ମିଲେଟ ଚାଷ ପାଇଁ ବଢୁଛି ଆଗ୍ରହ

ଭଦ୍ରକ,୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାରେ ଚଳିତ ଖରିଫ ଋତୁରେ ନୂଆକରି ମିଲେଟ ଚାଷ କରାଯାଇଛି। ବ୍ୟବସାୟିକ ଫାଇଦା ଓ ସରକାରୀ ପ୍ରୋତ୍ସାହନ ବିଶେଷ କରି ମାଣ୍ଡିଆ ଚାଷୀଙ୍କୁ ଆକୃଷ୍ଟ କରିଛି। ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ମିଲେଟ୍‌ ମିଶନ ଜରିଆରେ ଏହି ଚାଷକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ବନ୍ତ ବ୍ଲକର କିଛି ପଞ୍ଚାୟତରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ମାଣ୍ଡିଆ ଚାଷ ପାଇଁ ଜିଲାର ମୃତ୍ତିକା ଏବଂ ଜଳବାୟୁ ସହାୟକ ହେଉଛି।
  ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସୂଚନା ଅନୁଯାୟୀ, ବ୍ଲକର କାଦବରାଙ୍ଗ, ଆଡ଼ିଆ, ବଡ଼ମହିଷଗୋଠ, ଷେଣ୍ଢତିରା, ଗୋପୀନାଥପୁର ସମେତ ୧୭ ପଞ୍ଚାୟତରେ ୬୪.୩୯ ହେକ୍ଟର ଜମିରେ ମିଲେଟ ଚାଷ କରାଯାଇଛି। ୨୭ ହେକ୍ଟର ଜମିରେ କେବଳ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ଅବଶିଷ୍ଟ ୩୭.୩୯ ହେକ୍ଟର ଜମିରେ ସୋରଶୁମ ଏବଂ ଜୱାର ଚାଷ କରାଯାଇଛି। ଏଥିରୁ ପ୍ରାୟ ୨୫୦ କୁଇଣ୍ଟାଲ ମିଲେଟ ଉପତ୍ାଦନ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ସଫଳ ହୋଇଥିବାରୁ ରବି ଋତୁରେ ଚାଷୀଙ୍କ ଆଗ୍ରହକୁ ଲକ୍ଷ୍ୟ ରଖି ଜିଲାରେ ୩୭.୬୧ ହେକ୍ଟର ଜମିରେ ସୋରଶୁମ୍‌, ୭୫ ହେକ୍ଟର ଜମିରେ ବାଜରା ଓ ୨୩ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି। ତେବେ ରବି ଋତୁରେ ବ୍ଲକରେ ଜଳସେଚନ ସୁବିଧା ନ ଥିବାରୁ କମ୍‌ ପରିମାଣ ଜମିରେ ମାଣ୍ଡିଆ ଚାଷ କରାଯିବ ବୋଲି କୁହାଯାଇଛି।
ଜିଲାର ମୁଖ୍ୟ ଫସଲ ଧାନ। ସରକାରୀ ଦରରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ସମସ୍ୟା ହେଉଥିବାରୁ ମିଲେଟ୍‌ ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ଦେଖାଦେଇଛି। ଏହାବ୍ୟତୀତ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨,୧୮୩ ଟଙ୍କା ରହିଥିବା ବେଳେ ମିଲେଟ୍‌ର ଏମ୍‌ଏସ୍‌ପି ୩,୮୪୬ ଟଙ୍କା ରହିଥିବାରୁ ଚାଷୀମାନେ ଏଥିରୁ ଅଧିକ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି। ମିଲେଟ୍‌ ଉପତ୍ାଦିତ ପୁଷ୍ଟିକର ଖାଦ୍ୟ ପରିବେଷଣ ପାଇଁ ଜିଲାରେ ଭଦ୍ରକ ଏବଂ ବନ୍ତରେ ୨ଟି ଟିଫିନ୍‌ ସେଣ୍ଟର ଖୋଲିବାକୁ ଏଜେନି୍ସ ନିଯୁକ୍ତି ଦିଆଯାଇଛି। ଖରିଫ୍‌ରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ବିହନ ଯୋଗାଇଦେବା ସହ ହେକ୍ଟର ପିଛା ୯ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ରହିଛି। ଖରିଫ୍‌ ଅପେକ୍ଷା ରବି ଋତୁରେ ଗରମ ଜଳବାୟୁ ଚାଷ ଉପଯୋଗୀ ହେବା ସହ ଅଧିକ ଅମଳ ମିଳିବ ବୋଲି ଜିଲା କୃଷି ଅଧିକାରୀ ନାରାୟଣ ଉପାଧ୍ୟାୟ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?