ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ

ଭୁବନେଶ୍ୱର,୪ା୩(ବ୍ୟୁରୋ)ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ କିଭଳି ସୁରକ୍ଷିତ ଭାବେ ଫେରିବେ ସେ ନେଇ ରାଜ୍ୟ ସରକାର ଗୁରୁବାର ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଛନ୍ତି। ୟୁକ୍ରେନ୍‌ ସୀମା ପାର୍‌ କରି ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ ଏବଂ ସ୍ଲୋଭାକିଆ ଚାଲିଯାଇଥିବା ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ଏହି ପ୍ରତିନିଧି ଦଳ କାର୍ଯ୍ୟ କରିବେ।

ଏଥିପାଇଁ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ଭାବେ କାର୍ଯ୍ୟ କରିବ। ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ଘୋଷଣା କରାଯାଇଛି। ପୋଲାଣ୍ଡ ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟଙ୍କୁ ଦାୟିତ୍ୱ ପ୍ରଦାନ ଦିଆଯାଇଛି। ହଙ୍ଗେରୀ ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ ୟୁଏନ୍‌ଏଚ୍‌ସିଆର୍‌ର ବରିଷ୍ଠ ଅଧିକାରୀ ଆରୁଷୀ ରାୟଙ୍କୁ ନିଯୁକ୍ତି ମିଳିଛି। ୟୁଏନ୍‌ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ୱ ଦିଆଯାଇଛି। ହଙ୍ଗେରୀ ପାଇଁ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟରତ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ଦାୟିତ୍ୱ ପ୍ରଦାନ କରାଯାଇଛି।
ରୁଷିଆର ପ୍ରଚଣ୍ଡ ଆକ୍ରମଣ ପରେ ବିଭିନ୍ନ ଦେଶର ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଫସି ରହିଛନ୍ତି। ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେଠାକାର ସରକାର ସେମାନଙ୍କୁ ଫେରାଇ ଆଣିବାରେ ବିଫଳ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ୟୁକ୍ରେନ୍‌ରେ ଫସିଥିବା ଛାତ୍ରୀଛାତ୍ରଙ୍କ ପରିବାରକୁ ଆଶ୍ୱାସନା ଦେଇଛି। କେନ୍ଦ୍ର ସରକାରଙ୍କ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ବିମାନ ଯୋଗେ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଅଣାଯାଉଛି। ସ୍ବତନ୍ତ୍ର ପ୍ରତିନିଧିମାନେ ଦିଲ୍ଲୀସ୍ଥିତ ଆବାସିକ କମିଶନର ଓ ଛାତ୍ରୀଛାତ୍ରମାନେ ଥିବା ଦେଶ ସହିତ ଯୋଗାଯୋଗରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ମନ୍ଦିରରେ ବୁଡ଼ିଗଲା ବିଗ୍ରହ

ଆରଡି, ୨୭ା୮(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ବୁଧବାର ସକାଳୁ ପହୁଡ଼ ଖୋଲାଯିବା ପରେ...

ଠାକୁରଗଡ଼ ଅଞ୍ଚଳରେ ଝଡ଼ତୋଫାନ, ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଠାକୁରଗଡ଼ ମଇମୁରା ରାସ୍ତାର ଶିବ ମନ୍ଦିର...

ଯେଉଁଘରେ ପଡ଼ିଥିଲା ବିବାହ ପ୍ରସ୍ତାବ, ସେହି ଘର କୁଅରୁ ମିଳିଲା ମୃତଦେହ

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁ ଘରେ ଯୁବକଙ୍କ ବିବାହ ପ୍ରସ୍ତାବ...

୯ମାସରେ ପୂରଣ ହେବ ଓଏସ୍‌ଏସ୍‌ସିର ୧୦ହଜାର ପଦବୀ

ଭୁବନେଶ୍ୱର,୫।୧(ବ୍ୟୁରୋ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି)ର ୨୦୨୨ରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୂଡ଼ାନ୍ତ ହୋଇଛି। ୨୦୨୨ର ଶେଷ ତ୍ରୈମାସିକରେ ରାଜ୍ୟ ସରକାର ୧୦ହଜାର ପଦବୀ...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୪ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨ା୭(ବ୍ୟୁରୋ): ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ପାର୍ଶ୍ୱବର୍ତ୍ତୀ...

ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ...

ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ...

ରାଜ୍ୟରେ ଝଡ଼ବର୍ଷା: ବଜ୍ରାଘାତରେ ୨ ଜୀବନଗଲା, ୨ ଗୁରୁତର

ଭୁବନେଶ୍ୱର,୧୧।୫(ବ୍ୟୁରୋ) ରାଜ୍ୟର ଅନେକ ସ୍ଥାନରେ ମଙ୍ଗଳବାର ବର୍ଷା ସହିତ ପବନ ହୋଇଛି। ଏହା ସହ ବିଜୁଳି ଓ ଘଡ଼ିଘଡ଼ି ମାରିବାରୁ ଏଥିରେ ୨ଟି ଭିନ୍ନ ଭିନ୍ନ...

Advertisement
Archives

Model This Week