ନୂଆବର୍ଷରେ ଉପବାସ ରହିଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨ା୧(ଡି.ଏନ୍‌.ଏ.):ରବିବାର ଇଂଲିଶ ନବବର୍ଷ ୨୦୨୩ ପାଇଁ ଦେବାଳୟମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପୀଠରେ ବ୍ୟତିକ୍ରମ ଦେଖାଦେଇଛି। ଭୋଗ ମଣ୍ଡପଠାରୁ ଜଣେ ବ୍ୟକ୍ତି ମନ୍ଦିର ଗର୍ଭଗୃହରେ ଥିବା ଭୋଗ ମଣ୍ଡପକୁ ପ୍ରବେଶ କରିବାରୁ ଭୋଗ ମାରା ହୋଇଥିଲା, ଯାହାକୁ ନେଇ ଦିନ ତମାମ୍‌ ଦିଅଁଙ୍କର ନୀତି ବନ୍ଦ ରହିଥିଲା। ଅନ୍ୟପଟେ ଭୋଗକୁ ଅମଣିଆ କୂଅରେ ପକାଯିବା ଏବଂ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ସମ୍ପାଦକ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ।
ମୁତାବକ, ପ୍ରାତଃରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ଧୂପ ସରିବା ପରେ ଠାକୁରାଣୀଙ୍କ ସକାଳ ଧୂପ ହୋଇଥିଲା। ଭୋଗ ମଣ୍ଡପରେ ଠା’ କରାଯାଇ ରୋଷରୁ ଭୋଗ ମଣ୍ଡପକୁ ଭୋଗ ବୁହାଇଥିଲେ ମହାସୁଆର ସେବାୟତ। ଏହି ସମୟରେ କପିଳେଶ୍ୱର ଗ୍ରାମର ଜଣେ ବ୍ୟକ୍ତି ଭୋଗ ମଣ୍ଡପ ଭିତରକୁ ପ୍ରବେଶ କରିଥିଲେ। ଫଳରେ ଭୋଗ ମାରା ହେବା ଦର୍ଶାଇ ସେବାୟତମାନେ ଠାକୁରଙ୍କ ନୀତି ବନ୍ଦ କରିଥିଲେ। ପ୍ରଶାସନର ଅବହେଳାରୁ ରାତି ୯ଟା ସୁଦ୍ଧା ନୀତିରେ ସୁଧାର ଆସିପାରି ନ ଥିଲା। ଅନ୍ୟପଟେ ମାରା ଭୋଗକୁ ଅମଣିଆ କୂଅରେ ପକାଯିବା ଓ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ଯାଇ ନ ପାରି ଆଡ଼କାଠ ନିକଟରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରି କି କୌଣସି ସେବାୟତ ମଧ୍ୟ ଗର୍ଭଗୃହ ପର୍ଯ୍ୟନ୍ତ ଯାଇପାରି ନ ଥିଲେ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, କୋଠଭୋଗ, ଜଜମାନ ଭୋଗ ଓ ସମସ୍ତ ଭୋଗ ମାରା ହେବାପରେ ଅମୁଣିଆ କୂଅରେ ପକାଇଛୁ। ବଡୁ ନିଯୋଗ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲା। ଏହି ଫାଟକର ତାଲା ମନ୍ଦିର ପ୍ରଶାସନ ରଖିବା ବେଳେ ବଡୁ ନିଯୋଗ କିଭଳି ତାଲା ରଖିଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କୁହନ୍ତି, ମହାସୁଆର ସେବାୟତମାନେ କେବଳ କୋଠଭୋଗକୁ ମାରା ହେବା ପରେ ଅମୁଣିଆ କୂଅରେ ପକାଇଛନ୍ତି। ଜଜମାନ ଭୋଗକୁ ସେମାନେ ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରିଥିଲେ। ଯେଉଁ ମାରା ଭୋଗକୁ କେବଳ ଭୂତ, ପ୍ରେତ ଖାଇଥା’ନ୍ତେ କିଭଳି ଶ୍ରଦ୍ଧାଳୁଙ୍କୁ ଦେଲେ। ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସେବାୟତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଏଥିରେ ଆମର କିଛି ଭୂମିକା ନାହିଁ। ମନ୍ଦିର ପ୍ରଶାସନ ଅଧୀନରେ ବଚାରଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri