ଖାଲିରେ ଚାଲିଛି ଭିଜିଲାନ୍ସ ବିଭାଗ

କଟକ ଅଫିସ, ୧୮ା୭: ରାଜ୍ୟରେ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିକୁ ରୋକିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭିଜିଲାନ୍ସ ବିଭାଗର କାର୍ଯ୍ୟ। ହେଲେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧିକାରୀ ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ନିକଟରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଯଶଓ୍ବନ୍ତ ଜେଠଓ୍ବାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ସେହିପରି ଅସିତ ପାଣିଗ୍ରାହୀଙ୍କୁ ଆଇଜି ପଦରେ ନିଯୁକ୍ତି ଦିଆଯାଇଛି। ହେଲେ ରାଜ୍ୟର ପ୍ରମୁଖ ବ୍ରହ୍ମପୁର, କଟକ ଓ ରାଉରକେଲା ଭିଜିଲାନ୍ସ ଡିଭିଜନରେ ଏସ୍‌ପି ପଦ ଖାଲି ରହିଛି। ସମ୍ବଲପୁର ଏସ୍‌ପି ସାରା ଶର୍ମାଙ୍କୁ ରାଉରକେଲାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଅଭିରାମ କର ଗତମାସରେ ଅବସର ଗ୍ରହଣ କରିଥିଲେ ସୁଦ୍ଧା ତାଙ୍କ ସ୍ଥାନରେ ଏଯାବତ୍‌ କାହାରିକୁ ଅବସ୍ଥାପିତ କରାଯାଇ ନାହିଁ। ଗତ ଜୁନ ୨ୟ ସପ୍ତାହରୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଏସ୍‌ପି ଅନୁପମା ଜେମ୍‌ସ ପ୍ରସବକାଳୀନ ଛୁଟିରେ ଯିବା ପରଠାରୁ ଅସ୍ଥାୟୀ ଭାବରେ ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ମିଶ୍ର କାମ ତୁଲାଉଥିଲେ। ହେଲେ ନିକଟରେ ଆର୍‌.ପ୍ରକାଶଙ୍କୁ ସେଠାରେ ଏସ୍‌ପିଭାବେ ଅବସ୍ଥାପିତ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନୁରୂପଭାବେ ଗତମାସରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସ୍‌ପି ଶାନ୍ତନୁ କୁମାର ପାଢୀ ଅବସର ଗ୍ରହଣ କରିବା ପରଠାରୁ ସେଠାରେ ମଧ୍ୟ ଏସ୍‌ପି ପଦ ଖାଲିରହିଛି।

ଏକାଧିକ ଭିଜିଲାନ୍ସ ଡିଭିଜନରେ ସ୍ଥାୟୀ ଏସ୍‌ପି ନିଯୁକ୍ତି କରାଯାଉ ନ ଥିବାରୁ ସେହି ସବୁ ସ୍ଥାନରେ ଥିବା ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ହୋଇପାରୁ ନାହିଁ। ଭିଜିଲାନ୍ସ ବିଭାଗରେ କେବଳ ଏସ୍‌ପି ନୁହନ୍ତି ୧୫ ଡିଏସ୍‌ପି ପଦ ମଧ୍ୟ ଖାଲି ପଡ଼ିଛି। ରାଜ୍ୟରେ ୬୩ ଡିଏସ୍‌ପି ପଦ ରହିଥିବାବେଳେ ୪୮ଜଣ ଡିଏସ୍‌ପି ରହିଛନ୍ତି। ଅନୁରnପଭାବେ ୧୭୫ ଇନ୍ସପେକ୍ଟର ପଦବୀ ମଧ୍ୟରୁ ୮୮ ପଦ ଖାଲି ରହିଛି । ସେହିପରି ୩୦୯ କନଷ୍ଟେବଳ ପଦବୀ ରହିଥିବାବେଳେ ୧୦୯ ପଦ ଖାଲି ରହିଛି ।

ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଭିଜିଲାନ୍ସ ବିଭାଗରେ ଏତେ ସଂଖ୍ୟାରେ ବିଭିନ୍ନ ପଦବୀ ଖାଲି ପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବାବେଳେ ଭିଜିଲାନ୍ସ କିପରି କାର୍ଯ୍ୟ କରୁଥିବ ତାହା ସହଜରେ ଅନୁମେୟ। ପୂର୍ବରୁ ଭିଜିଲାନ୍ସ ବିଭାଗର ପଦବୀ ପୂରଣ ଷ୍ଟାଫ୍‌ ସିଲେକ୍ସନ ଜରିଆରେ ହେଉଥିଲା। ଏବେ ଏହା ରାଜ୍ୟ ପୋଲିସ ଦ୍ୱାରା କରାଯାଉଛି। ତେବେ ରାଜ୍ୟ ପୋଲିସ କ’ଣ ପାଇଁ ଏନେଇ ଗୁରୁତ୍ୱ ଦେଉ ନାହିଁ ତାହା ଜଣାପଡ଼ୁ ନାହିଁ। ଭିଜିଲାନ୍ସ ବିଭାଗର ଏପ୍ରକାରର ସ୍ଥିତିକୁ ନେଇ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଭିଜିଲାନ୍ସ ନgର୍ଦ୍ଦେଶକ ଗୋପାଳଚନ୍ଦ୍ର ନନ୍ଦଙ୍କ ମତରେ ଭିଜିଲାନ୍ସ ବିଭାଗ ରାଜ୍ୟ ପୋଲିସ ଉପରେ ନିର୍ଭର କରିଥାଏ । ଭିଜିଲାନ୍ସ ବିଭାଗକୁ ରାଜ୍ୟ ପୋଲିସ ବିଭାଗରୁ କର୍ମଚାରୀ ଆସିଥାନ୍ତି । ରାଜ୍ୟ ପୋଲିସରେ ବୋଧ ହୁଏ କର୍ମଚାରୀ ଅଭାବ ରହିଛନ୍ତି । ଏଣୁ ସେହି ଅନୁପାତରେ ଭିଜିଲାନ୍ସ ବିଭାଗର କର୍ମଚାରୀ ମଧ୍ୟ କମ୍‌ ରହିଛନ୍ତି ବୋଲି ନନ୍ଦ କହିଛନ୍ତି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜେଠଓ୍ବାଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କୌଣସି ମତାମତ ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri