Posted inଜାତୀୟ

ହିଜାବ ବ୍ୟାନ୍‌ ପାଇଁ ଆଇନ ନାହିଁ

ବେଙ୍ଗାଲୁରୁ,୧୫।୨: ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ବ୍ୟବହାର ନିଷେଧ କରିବା ପାଇଁ କୌଣସି ଆଇନ ନାହିଁ ବୋଲି କର୍ନାଟକ ହାଇକୋର୍ଟରେ ଛାତ୍ରୀମାନେ ଯୁକ୍ତି ବାଢ଼ିଛନ୍ତି। ହିଜାବ ପିନ୍ଧିଥିବାରୁ କଲେଜରେ ପ୍ରବେଶ ଅନୁମତି ମିଳି ନ ଥିବା ଛାତ୍ରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମାତ୍‌ କହିଥିଲେ, ସମ୍ବିଧାନ ପ୍ରଦତ୍ତ ଧର୍ମୀୟ ସ୍ବାଧୀନତା ଦ୍ୱାରା ହିଜାବ ସୁରକ୍ଷିତ। କଲେଜ ଉନ୍ନୟନ କମିଟି ଏହାକୁ ବ୍ୟାନ୍‌ କରିପାରିବ ନାହିଁ ବୋଲି ସେ କହିଛନ୍ତି।
ହିଜାବକୁ ନେଇ ବିବାଦ ଲାଗି ରହିଥିବାବେଳେ ଗତ ସପ୍ତାହରେ ସରକାର ଏହା ଉପରେ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବାକୁ ଛାଡ଼ିଦେଇଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୫ର ଦୁଇଟି ଧାରା ଉପରେ ଆଲୋଚନା କରି ମସ୍ତକ ଆବୃତ୍ତ କରୁଥିବା ବସ୍ତ୍ର ନିଷେଧ କରିବା ପାଇଁ ଆଇନ କେଉଁଠି ଅଛି ବୋଲି ବରିଷ୍ଠ ଆଇନଜୀବୀ ପ୍ରଶ୍ନ କରିଥିଲେ। ଅନୁଚ୍ଛେଦ ୨୫ ହିଜାବ ପିନ୍ଧିବାକୁ ସୁରକ୍ଷା ଦେଉନାହିଁ ସରକାର ଘୋଷଣା କରିବା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଆଇନଜୀବୀ କର୍ନାଟକ ହାଇକୋର୍ଟର ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଆଗରେ ଯୁକ୍ତି ବାଢ଼ିଛନ୍ତି। ଏପରିକି କେନ୍ଦ୍ରୀୟ ବିଦ୍ୟାଳୟରେ ୟୁନିଫର୍ମ ରଙ୍ଗର ହିଜାବକୁ ଅନୁମତି ଦିଆଯାଇଛି। ମୁସଲମାନ ଛାତ୍ରୀ ହିଜାବ ପିନ୍ଧିଲେ ଏହା କାହାକୁ ଆଘାତ ଦେଉନାହିଁ। ଏହା ଏକ ବିଶ୍ୱାସର କଥା ବୋଲି ଆଇନଜୀବୀ କହିଛନ୍ତି। କୋରାନରେ ହିଜାବକୁ ବାଧ୍ୟତାମୂଳକ କରାଯାଇଥିବାରୁ ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ପାଖକୁ ଯିବା ଆବଶ୍ୟକ ନାହଁ। ଏହା ଅନୁଚ୍ଛେଦ ୨୫ ଦ୍ୱାରା ସୁରକ୍ଷିତ ବୋଲି କାମାତ୍‌ କହିଥିଲେ।
ହିଜାବକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକାଧିକ ପିଟିଶନର ଶୁଣାଣି କରିବା ପରେ ମୁଖ୍ୟ ବିଚାରପତି ଋତୁରାଜ ଅଓ୍ବସ୍ତି, ଜଷ୍ଟିସ୍‌ କ୍ରିଷ୍ଣା ଏସ୍‌. ଦୀକ୍ଷିତ ଏବଂ ଜେ.ଏମ୍‌. ଖାଜି ମଙ୍ଗଳବାରକୁ ଶୁଣାଣି ସ୍ଥଗିତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri