ଜବରଦଖଲ: ହାତୀଯୋରରୁ ଜଳ ନିଷ୍କାସନ ହେଉନି

ନାଉଗାଁ,୨୩।୪(ସ୍ବ.ପ୍ର): ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ଭାତପଡାଠାରୁ ଉପତ୍ତ୍ତି ହୋଇଛି ହାତୀଯୋର। ଏହି ଯୋରଟି ଭାତପଢ଼ା ଦେଇ ଅଲଣା ପଞ୍ଚାୟତର ନହଡିପଡ଼ା, ମୁଣ୍ଡାଳୋ, ବେଣାପଡ଼ା ଦେଇ ଜାମୁଗାଁ ପଞ୍ଚାୟତ ଛତିଆନାଠାରେ ବାଉଁଶ ଯୋରି ସହ ସଂଯୁକ୍ତ ହୋଇଛି। ପୂର୍ବରୁ ଏହି ଯୋର ଯୋଗୁ ସ୍ଥାନୀୟ ଚାଷୀ ବେଶ୍‌ ଉପକୃତ ହେଉଥିଲେ। ଯୋରରେ ଗଜରାଜପୁର, ଅଲଣା, ଘୋଡାଂଶ, ନୂଆଗାଁ ଓ ଜାମୁଗାଁ ପଞ୍ଚାୟତର ଚାଷଜମିରୁ ବର୍ଷା ଦିନେ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହେବା ସହ ବର୍ଷା କମ୍‌ ସମୟରେ ଉକ୍ତ ପାଣିକୁ ବ୍ୟବହାର କରି ଚାଷ କାର୍ଯ୍ୟ କରାଯାଉଥିଲା। ବର୍ତ୍ତମାନ ଉକ୍ତ ଯୋର ଜବରଦଖଲ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।
ଯୋରଟି ଜଳସେଚନ ବିଭାଗ ଅଧୀନରେ ରହିଥିବା ବେଳେ ଏହାର ଠିକ୍‌ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କାଳକ୍ରମେ ପୋତି ହୋଇଗଲାଣି। ସେହିପରି ଉକ୍ତ ବିଭାଗ ପକ୍ଷରୁ ଏହି ଯୋରର ବେଣାପଡା ନିକଟରେ ଦୀର୍ଘଦିନ ତଳେ ସାଇଫନ ନିର୍ମାଣ କରାଯାଇଥିଲା। ଫଳରେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ସେହିପରି ଓରଣ୍ଡ ନିକଟରେ ଜଣେ ବ୍ୟକ୍ତି ୧ ଏକର ଜମି କ୍ରୟ କରି ଫାର୍ମ ହାଉସ ନିର୍ମାଣ କରିଛନ୍ତି। ଉକ୍ତ ଫାର୍ମ ହାଉସ ପାଇଁ ମାଟି ପୋତିବା ବେଳେ ଯୋର ପୋତି ହେବା ସହ ପଥ ସଙ୍କୁଚିତ ହୋଇଯିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ସେହିପରି ରାସ୍ତାଘାଟ ନିର୍ମାଣ ଯୋରର ଉଭୟପାର୍ଶ୍ୱରେ ଘର, ଛୋଟ ବଜାର ଆଦି ନିର୍ମାଣ ହେବା ଦ୍ୱାରା ଯୋରଟି ପୋତି ହୋଇଗଲାଣି। ଗାଁ ଗଣ୍ଡାର ଆବର୍ଜନା, ହାଟ ବଜାରରୁ ବିଭିନ୍ନ ଅନାବଶ୍ୟକ ପଦାର୍ଥକୁ ଯୋରରେ ପକାଯାଉଛି। କ଼ାଳକ୍ରମେ ଯୋର ପୋତି ହେବାରେ ଲାଗିଛି। ବର୍ଷାଦିନେ ଏହା ମାଧ୍ୟମରେ ପାଣି ନିଷ୍କାସନ ହୋଇପାରନାହିଁ। ଦୀର୍ଘଦିନ ଧରି ଏହା ମଧ୍ୟରେ ଦଳ ଭର୍ତ୍ତି ହୋଇ ରହିବା ଦ୍ୱାରା ମଶା ବଂଶ ବୃଦ୍ଧି ହେବା ସହ ବିଷଧର ସାପଙ୍କ ବାସ ସ୍ଥାନ ପାଲଟିଛି। ଯାହାକି ଗ୍ରାମବାସୀଙ୍କ ଦୁଃଖର କାରଣ ପାଲଟିଛି। ଏ ସମ୍ପର୍କରେ ଅଚ୍ୟୁତପୁରର ଭୋଳାନାଥ ଦାସ କୁହନ୍ତି, ଓରଣ୍ଡ ନିକଟରେ ଫାର୍ମ ହାଉସ ହେବା ଫଳରେ ଯୋରରୁ ପାଣି ନିଷ୍କାସନ ପଥ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଜବରଦଖଲ ଯୋଗୁ ସ୍ଥାନୀୟ ଚାଷୀ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମନ୍ମଥ ଓଝା ସମିତିସଭ୍ୟ, ଅଲଣା ପଞ୍ଚାୟତ, ହାତୀଯୋରକୁ ପୁନରୁଦ୍ଧାର କରାଗଲେ ୫ ପଞ୍ଚାୟତର ଚାଷୀ ଉପକୃତ ହେବେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ବଂଶୀଧର ବେହେରା, ଅବସରପ୍ରାପ୍ତ ଶିକ୍ଷକ, ମୁଣ୍ଡାଳ କୁହନ୍ତି, ହାତୀଯୋର ପୋତି ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପୁନରୁଦ୍ଧାର କରାଗଲେ ବିଶେଷ କରି ଚାଷୀମାନେ ଉପକୃତ ହୋଇପାରିବେ। ଜଳସେଚନ ବିଭାଗ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ଯୋରଟିର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। କିନ୍ତୁ ଜବରଦଖଲ ଯୋଗୁ କିଛି କରି ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri