ଷଡ଼ଯନ୍ତ୍ରରେ ଟ୍ରମ୍ପ୍‌ଙ୍କ ସମ୍ପୃକ୍ତି ପ୍ରମାଣ ରହିଛି

ଓ୍ବାଶିଂଟନ,୪।୩: ଆମେରିକା କ୍ୟାପିଟୋଲରେ ଗତବର୍ଷ ଜାନୁୟାରୀ ୬ରେ ସଂଘଟିତ ଦଙ୍ଗା ପଛରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ନିର୍ବାଚନକୁ କଂଗ୍ରେସ ଯେପରି ସାର୍ଟିଫିକେଟ ଦେଇ ନ ପାରିବ ସେଥିପାଇଁ ସେମାନେ ବାଧା ସୃଷ୍ଟି କରିବାକୁ ଯୋଜନା କରିଥିଲେ। ଜାନୁୟାରୀ ୬ ଘଟଣାର ତଦନ୍ତ କରୁଥିବା ହାଉସ୍‌ ସିଲେକ୍ଟ କମିଟି ବୁଧବାର ଅଦାଲତଙ୍କୁ ଏ ସମ୍ପର୍କରେ ଜଣାଇଛି। ପ୍ରଥମ ଥର ପାଇଁ କମିଟି ଏଭଳି ପ୍ରମାଣ ଉପସ୍ଥାପନ କରିଛି, ଯାହା ଦ୍ୱାରା ଟ୍ରମ୍ପ୍‌ଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇପାରେ। ତଦନ୍ତ ରିପୋର୍ଟରେ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ଶୀର୍ଷ ଉପଦେଷ୍ଟା, ପୂର୍ବତନ ନ୍ୟାୟ ବିଭାଗର ନେତା ଓ ଟ୍ରମ୍ପ୍‌ର କେତେଜଣ ଘନିଷ୍ଠଙ୍କ ମତାମତ ଓ ସାକ୍ଷାତ୍‌କାରକୁ ମଧ୍ୟ ସାମିଲ କରାଯାଇଛି। ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ୨୦୨୦ ନିର୍ବାଚନରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଆସୁଥିଲେ। ଅସାମ୍ବିଧାନିକ ଉପାୟ ଆପଣାଇବା ସହ ଏଥିରେ ଉପରାଷ୍ଟ୍ରପତି ପେନ୍ସ ଓ ତାଙ୍କ ଉପଦେଷ୍ଟାମାନଙ୍କୁ ସାମିଲ କରିବା ଲାଗି ଆଟର୍ନି ଜନ୍‌ ଇଷ୍ଟମାନ୍‌ ଟ୍ରମ୍ପ୍‌ଙ୍କୁ ପରାମର୍ଶ ଦେଇଥିଲେ ବୋଲି କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇଲେ ବାଇଡେନ୍‌, ଡବ୍ଲୁଏଚ୍‌ଓରେ ପୁଣିଥରେ ସାମିଲ ହେବ ଆମେରିକା!

ୱାଶିଂଟନ,୨୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛନ୍ତି । ବାଇଡେନ୍ କହିଛନ୍ତି ଆମେରିକା ପୁଣିଥରେ...

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

ଚାଇନାରେ ୨୩.୮ ନିୟୁତ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଟିକା ନେଇନାହାନ୍ତି

ହଂକଂ,୨୬।୧୨: ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ   ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ...

କରୋନାରୁ ସୁସ୍ଥ ପରେ ବି ବିପଦ, ବିନା ଯନ୍ତ୍ରଣାରେ କିଡ୍‌ନୀ ହେଉଛି ଅକାମୀ …

ଓ୍ବାଶିଂଟନ,୨।୯: କରୋନା ଅକ୍ରାନ୍ତଙ୍କ ଉପରେ ବିପଦ ପରେ ବିପଦ ମାଡ଼ି ଆସୁଛି। ସୁସ୍ଥ ହେବା ପରେ ସେମାନଙ୍କଠାରେ କିଡ୍‌ନୀ ସମସ୍ୟା ଦେଖା ଦେଉଛି। ସେମାନଙ୍କ ଅଜାଣତରେ...

ଦ୍ରୁତ ଗତିରେ ବଢିଚାଲିଛି କରୋନା, ସହରରେ ଲକ୍‌ଡାଉନ

ପୋଙ୍ଗାଙ୍ଗ୍‌,୧୬।୫: କରୋନା ସଂକ୍ରମଣ କାରଣରୁ ଉତ୍ତର କୋରିଆ ସ୍ଥିତି ଦିନିକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ ମୋଟ ୮,୨୦,୬୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୨...

ଶରଣାର୍ଥୀଙ୍କୁ ଶରଣ ଦେବାରେ ଏସିଆର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ଭାରତ ସ୍ଥାନୀତ, ଜାତିସଂଘ ରିପୋର୍ଟ…

ଜେନେଭା,୨୧।୭ : ଶରଣାର୍ଥୀଙ୍କୁ ଶରଣ ଦେବାରେ ୨୦୨୦ରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି। ପ୍ରକାଶିତ ଏକ...

ଚାଇନା-ତାଇଓ୍ବାନ ଅବସ୍ଥା ବିଗୁଡୁଛି

ତାଇପେଇ,୫ା୧୦: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଅବସ୍ଥା ବିଗଡ଼ିବାରେ ଲାଗିଛି। ଏହି ସମୟରେ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ ଚାଇନା ବିଷୟରେ ଏକ ବଡ଼...

ଉତ୍ତର କୋରିଆରେ ଲେଦର ଜ୍ୟାକେଟ ପିନ୍ଧିବା ମହଙ୍ଗା ପଡିପାରେ

ପୋଙ୍ଗୟାଙ୍ଗ,୨୬ ।୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ନିଜ ଦେଶର ଜନତାଙ୍କ ପାଇଁ ଏକ ଅଦ୍ଭୁତ ନିୟମ ଲାଗୁ କରିଛନ୍ତି ।...

Advertisement
Archives

Model This Week