ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

କୋଣାର୍କ,୨।୧(ଡି.ଏନ୍‌.ଏ.):ନବବର୍ଷର ଆରମ୍ଭ ଆଉ ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହ ଜଡ଼ିତ ପବିତ୍ର ଶାମ୍ବଦଶମୀ ଅବସରରେ ରବିବାର ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟନେଇ ଶହ ଶହ ବର୍ଷ ଧରି ଶାମ୍ବଦଶମୀ ଏକ ପାରମ୍ପରିକ ପର୍ବ ଭାବେ ପାଳିତ ହୋଇଆସୁଛି। ସବୁବର୍ଷ ଭଳି ଚଳିତ ଶାମ୍ବଦଶମୀରେ ମଧ୍ୟ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା। ଫଳରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିଲା। ଶାମ୍ବଦଶମୀ ତିଥି ଅବସରରେ କୋଣାର୍କ ସେର ମହାଯଜ୍ଞ କମିଟି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ସେର ମହାଯଜ୍ଞର ଉଦ୍‌ଯାପିତ ହୋଇଥିଲା।
ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଚନ୍ଦ୍ରଭାଗାରେ ସ୍ନାନସାରି ଶ୍ରଦ୍ଧାଳୁ ସୂର୍ଯ୍ୟପୂଜା ପରେ ନବଗ୍ରହ ପୀଠରେ ଗ୍ରହଶାନ୍ତି ପୂଜା କରିଥିଲେ। ଏଥିସହ ସେର ମହାଯଜ୍ଞ ପୀଠରୁ ହଜାର ହଜାର ଜନସାଧାରଣ ଏକ ବିରାଟ ପଟୁଆରରେ ଘଣ୍ଟ ମର୍ଦ୍ଦଳ ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ଅର୍କକ୍ଷେତ୍ରରେ ପ୍ରାଚୀନ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଅବଧୂତ ମଠର ମଠାଧୀଶ ଆଦିତ୍ୟ ଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୂଢ଼ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ସୂର୍ଯ୍ୟନାରାୟଣ ଧ୍ୱନି ଦେଇ ସହସ୍ରାଧିକ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସମୟରେ ଶତାଧିକ ପର୍ଯ୍ୟଟକ ଏଥିରେ ସାମିଲ ହୋଇ ରଥ ଟାଣିଥିଲେ। ଏହି ସୂର୍ଯ୍ୟ ରଥଯାତ୍ରାକୁ ଓଡ଼ିଶା ସେର ବ୍ରାହ୍ମଣ ପରିଷଦର କର୍ମକର୍ତ୍ତା ପରିଚାଳନା କରିଥିଲେ। ଏଥିସହ ଗାୟତ୍ରୀ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରି ମଧ୍ୟାହ୍ନରେ ଚନ୍ଦ୍ରଭାଗାରେ ପହଞ୍ଚିଥିଲା। ସେଠାରେ ଏହି ରଥ ୨୭ ତିଥି ନକ୍ଷତ୍ରରେ ପୂଜା ହେବାପରେ ଆସନ୍ତା ମାଘସପ୍ତମୀ ତିଥିରେ ପୁଣି ଅବଧୂତ ମଠକୁ ବାହୁଡ଼ିବ। ରଥଟଣା ଶେଷ ପରେ ସେର ମହାଯଜ୍ଞ ମଣ୍ଡପରେ ଚାଲିଥିବା ତ୍ରିଦିବସୀୟ ମହାଯଜ୍ଞ ପୀଠରୁ ଏକ ଶୋଭାଯାତ୍ରା ବାହାରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲା। ସେଠାରେ ଛାୟାଦେବୀ ମନ୍ଦିରରେ ସୂର୍ଯ୍ୟଙ୍କୁ ରୀତିନୀତି ଅନୁଯାୟୀ ଘଣ୍ଟଘଣ୍ଟି ହୁଳହୁଳି ସହ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ସେର ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ତ୍ରିଦିବସୀୟ ସେର ମହାଯଜ୍ଞରେ ବାଉରୀବନ୍ଧୁ ଶତପଥୀ ଓ ରବୀନ୍ଦ୍ର ଦ୍ବିବେଦୀ ପ୍ରମୁଖ ପୂଜାପାଠ କରିଥିଲେ। ସେର ମହାଯଜ୍ଞ କମିଟି ସଭାପତି ଭାଗୀରଥି ସ୍ବାଇଁ, ପ୍ରତାପ କାଣ୍ଡି, ଶରତ ମଲ୍ଲ, ରାମକୃଷ୍ଣ ମହାନ୍ତି, ରଘୁନାଥ ମହାପାତ୍ର, ପ୍ରିୟରଞ୍ଜନ ରଥ, ନିରଞ୍ଜନ ତ୍ରିପାଠୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଉପଲକ୍ଷେ କୋଣାର୍କରେ ଅନେକ ସାଧୁସନ୍ଥଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?