Posted inUncategorized

କ୍ରୀଡ଼ାରେ ପ୍ରତିବାଦ

ହ୍ୟୁମାନ୍‌ ରାଇଟ୍‌ ସାଲ୍ୟୁଟ୍‌
୧୯୬୮ ମେକ୍ସିକୋ ଅଲିମ୍ପିକ୍ସରେ ଆମେରିକାର କଳା ଗୋରା ଭେଦଭାବ(ବର୍ଣ୍ଣବୈଷମ୍ୟବାଦ)କୁ ନେଇ ପ୍ରତିବାଦର ସ୍ବର ଉଠାଇଥିଲେ ଦୁଇ ଆମେରିକୀୟ ସ୍ପ୍ରିଣ୍ଟର। ୨୦୦ ମିଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିବା ପରେ ଆଫ୍ରିକାନ ଆମେରିକୀୟ ଧାବକ ଟମି ସ୍ମିଥ୍‌ ଓ ଜନ୍‌ କାର୍ଲୋସ୍‌ ଏକ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ। ପୋଡିୟମରେ ପଦକ ପାଇଁ ଛିଡା ହୋଇଥିବା ବେଳେ ହାତ ମୁଠା କରି ଉପରକୁ ଟେକି ବର୍ଣ୍ଣବୈଷମ୍ୟ ଭେଦଭାବକୁ ପ୍ରତିବାଦ କରିଥିଲେ। ଏହା ପରେ ପଦକ ଗ୍ରହଣ କରିବା ପୂର୍ବରୁ କଳା ଲୋକଙ୍କ ଦାରିଦ୍ର୍ୟତାକୁ ସମାଜ ଆଗରେ ଦେଖାଇବା ପାଇଁ ଉଭୟ ନିଜର ଜୋତା ଖୋଲି ଦେଇଥିଲେ। ଆମେରିକାରେ ହେଉଥିବା ଗଣହତ୍ୟା ପ୍ରତିବାଦରେ ଉଭୟ ବେକରେ ଏକ ଚେନ୍‌ ମଧ୍ୟ ପକାଇଥିଲେ। ଏହି ଘଟଣା ପରେ ଉଭୟଙ୍କୁ ଅଲିମ୍ପିକ୍‌ ଭିଲେଜ୍‌ରୁ ବାହାର ମଧ୍ୟ କରାଯାଇଥିଲା। ଏହି ଘଟଣା ପରେ ୪୦୦ ମିଟର ଇଭେଣ୍ଟରେ ଆମେରିକୀୟ ଆଥଲେଟ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପୋଡିୟମରେ ତିନି ଖେଳାଳି କଳା ଟୋପି ପିନ୍ଧି ସ୍ମିଥ୍‌ ଓ କାର୍ଲୋସଙ୍କ ବାସନ୍ଦକୁ ବିରୋଧ କରିଥିଲେ। ତେବେ ଜାତୀୟ ସଙ୍ଗୀତ ପୂର୍ବରୁ ସେମାନେ ନିଜର ଟୋପି ଖୋଲି ଦେଇଥିଲେ। ଏହି ଘଟଣା ପରେ ଆମେରିକାରେ ମାନବାଧିକାର ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ହ୍ୟୁମାନ ରାଇଟ୍‌ ସାଲ୍ୟୁଟ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲା ଟମି ସ୍ମିଥ୍‌ ଓ ଜନ୍‌ କାର୍ଲୋସ୍‌ଙ୍କ ପ୍ରତିବାଦ।
ଦ ମିଆମି ହିଟ୍‌ ହୁଡି
ମାର୍ଚ୍ଚ ୨୩, ୨୦୧୨ରେ ବାସ୍କେଟ୍‌ବଲ ତାରକା ଲେବ୍ରନ୍‌ ଜେମ୍ସ ଓ ଏନ୍‌ବିଏ ଦଳ ମିଆମି ହିଟ୍‌ ପକ୍ଷରୁ ଏକ ହୁଡି ମାର୍ଚ୍ଚ କରାଯାଇଥିଲା। ମାର୍ଚ୍ଚ ୨୧ ତାରିଖରେ ହୁଡି ପିନ୍ଧିଥିବା ୧୭ ବର୍ଷୀୟ ଆଫ୍ରୋ ଆମେରିକୀୟ ଟ୍ରେଭନ୍‌ ମାର୍ଟିନଙ୍କୁ ଗୁଳି କର ହତ୍ୟା କରାଯାଇଥିଲା। ପ୍ରତିବାଦରେ ଟ୍ରେଭନ୍‌ଙ୍କ ପରିବାର ସହିତ ଛିଡା ହୋଇଥିଲେ ଲେବ୍ରନ୍‌ ଜେମ୍ସ। ପରବର୍ତ୍ତୀ ସମୟରେ ଏହାକୁ ଦ ମିଲିୟନ ହୁଡି ମାର୍ଚ୍ଚ ବୋଲି ମଧ୍ୟ କୁହାଯାଇଥିଲା।
ଆଇ କ୍ୟାଣ୍ଟ ବ୍ରିଦ୍‌
ଜୁଲାଇ ୭, ୨୦୧୪ରେ ଏରିକ୍‌ ଗାନର ନାମକ ଜନୈକ କୃଷ୍ଣକାୟ ବ୍ୟକ୍ତି ପୋଲିସ୍‌ ବର୍ବରତାର ଶିକାର ହୋଇ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଆଇ କ୍ୟାଣ୍ଟ ବ୍ରିଦ(ମୁଁ ନିଶ୍ୱାସ ନେଇ ପାରୁନି) ବୋଲି କହୁଥିବା ବେଳେ ସେ ପ୍ରାଣ ହରାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ୮ ଡିସେମ୍ବର ୨୦୧୪ରେ କ୍ଲିଭ୍‌ଲାଣ୍ଡ କାଭଲିୟରର ଲେବ୍ରନ୍‌ ଜେମ୍ସ, ବ୍ରୁକ୍‌ଲିନ୍‌ ନେଟ୍ସର କେଭିନ୍‌ ଗ୍ରାନେଟ୍‌, ଡେରୋନ୍‌ ଓ୍ବିଲିୟମ୍ସ, ଜାରେଟ୍‌ ଜ୍ୟାକ୍‌ ଓ ଆଲାନ୍‌ ଆଣ୍ଡରସନ୍‌ ପ୍ରମୁଖ ପ୍ରତିବାଦ କରିଥିଲେ। ସମସ୍ତ ଖେଳାଳି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଆଇ କ୍ୟାଣ୍ଟ ବ୍ରିଦର ହ୍ୟାସ୍‌ ଟ୍ୟାଗ୍‌ ମଧ୍ୟ ଚଳାଇଥିଲେ।
ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ମୁଭମେଣ୍ଟ
ନଭେମ୍ବର ୨୦୧୬ରେ ପ୍ରଥମ ଥର ପାଇଁ ଗୋଟିଏ ଆଣ୍ଠୁରେ ବସି ପ୍ରଥମେ ନ୍ୟାଶନାଲ ଫୁଟବଲ ଲିଗ୍‌ରେ ଖେଳାଳି ମାନେ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରଥମ କ୍ରିକେଟର ଭାବରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍‌ ଓ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏହି ଆନ୍ଦୋଳନରେ ସାମିଲ ଥିଲେ। ତେବେ ସୋସିଆଲ ମିଡିଆରେ ପାଣ୍ଡ୍ୟାଙ୍କୁ ଅନେକ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଥିଲା।
-ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?