ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ: ବ୍ରାହ୍ମଣୀରୁ ବାଲି ଉତ୍ତୋଳନ

ପଟ୍ଟାମୁଣ୍ଡାଇ, ୨୬ା୨( କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ବ୍ରାହ୍ମଣୀ ନଦୀପଠାରୁ ବେଆଇନ ଭାବେ ଦିନରାତି ବାଲି ଚୋରା ଚାଲାଣ ହେଉଛି। ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀପଠାରୁ ଅତଡ଼ା ଖାଇ ଗତିପଥ ବଦଳାଇ ଗାଁମୁହାଁ ହେବାରେ ଲାଗିଛି। ଏହା ଦାଣ୍ଡିସାହି ସେତୁ ପ୍ରତି ବିପଦ ଡାକି ଆଣିଛି। କେନ୍ଦ୍ରାପଡ଼ା ଜିଲା ଖଣି ବିଭାଗ ଓ ପଟ୍ଟାମୁଣ୍ଡାଇ ତହସିଲ ମଧ୍ୟରେ ଛକାପଞ୍ଝାର ଫାଇଦା ବାଲି ବ୍ୟବସାୟୀ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ସାମାଜିକ କର୍ମୀ ନରେନ୍ଦ୍ର ଧଳ, କୈଳାସ ସେଠୀ, ବାବୁଲି ମହାନ୍ତି, ଆର୍ତ୍ତତ୍ରାଣ ପାତ୍ର ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀରେ ତହସିଲ ପକ୍ଷରୁ ୩ଟି ବାଲି ସଇରାତକୁ ନିଲାମ ପ୍ରଦାନ କରାଯାଇଛି। ଉକ୍ତ ସଇରାତ ମଧ୍ୟରେ ଅମୃତମଣୋହି, ତରଡ଼ିପାଳ ଓ ଅଳପୁଆ ଆଦି ଅନ୍ତର୍ଭୁକ୍ତ ବୋଲି ରାଜସ୍ବ ବିଭାଗରୁ ସୂଚନା ମିଳିଛି। ସେହି ସଇରାତଗୁଡ଼ିକ ନିଲାମ ସରିଛି। ହେଲେ ଏପର୍ଯ୍ୟନ୍ତ କୌଣସି ସଇରାତରୁ ବାଲି ଉତ୍ତୋଳନ ପାଇଁ ତହସିଲ ପକ୍ଷରୁ ମଞ୍ଜୁରି ଦିଆଯାଇନାହିଁ। ନିଲାମଧାରୀମାନେ କେବଳ ନିଲାମ ପାଇଥିବା ବେଳେ ଆବଶ୍ୟକ କାଗଜପତ୍ର ଦାଖଲ ନ କରି ଦିନରାତି ଟ୍ରାକ୍ଟର, ହାଇୱାରେ ଶତାଧିକ ଟ୍ରିପ ବାଲି ଲୁଟି ଚାଲିଛନ୍ତି। ସେହିପରି ନୀଳକଣ୍ଠପୁର, ତମଳାଶାସନ, ନାଇଆଡିଆ ଓ ଅଳଭା ବ୍ରାହ୍ମଣୀ ନଦୀପଠା ବାଲି ଖାଦାନରୁ ବେଧଡ଼କ ଭାବେ ବେଆଇନ ବାଲି ଚୋରା ଚାଲାଣ ହେଉଛି। ନୀଳକଣ୍ଠପୁର ଖାଦାନରୁ ବାଲି ଉତ୍ତୋଳନ ଯୋଗୁ ନଦୀପଠାରୁ ଅତଡ଼ା ଖାଇ ଗତିପଥ ବଦଳାଇ ଗାଁ ମୁହାଁ ହେଉଛି। ତମଳାଶାସନ ଓ ନାଇଆଡିଆ ବାଲି ସଇରାତର ପାଖରେ ଦାଣ୍ଡିସାହି ସେତୁ ଥିବାରୁ ଏଥିପ୍ରତି ବିପଦ ସୃଷ୍ଟି ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଠାରୁ ବାଲି ଉତ୍ତୋଳନ ପାଇଁ ମଞ୍ଜୁରି ଦିଆଯାଇନାହିଁ। ଏହି ସ୍ଥାନରୁ ମେଶିନ ଦ୍ୱାରା ବାଲି ଖନନ ନ କରିବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ରହିତାଦେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ମାତ୍ର କେତେଜଣ ବାଲି ବ୍ୟବସାୟୀ ଜୋରଜବରଦସ୍ତି ମେଶିନ ଲଗାଇ ଦୈନିକ ହାଇଓ୍ବା ଓ ଟ୍ରାକ୍ଟରରେ ବାଲି ଏଠାରୁ ଚୋରା ଚାଲାଣ କରୁଛନ୍ତି। କେଉଁ ମୁହୂର୍ତ୍ତରେ ସେତୁ ଭୁଶୁଡ଼ି ପଡ଼ିବ ସେଭଳି ଆଶଙ୍କା ସୃଷ୍ଟି ହେଉଛି। ବନ୍ୟାପାଣି ଆସିଲେ ନଦୀ ଅବବାହିକାରେ କ୍ଷୟକ୍ଷତି କରୁଥିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲଘୁ ଖଣିଜ ଚୋରି ଉପରେ ଅଙ୍କୁଶ ଲଗାଇବାକୁ ସରକାର ଲଘୁ ଖଣିଜ ସମ୍ପଦକୁ ରାଜସ୍ବ ବିଭାଗ ହାତରୁ କାଢ଼ି ଖଣି ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଖଣି ବିଭାଗ ଅଧୀନରେ ଲଘୁ ଖଣିଜ ସମ୍ପଦ ପରିଚାଳନା ପାଇଁ କେନ୍ଦ୍ରାପଡ଼ାରେ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲାଯାଇଛି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହୋଇଛି। ପ୍ରତ୍ୟେକ ନଦୀ ଶଯ୍ୟାକୁ ବ୍ୟବସାୟୀ କବ୍‌ଜାକୁ ନେଇ ବାଲି ଖୋଳି ଧ୍ୱଂସ କରିବାରେ ଲାଗିଛନ୍ତି। ମାଟି କଥା ନ କହିବା ଭଲ। ଏଭଳି ସ୍ଥିତିରେ ତହସିଲ କାର୍ଯ୍ୟାଳୟ ଚୁପ ବସିଥିବା ବେଳେ ଖୋଲା ଯାଇଥିବା ଖଣି ବିଭାଗ ଅପାରଗତା ପଦାରେ ପଡିଛି। ଏ ସମ୍ପର୍କରେ ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ପଚାରିବାରେ ଖଣି ବିଭାଗ ପକ୍ଷରୁ ଚୋରା ବାଲି ଗାଡ଼ି ଧରିବାକୁ ଯିବା ସମୟରେ ମାଫିଆମାନେ ନାନା ପ୍ରକାର ଭୟଭୀତ କରାଉଛନ୍ତି। ଏପରିକି ଚଢ଼ାଉ ବେଳେ ବାଲି ଚୋରା ଚାଲାଣକାରୀମାନେ ଦ୍ରୁତଗତିରେ ଆଗରେ ଗାଡ଼ି ନେଇ ଚାଲି ଯାଉଛନ୍ତି। ବହୁ ସମୟରେ ସେମାନେ ଆମ ଗାଡିକୁ ଆଗକୁ ଯିବାକୁ ଦେଉନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?