ପର୍ଯ୍ୟଟନସ୍ଥଳୀର ବିକାଶ ନାହିଁ

କେନ୍ଦୁଝର, ୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି। ଜିଲାର ପ୍ରାକୃତିକ ଦୃଶ୍ୟରାଜି ଦେଖିବାକୁ ଜିଲାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ସରକାର ଆଗ୍ରହ ପ୍ରକାଶ କରୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରାଯାଉଛି। ଯଦି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଆନ୍ତା। ରାଜ୍ୟ ତଥା ଦେଶରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ କେନ୍ଦୁଝର ସ୍ଥାନ ପାଆନ୍ତା ବୋଲି ମତ ପ୍ରକାଶ ପାଇଛି।
ଜିଲାରେ ଅଧିକାଂଶ ପର୍ଯ୍ୟଟନସ୍ଥଳୀ ପ୍ରକୃତି ଜଳପ୍ରପାତକୁ ନେଇ ଅବସ୍ଥିତ। ଏହା ବ୍ୟତୀତ କିଛି ଡ୍ୟାମ୍‌ ମଧ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବାବେଳେ ଘଟଗାଁ ମା’ତାରିଣୀଙ୍କ ମନ୍ଦିର ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିଥାଏ। ଜିଲାରେ ଅନେକ ଜଳପ୍ରପାତ ସହ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାତ୍ର ୧୬ଟିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନଟ କରାଯାଇଛି ା
ସେଗୁଡିକ ମଧ୍ୟରୁ ଘଟଗାଁ ବ୍ଲକର ମା’ତାରିଣୀଙ୍କ ପୀଠ, ସୀତାବିଞ୍ଜ, ପୁରୁଣା ସହରରେ ଥିବା ବଳଦେବଜୀଉ ମନ୍ଦିର, ବାଂଶପାଳ ବ୍ଲକରେ ଥିବା ସାନଘାଗରା ଜଳପ୍ରପାତ, ଗୋନାସିକା, ବଡଘାଗରା, ଖଣ୍ଡାଧାର, ଯୋଡା ବ୍ଲକରେ ଥିବା ହାଣ୍ଡିଭଙ୍ଗା ଜଳପ୍ରପାତ, ଚମ୍ପୁଆ ବ୍ଲକର କେଶରୀକୁଣ୍ଡ, ମୁର୍ଗାମହାଦେବ, ହଦଗଡ ଡ୍ୟାମ୍‌, ଘଷିପୁରା ବ୍ଲକ କୁଶଳେଶ୍ୱର ପ୍ରଭୃତି ରହିଛି। ତେବେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ନିମନ୍ତେ କୌଣସି ସୁବିଧା ନାହିଁ। ପାଟଣା ବ୍ଲକର ଭୀମକୁଣ୍ଡରେ ଦୀର୍ଘ ୬ ବର୍ଷ ପୂର୍ବରୁ ଏକ ରୋପ୍‌ୱେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ ା ଏହା ବ୍ୟତୀତ ଖଣ୍ଡାଧାର ଜଳପ୍ରପାତରେ ଆଲୋକୀକରଣ ବ୍ୟବସ୍ଥା ନାହିଁ। ଯଦ୍ୱାରା କି ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକ ରହିଲେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଶୌଚାଳୟ ବ୍ୟବସ୍ଥା ନାହିଁ। ମା’ତାରିଣୀଙ୍କ ପୀଠରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ଶୌଚାଳୟ କରିବାକୁ ଜିଲା ପର୍ଯ୍ୟଟନ ବିଭାଗ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟଦିଗରେ ଘଟଗାଁ ବ୍ଲକର ବାରହାଟିପୁରା ମନ୍ଦିର, ବାଂଶପାଳ ବ୍ଲକର କାଇଁଝର ଜଳପ୍ରପାତ, ଆନନ୍ଦପୁର ବ୍ଲକର ଦରଗଡିଶୀଳା, ଝୁମ୍ପୁରା ବ୍ଲକର କାଇଜାଡା ଜଳପ୍ରପାତ, ତେଲକୋଇ ବ୍ଲକର ଟେଣ୍ଟେଇନାଳୀ ଜଳପ୍ରପାତ, ଯୋଡା ବ୍ଲକର ଝିକିରିଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ବିଧାୟକ, ସେ ଅଞ୍ଚଳର ବାସୀନ୍ଦା ତଥା କମିଟି ମାନଙ୍କ ତରଫରୁ ପର୍ଯ୍ୟଟନ ବିଭାଗକୁ ଅନେକ ଥର ଅନୁରୋଧ କରିଥିଲେ ବି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ସବୁଠୁ ବଡକଥା ଜିଲାର ପର୍ଯ୍ୟଟନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୨୦୧୪-୧୫ ମସିହାରେ ୯୯.୮୩ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇନାହିଁ। ଏସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ନାଏକ କହିଛନ୍ତି ୧୬ଟି ମାନ୍ୟତା ପାଇଥିବା ପର୍ଯ୍ୟଟନସ୍ଥଳୀରେ ସବୁ ସୁବିଧା ପ୍ରତି ପଦକ୍ଷେପ ନିଆଯିବା ସହ ପର୍ଯ୍ୟଟନ କାର୍ଯ୍ୟାଳୟ ନିର୍ମାଣ କାମ ତୁରନ୍ତ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri