କରୋନା ତୁଳନାରେ ଅଧିକ ମାରାତ୍ମକ ଭୂତାଣୁ ଆସିବା ଆଶଙ୍କା ରହିଛ: ଡବ୍ଲ୍ୟୁଏଚ୍‌ଓ ଦେଲା ଚେତାବନୀ…

ଜେନେଭା,୨୫।୫: ଏବେ କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ ଏହାଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ ପୃଥିବୀର ୧୯୪ଟି ରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାର୍ଷିକ ବୈଠକରେ ଏଭଳି କହିଛନ୍ତି। ଆମେରିକା ଭଳି ଦେଶରେ କରୋନା ଟିକାକରଣ ଶୀଘ୍ର କରାଗଲେ ମଧ୍ୟ ସଂକ୍ରମଣ ନ ଥମିବା ଯୋଗୁ ଏଭଳି ଆଶଙ୍କା ସୃଷ୍ଟି ହୋଇଥିବା ସେ କହିଛନ୍ତି। ପୃଥିବୀ ଏବେ ସଙ୍କଟ ସ୍ଥିତିରେ ରହିଛି। କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଟିକାକରଣ ଜରୁରୀ। ତେବେ ବର୍ତ୍ତମାନ ସୁଦ୍ଧା ୧୦ଟି ଦେଶରେ ୭୫ ପ୍ରତିଶତ ଟିକାକରଣ କରାଯାଇଛି। ଅପରପକ୍ଷରେ ଭାକ୍ସିନ୍‌ ଜମା କରି ରଖିବା ଅଭିଯୋଗ ମଧ୍ୟ ହେଉଛି। କିଛି ଦେଶ ଏଭଳି କରି ପୃଥିବୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଗରିବ ଦେଶଗୁଡ଼ିକରେ ଟିକାକରଣ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରୁ ଫେରିଥିବା ଛାତ୍ରଙ୍କ ଅନୁଭୂତି ଶୁଣିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣଙ୍କ ହେଲେ...

ପୃଥିବୀ ବାହାରୁ ମିଳିଲା ରେଡିଓ ସିଗ୍‌ନାଲ

ନୂଆଦିଲ୍ଲୀ, ୧୩ା୧୦: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଅଛି କି ନା ସେ ନେଇ ଦୀର୍ଘଦିନରୁ ଗବେଷଣା ଜାରି ଥିବାବେଳେ ଏବେ ଏକ ଅଦ୍ଭୁତ...

ଦିନକରେ ସର୍ବାଧିକ ୭ ଲକ୍ଷ ପରୀକ୍ଷା

ନୂଆଦିଲ୍ଲୀ, ୧୦।୮(ପି.ଟି.): ଭାରତରେ ଗୋଟିଏ ଦିନରେ ରେକର୍ଡ ୭ ଲକ୍ଷରୁ ଅଧିକ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ନମୁନା ପରୀକ୍ଷା ସଂଖ୍ୟା...

କୋଭିଡ-୧୯ ସଂକ୍ରମଣ: ପାକ୍‌ ସ୍କ୍ବାଶ୍‌ ଲିଜେଣ୍ଡ ଆଜମ ଖାନ୍‌ ମୃତ

କରାଚୀ, ୩୦।୩(ପି.ଟି.):ପାକିସ୍ତାନର କିମ୍ବଦନ୍ତୀ ସ୍କ୍ବାଶ୍‌ ଖେଳାଳି ଆଜମ ଖାନ୍‌ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଲଣ୍ଡନ୍‌ରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ...

ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଜେରୁଜେଲମ୍‌,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...

ବିକ୍ଷୋଭକାରୀ ବିଦେଶୀଙ୍କୁ ବିଦା କରିବ କୁଏଟ୍‌

କୁଏଟ୍‌ ସିଟି, ୧୪ା୬: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି କୁଏଟ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିଦେଶୀ ନାଗରିକଙ୍କୁ ବିଦା କରିବାକୁ ସେଠାକାର ସରକାର...

ଅନ୍ୟ ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର

ଲକ୍ଷ୍ନୌ,୨୪।୪: ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପରେ ଏବେ ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା କରୁଛନ୍ତି। ଶୁକ୍ରବାର...

ଚିନ୍ତା ବଢ଼ାଇଲାଣି ସଂକ୍ରମଣ

ନୂଆଦିଲ୍ଲୀ,୧୬।୩: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଦେଶରେ ମୋଟ ୨୬,୨୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ...

Advertisement
Archives

Model This Week