ନାଳିଆ ଘାସ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା, ୨୬ା୨(ଜଗନ୍ନାଥ ଧଳ):ନାଳିଆ ଘାସରେ ତିଆରି ଟୋକେଇ, ପାଛିଆ, ନାଳିଆ, ସେର, ମାଣ ଟୁକୁଲି ଆଦି ପ୍ରତ୍ୟେକଙ୍କ ଘରେ ପରିଚିତ। ପ୍ରାୟ ୫୦ବର୍ଷ ଧରି ଏହି ହସ୍ତଶିଳ୍ପ କୌଳିକ ବୃତ୍ତି ହୋଇ ରହିଆସିଛି। ଏଥିରେ ଆର୍ଥିକ ସଶକ୍ତୀକରଣ ହେବା ସହ ପରିବାର ପ୍ରତିପୋଷଣରେ ସହଯୋଗ କରାଯାଇଛି। ସମ୍ପ୍ରତି ଏହି ହସ୍ତଶିଳ୍ପ ବିଭିନ୍ନ କାରଣରୁ ଏବେ ଅଲୋଡା ହେଲାଣି। ତେବେ ଏହି ବୃତ୍ତିରେ ଆସୁଥିବା ଅର୍ଥ ପାଇଁ ୩ ଝିଅଙ୍କର ବିବାହ ହୋଇଛି ବୋଲି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ସୁନିତି ଗ୍ରାମର ଶାନ୍ତିଲତା ଦାସ କହିଛନ୍ତି। ସେ କହିଛନ୍ତି ଯେ, ନାଳିଆ ଘାସ ବୃତ୍ତିଧାରୀଙ୍କୁ ଏବେ ପ୍ରୋତ୍ସାହିତ କରାଯାଉନାହିଁ। ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବୃଦ୍ଧି ଏ ପ୍ରକାର ହସ୍ତଶିଳ୍ପକୁ ବୁଡାଇ ଦେଇଛି। ସେହିପରି ଏହାର କଞ୍ଚାମାଲ ବିନା ମୂଲ୍ୟରେ ଭିତରକନିକା ଜଙ୍ଗଲ ସହ ଅନ୍ୟ ଅଞ୍ଚଳରେ ମିଳୁଥିଲା। ବନ ବିଭାଗର କଟକଣା କଞ୍ଚାମାଲ ସଂଗ୍ରହରେ ବାଧକ ହୋଇଛି। ବଜାର ମଣ୍ଡି ପାଇଁ ସୁଯୋଗ ସୃଷ୍ଟି ଆବଶ୍ୟକ। ଅଳ୍ପ କେତୋଟି ମେଳା, ମହୋତ୍ସବ, ପଲ୍ଲିଶ୍ରୀ ମେଳାକୁ ଛାଡି ପର୍ଯ୍ୟଟନ ଶିଳ୍ପ ଓ ଅନ୍‌ଲାଇନ ବ୍ୟବସାୟ, ବୈଷୟିକ ତାଲିମ ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଏହି ହସ୍ତଶିଳ୍ପ ପାଇଁ ନାଳିଆ ଘାସ ଆବଶ୍ୟକ। ଜିଲାର ସମୁଦ୍ର କୂଳ ଲବଣାକ୍ତ ଜଳବାୟୁର ସନ୍ତସନ୍ତିଆ ସ୍ଥାନ ସହିତ ସ୍ଥାନୀୟ ଉପାନ୍ତ ଅଞ୍ଚଳରେ ନଦୀ ଓ ନାଳରେ ଏହାର ସ୍ବତନ୍ତ୍ର ପ୍ରଜାତି ଅଛି। ଜିଲାର ମହାକାଳପଡା ବ୍ଲକ ଅଧୀନ ବତିଘର, ଖରିନାସୀ, ରାମନଗର, ବରକନ୍ଦା, ଜମ୍ବୁ, ସୁନିତି ଓ ରାଜନଗର ବ୍ଲକର ଗୁପ୍ତି, ମଗରକନ୍ଦା, ଅଢ଼ସଲ, ଡାଙ୍ଗମାଳ, ଈଶ୍ୱରପୁର, ଡେରା, ମହୁଲିଆ ଆଦି ସହିତ ରାଜକନିକା ବ୍ଲକର କେତେକ ଅଞ୍ଚଳରେ ଏହି ପ୍ରଜାତିର ଘାସ ଦେଖିବାକୁ ମିଳିଥାଏ ା ଏଥିସହ ହେନ୍ତାଳବଣ ମଧ୍ୟରେ ପ୍ରଚୁର ପରିମାଣରେ ନାଳିଆ ଘାସ ଉଠିଥାଏ। ଶିଶିର ଋତୁରେ ଏହାକୁ ସଂଗ୍ରହ କରାଯାଇ ଆବଶ୍ୟକ ମୁତାବକ ପାତିଆ କରାଯାଇ ଶୁଖାଯାଏ। ଏହାର ମୂଲ୍ୟବାନ ତନ୍ତୁ ଉତ୍କୃଷ୍ଟ ଘରୋଇ ସାମଗ୍ରୀ ନିର୍ମାଣରେ କଞ୍ଚାମାଲ ଭାବେ ବ୍ୟବହାର ହୋଇଥାଏ। ଏଥିରେ ପ୍ରସ୍ତୁତ ମୋବାଇଲ ଷ୍ଟାଣ୍ଡ, ପେନଷ୍ଟାଣ୍ଡ, ହାତପଙ୍ଖା, ଘରସଜ୍ଜା ଉପକରଣ ବେଶ ଆକର୍ଷଣୀୟ। ତନ୍ତଆପାଳର ପ୍ରମିଳା ଜେନା କହିଛନ୍ତି, ନାଳିଆ ଘାସ ଭିତରକନିକାରେ ପ୍ରଚୁର ପରିମାଣରେ ଅଛି। ଏହି କଞ୍ଚାମାଲ ସଂଗ୍ରହ କରିବାରେ ବନ ବିଭାଗ କଟକଣା ବାଧକ ସାଜିଛି। ଉପାନ୍ତ ଅଞ୍ଚଳରେ ପ୍ରସ୍ତୁତ ସାମଗ୍ରୀ ଘରୋଇ ଆବଶ୍ୟକତାକୁ ପୂରଣ କରିଥାଏ। ସାମ୍ପ୍ରତିକ ସମୟରେ ଏହି କୁଟୀର ଶିଳ୍ପର ଉନ୍ନତୀକରଣ ଓ ବ୍ୟାପକତା ପାଇଁ ବୈଷୟିକ ଜ୍ଞାନ କୌଶଳ ତାଲିମ ଆବଶ୍ୟକ। ତାଲିମ ପ୍ରାପ୍ତ ହୋଇ ନ ଥିବାରୁ ବ୍ୟାଙ୍କରୁ କୁଟୀର ଶିଳ୍ପକୁ ବୃହତ୍‌ ଆକାରର ଋଣ ମିଳୁନାହିଁ। ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର, ଓରମାସ ଓ ନାବାର୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ସୁଫଳ ମିଳିନି। ସାମାଜିକ କର୍ମୀ ତଥା ଉତ୍କଳମଣି ଯୁବକ ସଂଘ ସଭାପତି ଗୌତମ କୁମାର ବେହେରା କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ନେଇ ପ୍ରଚାର ଜୋରଦାର ହେଉଛି। ସେହିପରି ଏସ୍‌ଏସ୍‌ଜି ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଆର୍ଥିକ ଦିଗରୁ ସଶକ୍ତୀକରଣ ହେଉଥିବା କୁହାଯାଉଛି। ଏହାର ବାସ୍ତବତା ହେଉଛି ଯେ, ସରକାରୀ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଜିଲାରେ ଯେଉଁ ପରିମାଣରେ କାଇଁଛ ହସ୍ତଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି, ସେହିପରି ନାଳିଆ ଘାସ ହସ୍ତଶିଳ୍ପକୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଜିଲାରେ କଞ୍ଚାମାଲ ମାଗଣାରେ ମିଳୁଥିବା ସତ୍ତ୍ୱେ ଏହାର ପ୍ରଚାର ନ ଥିବାରୁ ଏହି କୁଟୀର ଶିଳ୍ପ ମରିଯିବାକୁ ବସିଛି। ଏ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ନାଳିଆ ଘାସ ହସ୍ତଶିଳ୍ପୀଙ୍କ ପାଇଁ ୨୦୦୯ ମସିହାରୁ ତାଲିମ ପ୍ରଦାନ କରାଯାଉଛି। ତେବେ ଏଥିରେ ତାଲିମ ପାଇଁ ବେଶି ଆଗ୍ରହ ନ ଥିବାରୁ ଆବଶ୍ୟକ ଅନୁଯାୟୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?