ଭୁବନେଶ୍ୱରର ୩ ବିଧାନସଭା ଆସନକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୩୦।୩ (ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱରର ୩ ବିଧାନସଭା ଆସନକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର୍‌ ଧରିଲାଣି। ନିକଟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିଥିବା ବେଳେ ଶାସକ ଦଳ ତାଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀ କରିବା ନେଇ ଦଳ ପକ୍ଷରୁ ପ୍ରାୟ ସବୁ ଜାଗାରେ ପ୍ରଚାର କରାଯାଉଥିଲା। ଏହି ଲୋକ ସଭା ଆସନ ଅନ୍ତର୍ଗତ ବହୁ ବିଧାନସଭା କ୍ଷେତ୍ରର ନେତାମାନେ ମଧ୍ୟ ନିଜ ଅଞ୍ଚଳରେ ଶ୍ରୀମୟୀଙ୍କୁ ଧରି ପ୍ରଚାର କରିବା ସଙ୍ଗେ ସଙ୍ଗେ ସେ ଲୋକ ସଭା ପ୍ରାର୍ଥୀ ହେବେ ବୋଲି କହିଥିବା ଦେଖିବାକୁ ମିଳିଥିଲା। ହେଲେ ଶେଷ ସମୟରେ ମନ୍ମଥଙ୍କୁ ଦଳ ଟିକେଟ ଦେଇ ସବୁ ପୂର୍ବ ଆଲୋଚନାରେ ବ୍ରେକ୍‌ ଲଗାଇଛି। ଏଭଳି ସ୍ଥିତିରେ ଶ୍ରୀମୟୀଙ୍କୁ ଦଳ ଥଇଥାନ କିପରି କରିବ ସେନେଇ ଚିନ୍ତାରେ ପଡ଼ିଥିବା କୁହାଯାଉଛି। ଏହାସହ ଗତଥର ଭଳି ଯେପରି ଭୁବନେଶ୍ୱର ଲୋକ ସଭା ଆସନ ଭାଜପା ଖାତାକୁ ଚାଲି ନ ଯିବ ସେନେଇ ମଧ୍ୟ ଦଳ ନିଜର ସବୁ ପ୍ରକାର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ଭୁବନେଶ୍ୱରର ୩ ବିଧାନସଭା ଏକାମ୍ର, ମଧ୍ୟ ଏବଂ ଉତ୍ତର ଆସନରେ ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ ମୁଣ୍ଡ ଟେକିଛନ୍ତି। ତେଣୁ ବିଦ୍ରୋହୀଙ୍କୁ ମ୍ୟାନେଜ ନ କଲେ ଏହା ଲୋକ ସଭା ଭୋଟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଦଳ ଆକଳନ କରୁଛି। ତେଣୁ ଏହି ୩ ଆସନରେ ଦଳ ଉପଯୁକ୍ତ ପ୍ରାର୍ଥୀ କିପରି ଚୟନ କରିବ ତାହା ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଶାସକ ଦଳ ମହଲରେ ଚର୍ଚ୍ଚା ହେଉଛି।
ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ କିଛି ମାସ ହେଲା ଏକ ବଡ ଗୋଷ୍ଠୀ ଲାଗିପଡିଛନ୍ତି। ନିକଟରେ ଏହି ବିଧାନସଭା କ୍ଷେତ୍ର ଭିତରେ ଅସନ୍ତୁଷ୍ଟ ଗୋଷ୍ଠୀ ବଡ ସମାବେଶର ଆୟୋଜନ କରିଥିବା ଲକ୍ଷ୍ୟ କରାଯାଇଥିଲା। ସମାନଭାବେ ଏହି କାର୍ଯ୍ୟକ୍ରମର କିଛିଦିନ ଆଗରୁ ଏକାମ୍ର ନିର୍ବାଚନମଣ୍ଡଳୀରେ ମଧ୍ୟ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ବଡ଼ ସମାବେଶର ଆୟୋଜନକରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଦୁଇ ନିର୍ବାଚନମଣ୍ଡଳୀରୁ ଏକାଧିକ ଆଶାୟୀ ଏବେ ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି। ସେହିପରି ଉତ୍ତର ନିର୍ବାଚନମଣ୍ଡଳୀରୁ ଏଥର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନିଜର ଶକ୍ତି ଦେଖାଇବାକୁ ଚେଷ୍ଟା କରିଛନ୍ତି। ହେଲେ ଏଠାରେ ବିଧାୟକ ଥିବା ସୁଶାନ୍ତ କୁମାର ରାଉତ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଜାରି ରଖିବା ସହ ଦଳର ସ୍ଥିତିକୁ ମଜଭୁତ କରିଛନ୍ତି। ଅନ୍ୟପଟେ ଏଥର ନିର୍ବାଚନ ପୂର୍ବରୁ ବିଜେଡି ଏକାଧିକ ଆସନରେ ଯେମିତି ପ୍ରାର୍ଥୀ ପରିବର୍ତ୍ତନ କରିବ ବୋଲି ଅନୁମାନ କରାଯାଉଥିଲା ସେପରି କିଛି କରିନାହିଁ। ପ୍ରଥମ ପର୍ଯ୍ୟାୟରେ ବିଜେଡି ଯେଉଁ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ସେଥିରେ ପ୍ରାୟ ପୁରୁଣା ନେତାଙ୍କୁ ଟିକେଟ ମିଳିଛି। ତେଣୁ ଏହାକୁ ଦେଖିଲେ ବାକି ଆସନରେ ସେପରି ବିଜ଼େଡି କିଛି ପ୍ରାର୍ଥୀ ପରିବର୍ତ୍ତନ କରି ନ ପାରେ। ହେଲେ ନେତାମାନେ ନିଜ ନାଁ ଘୋଷଣା ନ ହେବା ପର୍ଯ୍ୟନ୍ତ ଭୟ ଭିତରେ ଅଛନ୍ତି। ଯଦି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ ରାଉତଙ୍କୁ ଦଳ ଟିକେଟ ଦିଏ ତେବେ ଆସନ ପରିବର୍ତ୍ତନ ସମ୍ଭାବନା ରହିଥିବା କଥା ଶୁଣିବାକୁ ମିଳୁଛି। ସୁଶାନ୍ତଙ୍କୁ ମଧ୍ୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇ ଉତ୍ତରରେ ଶ୍ରୀମୟୀ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏପରି ହେଲେ ଅନନ୍ତ ନାରାୟଣଙ୍କୁ ବେଗୁନିଆ ବିଧାନସଭା କ୍ଷେତ୍ରରୁ ଦଳ ପ୍ରାର୍ଥୀ କରିବା ଯଥେଷ୍ଟ ସମ୍ଭାବନା ରହିଥିବା ମଧ୍ୟ କୁହାଯାଉଛି। ବାସ୍ତବରେ ଦଳ ଏହିସବୁ ଆସନରେ କିଭଳି ନିଷ୍ପତ୍ତି ନେଉଛି ଏହା ରବିବାର ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଥିଲେ ମଧ୍ୟ ସ୍ପଷ୍ଟ କଥା କିଛି ଜଣାପଡ଼ିନାହିଁ। ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ନେଇ ଦଳ ଗୁରୁତର ସହ ବିଚାର କରୁଥିବା ଜଣେ ବରିଷ୍ଠ ନେତା ନାମ ଗୋପନ ରଖି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?