‘ଋତୁସ୍ରାବକୁ ନେଇ ସମାଜରେ ଭୁଲ୍‌ ଧାରଣା ରହିଛି’

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆଇନା ଏବଂ ୟୁନିସେଫ୍‌ ଓଡ଼ିଶା ସହଭାଗିତାରେ କଲ୍ଲୋଳ-୨୦୨୧ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା’ର ସପ୍ତମ ସଂସ୍କରଣ ଉଦ୍‌ଘାଟନ ଉତ୍ସବ ମଙ୍ଗଳବାର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ‘ଋତୁସ୍ରାବ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା’ ବିଷୟବସ୍ତୁକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ବାନ କରାଯାଇଛି। ମଙ୍ଗଳବାର ଏହାର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁନିସେଫ ଦ୍ୱାରା ଆୟୋଜିତ ରେଡ୍‌ ଡଟ୍‌ କ୍ୟାମ୍ପେନର ଆମ୍ବାସାଡର ତଥା ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ କହିଛନ୍ତି, ଆମେ ଯେଉଁ ସମସ୍ୟାଗୁଡ଼ିକୁ ସାମ୍ନା କରିଛେ ତାକୁ ଆମ ଆଗାମୀ ପଢ଼ି ଯେପରି ସାମ୍ନା ନ କରନ୍ତୁ ା ଏଥିପାଇଁ ଆମକୁ ସଚେତନ ହେବା ସହ ଆମ ଉତ୍ତରପୀଢ଼ି କିପରି ସଚେତନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ଡ. ମୋନିକା ନେଲସନ୍‌ ଯୋଗଦେଇ କହିଥିଲେ, ଋତୁସ୍ରାବକୁ ନେଇ ସମାଜରେ ଚାଲିଥିବା ଭୁଲଧାରଣାକୁ ଭାଙ୍ଗିବା ଏବଂ ଏଥିସହ ଜଡ଼ିତ ଭୟ ଓ ଲଜ୍ଜାକୁ ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ହୋଇପାରେ। ଏହି ଚଳଚ୍ଚିତ୍ର ନିର୍ମାଣ କର୍ମଶାଳା ମାଧ୍ୟମରେ କିଶୋରମାନେ ସ୍କ୍ରିପ୍ଟ ଲେଖିବା, ଚଳଚ୍ଚିତ୍ରର ସୁଟିଂ ଏବଂ ସମ୍ପାଦନା ଶିଖିବେ। ପରେ ଏହା ଦ୍ୱାରା ପ୍ରସ୍ତୁତ ସିନେମାରେ ସେମାନଙ୍କର ଦୃଷ୍ଟିକୋଣ ଏବଂ ଚିନ୍ତାଧାରାର ପ୍ରକୃତ ପ୍ରତିନିଧିତ୍ୱ କରିବେ। ଏହି କର୍ମଶାଳା ପିଲାମାନଙ୍କୁ ଦେଇଥିବା ସମ୍ଭାବନାକୁ ନେଇ ଆମେ ଉତ୍ସାହିତ ଏବଂ ସେମାନଙ୍କର ଚଳଚ୍ଚିତ୍ର ଦେଖିବା ପାଇଁ ଆମେ ଖୁବ୍‌ ଆଗ୍ରହୀ।
ଏହି ଅବସରରେ ଆଇନାର ସମ୍ପାଦିକା ସ୍ନେହ ମିଶ୍ର କହିଥିଲେ, ଋତୁସ୍ରାବକୁ ନେଇ ସମାଜରେ ଏବେ ମଧ୍ୟ ଅନେକ ଭୁଲ ଧାରଣା ଚାଲିଆସୁଛି, ଯାହାକୁ ବଦଳାଇବା ନିହାତି ଆବଶ୍ୟକ ା ଏହି ବର୍ଷର ସହଯୋଗୀ ଅନୁଷ୍ଠାନ ଆଇଆର୍‌ସି, ୟୁଥ୍‌ ଫର୍‌ ୱାଟର ଓ ସୁଜାନାର ସହଭାଗିତାରେ ଏହି କାର୍ଯ୍ୟକ୍ରମରେ ଆମେ ଓଡ଼ିଶା ବାହାରୁ ମଧ୍ୟ ଚଳଚ୍ଚିତ୍ରର ଆସିବାର ଆଶା ରଖିଛୁ। ଏହି ବର୍ଷ ଚଳଚ୍ଚିତ୍ର ନିର୍ମାତାଙ୍କୁ ଫିଲ୍ମ ପାଇଁ ଅଧିକ ସମୟ ଦିଆଯାଇଛି। ଯାହା ଫଳରେ ବିଷୟବସ୍ତୁକୁ ନେଇ ସୁନ୍ଦର ସୁନ୍ଦର ପରିକଳ୍ପନା କରିବା ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ମିଳିବ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ପିଲାମାନେ ସେମାନଙ୍କ କଥାକୁ ନେଇ ଚଳଚ୍ଚିତ୍ର ତିଆରି କରିବେ। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର କମ୍ୟୁନିକେଶନ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ପିଲାଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍‌ର ୱାସ୍‌ ବିଶେଷଜ୍ଞ ସିପ୍ରା ସକ୍ସେନା କହିଥିଲେ, ଏହା କେବଳ ଝିଅ ବା ମହିଳାଙ୍କ ସମସ୍ୟା ନୁହେଁ, ପୁରୁଷମାନେ ମଧ୍ୟ ଏ ବିଷୟରେ ଆଲୋଚନା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri