ଖାଲିରେ ଚାଲିଛି ଭିଜିଲାନ୍ସ ବିଭାଗ

କଟକ ଅଫିସ, ୧୮ା୭: ରାଜ୍ୟରେ ବିଭିନ୍ନ ବିଭାଗରେ ହେଉଥିବା ଦୁର୍ନୀତିକୁ ରୋକିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭିଜିଲାନ୍ସ ବିଭାଗର କାର୍ଯ୍ୟ। ହେଲେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧିକାରୀ ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି।

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ନିକଟରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଯଶଓ୍ବନ୍ତ ଜେଠଓ୍ବାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି। ସେହିପରି ଅସିତ ପାଣିଗ୍ରାହୀଙ୍କୁ ଆଇଜି ପଦରେ ନିଯୁକ୍ତି ଦିଆଯାଇଛି। ହେଲେ ରାଜ୍ୟର ପ୍ରମୁଖ ବ୍ରହ୍ମପୁର, କଟକ ଓ ରାଉରକେଲା ଭିଜିଲାନ୍ସ ଡିଭିଜନରେ ଏସ୍‌ପି ପଦ ଖାଲି ରହିଛି। ସମ୍ବଲପୁର ଏସ୍‌ପି ସାରା ଶର୍ମାଙ୍କୁ ରାଉରକେଲାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଅଭିରାମ କର ଗତମାସରେ ଅବସର ଗ୍ରହଣ କରିଥିଲେ ସୁଦ୍ଧା ତାଙ୍କ ସ୍ଥାନରେ ଏଯାବତ୍‌ କାହାରିକୁ ଅବସ୍ଥାପିତ କରାଯାଇ ନାହିଁ। ଗତ ଜୁନ ୨ୟ ସପ୍ତାହରୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଏସ୍‌ପି ଅନୁପମା ଜେମ୍‌ସ ପ୍ରସବକାଳୀନ ଛୁଟିରେ ଯିବା ପରଠାରୁ ଅସ୍ଥାୟୀ ଭାବରେ ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ମିଶ୍ର କାମ ତୁଲାଉଥିଲେ। ହେଲେ ନିକଟରେ ଆର୍‌.ପ୍ରକାଶଙ୍କୁ ସେଠାରେ ଏସ୍‌ପିଭାବେ ଅବସ୍ଥାପିତ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅନୁରୂପଭାବେ ଗତମାସରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସ୍‌ପି ଶାନ୍ତନୁ କୁମାର ପାଢୀ ଅବସର ଗ୍ରହଣ କରିବା ପରଠାରୁ ସେଠାରେ ମଧ୍ୟ ଏସ୍‌ପି ପଦ ଖାଲିରହିଛି।

ଏକାଧିକ ଭିଜିଲାନ୍ସ ଡିଭିଜନରେ ସ୍ଥାୟୀ ଏସ୍‌ପି ନିଯୁକ୍ତି କରାଯାଉ ନ ଥିବାରୁ ସେହି ସବୁ ସ୍ଥାନରେ ଥିବା ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ହୋଇପାରୁ ନାହିଁ। ଭିଜିଲାନ୍ସ ବିଭାଗରେ କେବଳ ଏସ୍‌ପି ନୁହନ୍ତି ୧୫ ଡିଏସ୍‌ପି ପଦ ମଧ୍ୟ ଖାଲି ପଡ଼ିଛି। ରାଜ୍ୟରେ ୬୩ ଡିଏସ୍‌ପି ପଦ ରହିଥିବାବେଳେ ୪୮ଜଣ ଡିଏସ୍‌ପି ରହିଛନ୍ତି। ଅନୁରnପଭାବେ ୧୭୫ ଇନ୍ସପେକ୍ଟର ପଦବୀ ମଧ୍ୟରୁ ୮୮ ପଦ ଖାଲି ରହିଛି । ସେହିପରି ୩୦୯ କନଷ୍ଟେବଳ ପଦବୀ ରହିଥିବାବେଳେ ୧୦୯ ପଦ ଖାଲି ରହିଛି ।

ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଭିଜିଲାନ୍ସ ବିଭାଗରେ ଏତେ ସଂଖ୍ୟାରେ ବିଭିନ୍ନ ପଦବୀ ଖାଲି ପଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବାବେଳେ ଭିଜିଲାନ୍ସ କିପରି କାର୍ଯ୍ୟ କରୁଥିବ ତାହା ସହଜରେ ଅନୁମେୟ। ପୂର୍ବରୁ ଭିଜିଲାନ୍ସ ବିଭାଗର ପଦବୀ ପୂରଣ ଷ୍ଟାଫ୍‌ ସିଲେକ୍ସନ ଜରିଆରେ ହେଉଥିଲା। ଏବେ ଏହା ରାଜ୍ୟ ପୋଲିସ ଦ୍ୱାରା କରାଯାଉଛି। ତେବେ ରାଜ୍ୟ ପୋଲିସ କ’ଣ ପାଇଁ ଏନେଇ ଗୁରୁତ୍ୱ ଦେଉ ନାହିଁ ତାହା ଜଣାପଡ଼ୁ ନାହିଁ। ଭିଜିଲାନ୍ସ ବିଭାଗର ଏପ୍ରକାରର ସ୍ଥିତିକୁ ନେଇ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଭିଜିଲାନ୍ସ ନgର୍ଦ୍ଦେଶକ ଗୋପାଳଚନ୍ଦ୍ର ନନ୍ଦଙ୍କ ମତରେ ଭିଜିଲାନ୍ସ ବିଭାଗ ରାଜ୍ୟ ପୋଲିସ ଉପରେ ନିର୍ଭର କରିଥାଏ । ଭିଜିଲାନ୍ସ ବିଭାଗକୁ ରାଜ୍ୟ ପୋଲିସ ବିଭାଗରୁ କର୍ମଚାରୀ ଆସିଥାନ୍ତି । ରାଜ୍ୟ ପୋଲିସରେ ବୋଧ ହୁଏ କର୍ମଚାରୀ ଅଭାବ ରହିଛନ୍ତି । ଏଣୁ ସେହି ଅନୁପାତରେ ଭିଜିଲାନ୍ସ ବିଭାଗର କର୍ମଚାରୀ ମଧ୍ୟ କମ୍‌ ରହିଛନ୍ତି ବୋଲି ନନ୍ଦ କହିଛନ୍ତି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜେଠଓ୍ବାଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କୌଣସି ମତାମତ ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ହେଲା ୩ ମିନି ଷ୍ଟାଡିୟମ ନିର୍ମାଣ କାମ ସରୁନି

ଜଗତ୍‌ସିଂହପୁର ଅଫିସ, ୧୧।୯: ପ୍ରତି ବ୍ଲକ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ପ୍ରଚାର ହେଉଛି। ରାଜ୍ୟ...

ପୁଅ ବାଇକ୍‌ରୁ ଖସି ମା’ଙ୍କ ପ୍ରାଣ ଗଲା

ରାଇରଙ୍ଗପୁର,୨୦ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ୨୨୦ନଂ. ଜାତୀୟ ରାଜପଥର ସିମଦିହି ନିକଟରେ ରବିବାର ପୁଅର ବାଇକ୍‌ରୁ ଖସିପଡ଼ି ମାଆଙ୍କ ମୃତ୍ୟୁ ଘଟିଛି। ମୃତ...

ଭିତ୍ତିଭୂମି ଅଛି, ଡାକ୍ତର ଅଭାବ

ନିଶ୍ଚିନ୍ତକୋଇଲି,୧୭।୨(ସ୍ବ.ପ୍ର.): ଗ୍ରାମାଞ୍ଚଳ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ମିଶନ ଗଠନ କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ଉନ୍ନତି ନିମନ୍ତେ କେନ୍ଦ୍ର ଓ...

ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଖମ୍ବାରିଗାଁ ପଞ୍ଚାୟତର ବିଜେଡି ଯୁବନେତା ତଥା ପୂର୍ବତନ ବ୍ଲକ ଯୁବ ସଭାପତି ଲଳିତ ମୋହନ...

ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍‌ ପ୍ଲାଜା

ଯାଜପୁର ଅଫିସ,୧୧ା୧୧: ଏନଏଚ୍‌ଏଆଇ (ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ.ଜାତୀୟ...

୨୪ ଘଣ୍ଟା ପରେ ଜେଲରୁ ମୃତଦେହ ଉଦ୍ଧାର: ପରିବାର ଲୋକେ ଥାନାରେ ଦେଲେ ଏତଲା, ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର, ୨୦ା୧୧ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜେଲରେ ବିଚାରାଧୀନ କଏଦୀ ପ୍ରଦୀପ ବେହେରାଙ୍କ ଆତ୍ମହତ୍ୟା କରିବାର ୨୪ ଘଣ୍ଟା ପରେ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର...

ଗୁଣ୍ଡିଚାଯାତ୍ରା: ପହଣ୍ଡି ଆରମ୍ଭ

ପୁରୀ ଅଫିସ,୨୩।୬: ବିଶ୍ୱପ୍ରସିଦ୍ଧ ପୁରୀ ଗୁଣ୍ଡିଚାଯାତ୍ରା ମଙ୍ଗଳବାର ପ୍ରାତଃରୁ ଆରମ୍ଭ ହୋଇଯାଇଛି। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ମାଉସୀ...

ପାଣି ସ୍ରୋତରେ ନଷ୍ଟ ହେଉଛି ରାସ୍ତା

ଗୋପାଳପୁର,୧୪ା୮-ରାସ୍ତା ଓ କୋଠାବାଡ଼ି (ଆର ଆଣ୍ଡ ବି) ବ୍ରହ୍ମପୁର-୧ ବିଭାଗ ପକ୍ଷରୁ ବ୍ରହ୍ମପୁର ଓ ହରିପୁରକୁ ସଂଯୋଗ କରୁଥିବା ଏକ ଝୁଲା ବ୍ରିଜ୍‌ ନିର୍ମାଣ ଚାଲିଛି।...

Advertisement
Archives

Model This Week