ନୂଆବର୍ଷରେ ଉପବାସ ରହିଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨ା୧(ଡି.ଏନ୍‌.ଏ.):ରବିବାର ଇଂଲିଶ ନବବର୍ଷ ୨୦୨୩ ପାଇଁ ଦେବାଳୟମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପୀଠରେ ବ୍ୟତିକ୍ରମ ଦେଖାଦେଇଛି। ଭୋଗ ମଣ୍ଡପଠାରୁ ଜଣେ ବ୍ୟକ୍ତି ମନ୍ଦିର ଗର୍ଭଗୃହରେ ଥିବା ଭୋଗ ମଣ୍ଡପକୁ ପ୍ରବେଶ କରିବାରୁ ଭୋଗ ମାରା ହୋଇଥିଲା, ଯାହାକୁ ନେଇ ଦିନ ତମାମ୍‌ ଦିଅଁଙ୍କର ନୀତି ବନ୍ଦ ରହିଥିଲା। ଅନ୍ୟପଟେ ଭୋଗକୁ ଅମଣିଆ କୂଅରେ ପକାଯିବା ଏବଂ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ସମ୍ପାଦକ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ।
ମୁତାବକ, ପ୍ରାତଃରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ଧୂପ ସରିବା ପରେ ଠାକୁରାଣୀଙ୍କ ସକାଳ ଧୂପ ହୋଇଥିଲା। ଭୋଗ ମଣ୍ଡପରେ ଠା’ କରାଯାଇ ରୋଷରୁ ଭୋଗ ମଣ୍ଡପକୁ ଭୋଗ ବୁହାଇଥିଲେ ମହାସୁଆର ସେବାୟତ। ଏହି ସମୟରେ କପିଳେଶ୍ୱର ଗ୍ରାମର ଜଣେ ବ୍ୟକ୍ତି ଭୋଗ ମଣ୍ଡପ ଭିତରକୁ ପ୍ରବେଶ କରିଥିଲେ। ଫଳରେ ଭୋଗ ମାରା ହେବା ଦର୍ଶାଇ ସେବାୟତମାନେ ଠାକୁରଙ୍କ ନୀତି ବନ୍ଦ କରିଥିଲେ। ପ୍ରଶାସନର ଅବହେଳାରୁ ରାତି ୯ଟା ସୁଦ୍ଧା ନୀତିରେ ସୁଧାର ଆସିପାରି ନ ଥିଲା। ଅନ୍ୟପଟେ ମାରା ଭୋଗକୁ ଅମଣିଆ କୂଅରେ ପକାଯିବା ଓ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ଯାଇ ନ ପାରି ଆଡ଼କାଠ ନିକଟରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରି କି କୌଣସି ସେବାୟତ ମଧ୍ୟ ଗର୍ଭଗୃହ ପର୍ଯ୍ୟନ୍ତ ଯାଇପାରି ନ ଥିଲେ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, କୋଠଭୋଗ, ଜଜମାନ ଭୋଗ ଓ ସମସ୍ତ ଭୋଗ ମାରା ହେବାପରେ ଅମୁଣିଆ କୂଅରେ ପକାଇଛୁ। ବଡୁ ନିଯୋଗ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲା। ଏହି ଫାଟକର ତାଲା ମନ୍ଦିର ପ୍ରଶାସନ ରଖିବା ବେଳେ ବଡୁ ନିଯୋଗ କିଭଳି ତାଲା ରଖିଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କୁହନ୍ତି, ମହାସୁଆର ସେବାୟତମାନେ କେବଳ କୋଠଭୋଗକୁ ମାରା ହେବା ପରେ ଅମୁଣିଆ କୂଅରେ ପକାଇଛନ୍ତି। ଜଜମାନ ଭୋଗକୁ ସେମାନେ ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରିଥିଲେ। ଯେଉଁ ମାରା ଭୋଗକୁ କେବଳ ଭୂତ, ପ୍ରେତ ଖାଇଥା’ନ୍ତେ କିଭଳି ଶ୍ରଦ୍ଧାଳୁଙ୍କୁ ଦେଲେ। ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସେବାୟତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଏଥିରେ ଆମର କିଛି ଭୂମିକା ନାହିଁ। ମନ୍ଦିର ପ୍ରଶାସନ ଅଧୀନରେ ବଚାରଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?