଧାର ପାଇଁ ୪ କୋଟି ୩୯ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ହେଲେ ସେତେବେଳେ ଅନୁଦାନ ମୁତାବକ ସନ୍ତୋଷଜନକ କାମ ହୋଇ ନ ଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଅନୁଦାନ ଆମତ୍ସାତ ହୋଇଥିବା ନେଇ ଆଲୋଚନା ହେଉଛି। ପରବର୍ତ୍ତି ସମୟରେ ପୁଣି ୧କୋଟି ୨୦ ଲକ୍ଷ ଅନୁଦାନ ମିଳିଥିଲା। ଉକ୍ତ ଅନୁଦାନରେ ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ରହିଥିଲା। ସେତେବେଳେ ସରପ୍ଲସ କାମ ହୋଇପାରି ନ ଥିଲା ା ୧୫ ଜୁନ ୨୦୨୧ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ନ ହେବାରୁ ଟେଣ୍ଡର ବାତିଲ ହୋଇଯାଇଥିଲା। ଏହାପରଠାରୁ ସାନିଟେଣ୍ଡର ହୋଇପାରିନାହିଁ। ତେଣୁ ସରପ୍ଲସ ଉଚ୍ଚତା ବଢାଯାଇ ନ ଥିବାରୁ ବର୍ଷା ଦିନରେ ପ୍ରକଳ୍ପରେ ପାଣି ସଂରକ୍ଷଣ ହୋଇ ନ ରହି ଅଯଥାରେ ବୋହି ଯାଉଛି। ଫଳରେ ଖରିଫ ଚାଷ ବେଳେ ଶେଷ ପର୍ଯ୍ୟାୟରେ ପାଣି ନିଅଣ୍ଟିଆ ପଡୁଥିବାରୁ ଆଗଲପୁର ବ୍ଲକର ୭ ପଞ୍ଚାୟତ ୧୨ ହଜାର ହେକ୍ଟର ଓ ସୁବର୍ଣ୍ଣପୁର ଜିଲାର ୧୨ ହଜାର ହେକ୍ଟର ଖରିଫ ଚାଷ ପ୍ରଭାବିତ ହେଉଛି। ପ୍ରକଳ୍ପରେ ଆହୁରୀ ୪ ଫୁଟ ପାଣି କ୍ଷମତା ବଢାଇବା ପାଇଁ ସରପ୍ଲସ ନିର୍ମାଣ ପାଇଁ ସାନି ଟେଣ୍ଡର କରିବାକୁ ଚାଷୀନେତା ଦିଲୀପ ବାରିକ ଦାବି କରିଛନ୍ତି। ଏହା ହେଲେ ଖରିଫରେ ଆଉ ପାଣି ନିଅଣ୍ଟିଆ ପଡିବ ନାହିଁ। ଲୁହୁରାମୁଣ୍ଡା ଏବଂ ସାଲେଭଟା ପଞ୍ଚାୟତରେ ରବିରେ ଧାନଚାଷ ହୋଇପାରିବ ବୋଲି ସେ କହିଛନ୍ତି। ଏଦିଗରେ ଯୁଦ୍ର ଜଳସେଚନ ବିଭାଗ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri