ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

କୋଣାର୍କ,୨।୧(ଡି.ଏନ୍‌.ଏ.):ନବବର୍ଷର ଆରମ୍ଭ ଆଉ ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହ ଜଡ଼ିତ ପବିତ୍ର ଶାମ୍ବଦଶମୀ ଅବସରରେ ରବିବାର ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ ରୋଗମୁକ୍ତ ହେବାର ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟନେଇ ଶହ ଶହ ବର୍ଷ ଧରି ଶାମ୍ବଦଶମୀ ଏକ ପାରମ୍ପରିକ ପର୍ବ ଭାବେ ପାଳିତ ହୋଇଆସୁଛି। ସବୁବର୍ଷ ଭଳି ଚଳିତ ଶାମ୍ବଦଶମୀରେ ମଧ୍ୟ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା। ଫଳରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିଲା। ଶାମ୍ବଦଶମୀ ତିଥି ଅବସରରେ କୋଣାର୍କ ସେର ମହାଯଜ୍ଞ କମିଟି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ସେର ମହାଯଜ୍ଞର ଉଦ୍‌ଯାପିତ ହୋଇଥିଲା।
ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଚନ୍ଦ୍ରଭାଗାରେ ସ୍ନାନସାରି ଶ୍ରଦ୍ଧାଳୁ ସୂର୍ଯ୍ୟପୂଜା ପରେ ନବଗ୍ରହ ପୀଠରେ ଗ୍ରହଶାନ୍ତି ପୂଜା କରିଥିଲେ। ଏଥିସହ ସେର ମହାଯଜ୍ଞ ପୀଠରୁ ହଜାର ହଜାର ଜନସାଧାରଣ ଏକ ବିରାଟ ପଟୁଆରରେ ଘଣ୍ଟ ମର୍ଦ୍ଦଳ ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ଅର୍କକ୍ଷେତ୍ରରେ ପ୍ରାଚୀନ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଅବଧୂତ ମଠର ମଠାଧୀଶ ଆଦିତ୍ୟ ଚରଣ ଦାଶ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମାକୁ ରଥାରୂଢ଼ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ସୂର୍ଯ୍ୟନାରାୟଣ ଧ୍ୱନି ଦେଇ ସହସ୍ରାଧିକ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରିବା ସମୟରେ ଶତାଧିକ ପର୍ଯ୍ୟଟକ ଏଥିରେ ସାମିଲ ହୋଇ ରଥ ଟାଣିଥିଲେ। ଏହି ସୂର୍ଯ୍ୟ ରଥଯାତ୍ରାକୁ ଓଡ଼ିଶା ସେର ବ୍ରାହ୍ମଣ ପରିଷଦର କର୍ମକର୍ତ୍ତା ପରିଚାଳନା କରିଥିଲେ। ଏଥିସହ ଗାୟତ୍ରୀ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ସୂର୍ଯ୍ୟରଥ କୋଣାର୍କ ପରିକ୍ରମା କରି ମଧ୍ୟାହ୍ନରେ ଚନ୍ଦ୍ରଭାଗାରେ ପହଞ୍ଚିଥିଲା। ସେଠାରେ ଏହି ରଥ ୨୭ ତିଥି ନକ୍ଷତ୍ରରେ ପୂଜା ହେବାପରେ ଆସନ୍ତା ମାଘସପ୍ତମୀ ତିଥିରେ ପୁଣି ଅବଧୂତ ମଠକୁ ବାହୁଡ଼ିବ। ରଥଟଣା ଶେଷ ପରେ ସେର ମହାଯଜ୍ଞ ମଣ୍ଡପରେ ଚାଲିଥିବା ତ୍ରିଦିବସୀୟ ମହାଯଜ୍ଞ ପୀଠରୁ ଏକ ଶୋଭାଯାତ୍ରା ବାହାରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲା। ସେଠାରେ ଛାୟାଦେବୀ ମନ୍ଦିରରେ ସୂର୍ଯ୍ୟଙ୍କୁ ରୀତିନୀତି ଅନୁଯାୟୀ ଘଣ୍ଟଘଣ୍ଟି ହୁଳହୁଳି ସହ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ସେର ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ତ୍ରିଦିବସୀୟ ସେର ମହାଯଜ୍ଞରେ ବାଉରୀବନ୍ଧୁ ଶତପଥୀ ଓ ରବୀନ୍ଦ୍ର ଦ୍ବିବେଦୀ ପ୍ରମୁଖ ପୂଜାପାଠ କରିଥିଲେ। ସେର ମହାଯଜ୍ଞ କମିଟି ସଭାପତି ଭାଗୀରଥି ସ୍ବାଇଁ, ପ୍ରତାପ କାଣ୍ଡି, ଶରତ ମଲ୍ଲ, ରାମକୃଷ୍ଣ ମହାନ୍ତି, ରଘୁନାଥ ମହାପାତ୍ର, ପ୍ରିୟରଞ୍ଜନ ରଥ, ନିରଞ୍ଜନ ତ୍ରିପାଠୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଉପଲକ୍ଷେ କୋଣାର୍କରେ ଅନେକ ସାଧୁସନ୍ଥଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri