ଦ୍ୱିତୀୟ ଡୋଜ୍‌ ନେଉନାହାନ୍ତି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଟିକାକରଣକୁ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏବେ ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁୁ ସେତେଟା ଆଗ୍ରହ ପ୍ରକାଶ ପାଉନାହିିଁ। ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି ଏବଂ କେତେକ କ୍ଷେତ୍ରରେ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଫଳରେ ଟିକାକୁ ନେଇ ନକାରାତ୍ମକ ଭାବନା ବଢ଼ୁଛି। ଆମେରିକା ସମେତ କେତେକ ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏପରି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସେଠାକାର ଜନସାଧାରଣଙ୍କୁ ଟିକା ନେବାକୁ ବାରମ୍ବାର ଅନୁରୋଧ କରୁଛନ୍ତି। ଭାରତ ତଥା ଓଡ଼ିଶାରେ ମଧ୍ୟ ଦ୍ୱିତୀୟ ଡୋଜ୍‌ ଟିକାକୁ ନେଇ ଉତ୍ସାହ ଦେଖାଯାଉନାହିଁ। ରାଜ୍ୟରେ ପ୍ରାୟ ୨୮% ଲୋକ ଏପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆସି ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସରକାର କିଛିଦିନ ହେବ ୧୭୪ଟି କେନ୍ଦ୍ର ବୃଦ୍ଧି କରିଛନ୍ତି। ଏବେ ରାଜ୍ୟରେ ମୋଟ୍‌ ୧,୭୭୪ଟି କେନ୍ଦ୍ରରେ ଟିକାକରଣ ଚାଲିଛି। ଏପରିକି ଦୈନିକ ୪ଲକ୍ଷ ଡୋଜ୍‌ ଟିକାକରଣ ଲକ୍ଷ୍ୟ ରଖାଯାଇଥିବାବେଳେ ଗତ ୩ଦିନ ଧରି ରାଜ୍ୟରେ ୪ଲକ୍ଷ ଉପରେ ଟିକାକରଣ ହେଉଛି। ତାହା କେବଳ ପ୍ରଥମ ଡୋଜ୍‌ ଟିକାକରଣ ଯୋଗୁ ସମ୍ଭବ ହୋଇପାରିଛି। ଦ୍ୱିତୀୟ ଡୋଜ୍‌ ଟିକାକରଣରେ ସେତେଟା ତତ୍ପରତା ଦେଖିବାକୁ ମିଳୁନାହିଁ। ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ଲୋକେ ତାହା ନେବାକୁ ଭୁଲି ଯାଉଛନ୍ତି। ପୂର୍ବରୁ ରାଜ୍ୟରେ ଟିକାର ଅଭାବ ଥିଲା। କିନ୍ତୁ ଏବେ ପର୍ଯ୍ୟାପ୍ତ ପରିମାଣର ଟିକା ଥିଲେ ମଧ୍ୟ ଲୋକେ ଟିକା ନେବାକୁ ଆସୁନାହାନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩କୋଟି କୋଭିଡ୍‌ ଟିକାକରଣ ହୋଇସାରିଲାଣି। ଏମାନଙ୍କ ମଧ୍ୟରେ ୨ କୋଟି ୧୦ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆସରିଛି। କିନ୍ତୁ ଲୋକେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଭୁଲି ଯାଉଛନ୍ତି। ଦ୍ୱିତୀୟ ଡୋଜ୍‌ ନେବା ପାଇଁ ୧କୋଟି ୩ଲକ୍ଷ ୭୯ହଜାର ୯୩୭ ଲୋକଙ୍କ ସମୟ ହୋଇଥିବା ବେଳେ ଟିକା ନେଇଛନ୍ତି ୭୨ପ୍ରତିଶତ। ଅର୍ଥାତ୍‌ ପ୍ରାୟ ୨୮,୪୬୦ହଜାରରୁ ଊର୍ଦ୍ଧ୍ୱ ଲୋକ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ବିଶେଷକରି ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର ଜିଲା ଦ୍ୱିତୀୟ ଡୋଜ୍‌ ଟିକାକରଣରେ ପଛରେ ଥିବା ଦେଖାଯାଇଛି।
ଏ ନେଇ ଭଦ୍ରକ ଜିଲାର ଜଣେ ହିତାଧିକାରୀ ସୂର୍ଯ୍ୟମଣୀ ମହାପାତ୍ର କହିଛନ୍ତି, ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ମନେପଡ଼ୁନାହିଁ। ଆଉ ଦୁଇଟିଯାକ ଡୋଜ୍‌ ଟିକା ନେଲେ ବି ଲୋକେ ଆକ୍ରାନ୍ତ ହେଉଛନ୍ତି ଓ ମୃତ୍ୟୁ ମଧ୍ୟ ହେଉଛି। ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଏହି ଟିକାକରଣ କେବଳ ଗ୍ରାମାଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଟିକା ୩ ମାସ ବ୍ୟବଧାନରେ ଦିଆଯାଉଥିବାରୁ ପ୍ରଥମ ଡୋଜ୍‌ ନେବା ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ଲୋକେ ଭୁଲିଯାଉଛନ୍ତି। ଠିକ୍‌ ସମୟରେ ଟିକା ନେବା ପାଇଁ ସେମାନଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ପଠାଯାଉଛି। କିନ୍ତୁ ସେମାନେ ଆସୁନାହାନ୍ତି। ତେଣୁ ଯେଉଁମାନେ ଟିକା ପାଇନାହାନ୍ତି, ସେମାନଙ୍କ ଜିଲାସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇଛି। ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ।
ସେହିପରି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, କରୋନା ଖସୁଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିସାରିଛି। ଏହା ଭଲ ଖବର। କିନ୍ତୁ ସଚେତନ ରହିବାକୁ ଏବେ ବି ଆହ୍ବାନ ରହିଛି। ତୃତୀୟ ଲହର କେଉଁଠି କ’ଣ ଆସିଲା, ତାହାର କିଛି ଅର୍ଥ ନାହିଁ। ଆମ ରାଜ୍ୟର ସ୍ଥିତି ଦେଖି ତୃତୀୟ ଲହର କଥା ସମୀକ୍ଷା କରାଯିବ ବୋଲି ମହାପାତ୍ର କହିଛନ୍ତି। ଅପରପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨,୧୯୩ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪ଟି ଜିଲାରୁ ୬୪୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ବର୍ଷରୁ କମ୍‌ ୭୨ଜଣ ଆକ୍ରାନ୍ତ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୮୩ ଜଣ ଥିବା ବେଳେ କଟକରୁ ୭୭ଜଣ ରହିଛନ୍ତି। ବାକି ସବୁ ଜିଲାରେ ସଂକ୍ରମିତ ସଂଖ୍ୟା ୫୦ତଳକୁ ରହିଛି। ଫଳରେ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୦,୨୨,୫୯୪ରେ ପହଞ୍ଚତ୍ଛି। ସେହିପରି ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, କଟକ, ଜଗତ୍‌ସିଂହପୁର, ନବରଙ୍ଗପୁର, ପୁରୀ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୧୫୭କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?