ୟୁକ୍ରେନ୍‌ରୁ ଫେରିଲେ ଡାକ୍ତରୀ ଛାତ୍ର ବିକାଶ

ଆଳି,୪ା୩(ଡି.ଏନ.ଏ.): ଯୁଦ୍ଧଭୂମି ୟୁକ୍ରେନ୍‌ରୁ ଓଡ଼ିଶା ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ତେଲିପାଟଣା ଗଁାର ଡାକ୍ତରୀ ଛାତ୍ର ବିକାଶ ବେହେରା। ବିକାଶ ବୁଧବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ କଟକସ୍ଥିତ ତାଙ୍କ ଭାଇଙ୍କ ଘରେ ଅଛନ୍ତି। ନାନା ଆଶା ଆଶଙ୍କା ମଧ୍ୟରେ ପୁଅର ଫେରିବା ବାଟକୁ ଅପେକ୍ଷା କରିଥିବା ବାପା ପଦ୍ମନାଭ ବେହେରା, ମା’ ବାସନ୍ତୀଙ୍କ ସମେତ ସାରା ପରିବାର ଏବେ ଖୁସିବ୍ୟକ୍ତ କରିଛନ୍ତି। ବିକାଶ ଶୁକ୍ରବାର ଗଁାକୁ ଫେରିବେ। ପରିବାର ଲୋକଙ୍କ ସହ ଗ୍ରାମବାସୀ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।
କଟକରେ ପହଞ୍ଚତ୍ବା ପରେ ବିକାଶ କୁହନ୍ତି, ସେ ଭିନିତସା ନ୍ୟାଶନାଲ ମେଡିକାଲ ୟୁନିଭରସିଟିର ଏମ୍‌ବିବିଏସ୍‌ର ତୃତୀୟ ବର୍ଷ ଛାତ୍ର ଥିଲେ। ତୃତୀୟ ବର୍ଷ ଫାଇନାଲ ପରୀକ୍ଷା ନିମନ୍ତେ ଅନ୍ୟ ସାଙ୍ଗମାନଙ୍କ ସହ ସେ ପ୍ରସ୍ତୁତ ହେଉଥିଲେ। ଆଶା ଥିଲା ପରୀକ୍ଷା ଦେଇଥାନ୍ତୁ। ହେଲେ ରୁଷର ୟୁକେନ୍‌ ଆକ୍ରମଣ ଯୋଗୁ ସବୁ ଯେମିତି ଓଲଟପାଲଟ ହୋଇଗଲା। ସମସ୍ତେ ଭୟଭୀତ ଅବସ୍ଥାରେ ସେଠାରେ ରହୁଥିଲୁ। ଜୀବନ ବଞ୍ଚାଇବାକୁ ସମସ୍ତେ ବଙ୍କରରେ ଆଶ୍ରୟ ନେଇଥିଲୁ। ମାଇନସ୍‌ ୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ସେଠାରେ ରହିବା ବହୁ କଷ୍ଟକର ଥିଲା। ବିକାଶ ରହୁଥିବା ହଷ୍ଟେଲ ନିକଟରେ ବଙ୍କରର କୌଣସି ଅସୁବିଧା ନ ଥିଲା। ଜରୁରିକାଳୀନ ପରିସ୍ଥିତି ଉପୁଜିବାରୁ ଖାଦ୍ୟ, ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଥିଲା। ଘରକୁ ଫେରିବା ଓ ପରିବାର ଲୋକଙ୍କୁ ଦେଖିବାର ଆଶା କ୍ଷୀଣ ହେବାରେ ଲାଗିଥିତ୍ଲା। ଅପରପକ୍ଷେ ଭାରତ ସରକାର ଦେଶର ଛାତ୍ରୀଛାତ୍ର ଓ ନାଗରିକଙ୍କୁ ଫେରାଇ ଆଣିବା ନିମନ୍ତେ ବନ୍ଦୋବସ୍ତ କରିଥିଲେ। ସେମାନେ ଭିନିତସାରୁ ଏକ ବସରେ ରୋମାନିଆ ଆସିଥିଲେ। ସେଠାରେ ଭାରତ ଆମ୍ବାସିଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ରୋମାନିଆରୁ ଭାରତ ସରକାରଙ୍କ ମାଗଣା ବିମାନରେ ବମ୍ବେରେ ପହଞ୍ଚତ୍ବା ପରେ ଓଡ଼ିଶା ଭବନରେ ରହିଥିଲେ। ରାଜ୍ୟ ସରକାର ତାଙ୍କୁ ବିମାନରେ ଭୁବନେଶ୍ୱରକୁ ଆଣିଥିଲେ। ଆଖି ସାମ୍ନାରେ ଯୁଦ୍ଧ ପରିସ୍ଥିତି ଦେଖି ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ଜନ୍ମମାଟିରେ ପହଞ୍ଚତ୍ବା ପରେ ଦୂରେଇ ଯାଇଛି। କିନ୍ତୁ ସେଠାରେ ଫସି ରହିଥିବା ଅନ୍ୟ ସାଥୀଙ୍କୁ ଶୀଘ୍ର ଫେରାଇ ଆଣିବାକୁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ବୋଲି ବିକାଶ କହିଛନ୍ତି। ବିକାଶ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri