ଖାଦ୍ୟ ମାନ ଯାଞ୍ଚ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରୁ ଧରପଗଡ଼ ପରେ ନକଲି ସାମଗ୍ରୀ କାରଖାନା ଠାବ ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଦୁଇବର୍ଷ ମଧ୍ୟରେ ନକଲି ମସଲାଗୁଣ୍ଡ କାରଖାନା ଓ ଦୁହୁରିଆଠାରେ ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାଶ ହୋଇଥିଲା। ବିଭିନ୍ନ ସମୟରେ ନିମ୍ନମାନର ଖାଦ୍ୟ ଖାଇବା ଯୋଗୁ ସାଧାରଣ ଲୋକ ରୋଗରେ ପଡୁଛନ୍ତି। ଖାଦ୍ୟର ମାନ ଯାଞ୍ଚ ପାଇଁ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ପରୀକ୍ଷାଗାର ଅଛି। ଏଥିସହ ବାଲେଶ୍ୱର, କନ୍ଧମାଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲାରେ ଆଞ୍ଚଳିକ ପରୀକ୍ଷାଗାର ରହିଛି। କେନ୍ଦ୍ରାପଡ଼ାରେ ଆଞ୍ଚଳିକ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଜିଲା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ବିଭାଗର ବିଭିନ୍ନ ଅଧିକାରୀ, ଜିଲାପାଳଙ୍କୁ ଶୁକ୍ରବାର ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ ଚିଠି ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ଏ ସମ୍ପର୍କରେ ମଞ୍ଚ ସଭାପତି ସାମଲ କହିଛନ୍ତି, ସମଗ୍ର ଦେଶରେ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାରଙ୍କ ଆହାର ଯୋଜନା ମାଧ୍ୟମରେ ବହୁ ଲୋକ ଉପକୃତ ହେଉଛନ୍ତି। ମାତ୍ର ଏସବୁ ଖାଦ୍ୟର ମାନ ପରୀକ୍ଷଣ ପାଇଁ ଜିଲାରେ ବ୍ୟବସ୍ଥା ନାହିଁ। ଖୋଲା ବଜାରରେ ଖାଦ୍ୟ ପଦାର୍ଥ ବିକ୍ରି ଚାଲିଛି। ପରୀକ୍ଷାଗାର ନ ଥିବାରୁ ଏହାର ମାନ ଯାଞ୍ଚ ହୋଇପାରୁନାହିଁ। ଜିଲାରେ ଏହି ପରୀକ୍ଷାଗାର ସ୍ଥାପନ ହେଲେ କେନ୍ଦ୍ରାପଡ଼ା ସମେତ ନିକଟସ୍ଥ ଯାଜପୁର, ଜଗତ୍‌ସିଂହପୁର ଓ କଟକ ଜିଲାର କେତେକ ଅଂଶର ଲୋକେ ଉପକୃତ ହୋଇପାରିବେ। ଆଇନଜୀବୀ ଦେବଦାସ ମହାନ୍ତି କହିଛନ୍ତି, ଦେଶରେ ଖାଦ୍ୟର ମାନ ସୁରକ୍ଷା ପାଇଁ ବିଭିନ୍ନ ଆକ୍ଟ ଓ ଅର୍ଡର ସହ ୨୦୦୬ରେ ଦ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପ୍ରଚଳନ ହୋଇଛି। ମାତ୍ର ଆଇନଗୁଡ଼ିକୁ କାର୍ଯ୍ୟକାରୀ ନିମନ୍ତେ ଆଶାନୁରୂପକ ମାମଲା କୋର୍ଟକୁ ଆସିପାରୁ ନ ଥିବାରୁ ଉପଭୋକ୍ତା ଲାଭ ଉଠାଇ ପାରୁନାହାନ୍ତି। ଖାଦ୍ୟର ମାନ ପରୀକ୍ଷଣ ନ ହେବା ଫଳରେ ଖରାପ ଖାଦ୍ୟ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ।

ବିଭାଗୀୟ ଅଧିକାରୀ ମଧ୍ୟ ଅବହେଳା କରୁଛନ୍ତି ବୋଲି ମତ ଦେଇଛନ୍ତି। ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି କହିଛନ୍ତି, ୨୦୧୭ ଅଗଷ୍ଟରେ ପ୍ରକାଶିତ ସିଏଜି ରିପୋର୍ଟରେ ଖାଦ୍ୟର ମାନ ଯାଞ୍ଚ କ୍ଷେତ୍ରରେ ଅବହେଳା ହେଉଥିବା ନେଇ ସ୍ପଷ୍ଟ ହୋଇଛି। ପ୍ରାୟ ୯୦ ପ୍ରତିଶତ ଖାଦ୍ୟର ମାନ ପରୀକ୍ଷଣ ହେଉ ନ ଥିବା ଦର୍ଶାଯାଇଛି। ବହୁ ଶିଶୁ, ପ୍ରସୂତିଙ୍କୁ ଦିଆଯାଉଥିବା ଛତୁଆ ଓ ଅନ୍ୟ ପୁଷ୍ଟିକର ଖାଦ୍ୟର ମାନ ଭଲ ରହୁନାହିଁ। ବିଭିନ୍ନ ସମୟରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖାଯାଇଛି। ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ପଚାରିବାରେ ମଧ୍ୟାହ୍ନଭୋଜନର ମାନ ନିର୍ଦ୍ଧାରଣ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଏକ କମିଟି ଗଠନ ହୋଇଛି। ସେହିପରି ଆହାର କେନ୍ଦ୍ରର ମାନ ବିଭିନ୍ନ ସମୟରେ ଯାଞ୍ଚ ହେଉଛି। ଜିଲା ଖାଦ୍ୟ ନିରୀକ୍ଷକ ବଜାରରେ ବାରମ୍ବାର ଚଢ଼ାଉ କରୁଛନ୍ତି। ଖାଦ୍ୟର ମାନ ଯାଞ୍ଚ କରିବାକୁ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଉଦ୍ୟମ ହେବ ବୋଲି ସେ କହିଛନ୍ତି। ସହରର ଲକ୍ଷ୍ମୀକାନ୍ତ ନାୟକ, ଆଶିଷ କୁମାର ସେନାପତି, ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପଜିଲାପାଳଙ୍କ ମତରେ ଏକମତ ହୋଇପାରିନାହାନ୍ତି। ସେମାନେ ଦର୍ଶାଇଛନ୍ତି, ବିଦ୍ୟାଳୟରେ ଥିବା କମିଟି ସଦସ୍ୟ ଖାଦ୍ୟର ମାନ ଯାଞ୍ଚ ପାଇଁ କୌଣସି ତାଲିମ ନେଇନାହାନ୍ତି। ସେହିପରି ଆହାର, ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ଆଦିକୁ ଖାଦ୍ୟ ନିରୀକ୍ଷକ ଗସ୍ତ କରୁନାହାନ୍ତି। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?