ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି। ଗର୍ଗ ଏହି ଦାୟିତ୍ୱ ପାଇବା ପରେ ତାଙ୍କ ହାତରେ ଥିବା ଦାୟିତ୍ୱଗୁଡ଼ିକୁ ଏବେ ଅନ୍ୟ କେଉଁ ଅଫିସରମାନଙ୍କ ମଧ୍ୟରେ ବଣ୍ଟାଯିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗର୍ଗ ଉନ୍ନୟନ କମିଶନର ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଯୋଜନା ଓ ସଂଯୋଜନ ଏବଂ ଅତିରିକ୍ତ ଭାବେ ଜଳ ସମ୍ପଦ ବିଭାଗର ଦାୟିତ୍ୱରେ ରହିଛନ୍ତି। ତେଣୁ ରାଜ୍ୟର ପରବର୍ତ୍ତୀ ଉନ୍ନୟନ କମିଶନର କିଏ ହେବେ ସେଥିପ୍ରତି ସମସ୍ତଙ୍କ ବିଶେଷ ନଜର ରହିଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଗୁଡିକୁ ରାଜ୍ୟ ସରକାର ଏବେ ଅନ୍ୟ ଦକ୍ଷ ଅଫିସରମାନଙ୍କ ମଧ୍ୟରେ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିବେ।
ବର୍ତ୍ତମାନ ଗୃହ ବିଭାଗ ସାଙ୍ଗକୁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁଙ୍କ ନାଁକୁ ନେଇ ଆଲୋଚନା ଜୋର୍‌ ଧରିଛି। ତାଙ୍କଠାରୁ ବରିଷ୍ଠ ଭାବେ ଯେଉଁ ଓଡ଼ିଶା କ୍ୟାଡର୍‌ ଅଫିସର ଅଛନ୍ତି, ସେମାନେ ଏବେ ଦିଲ୍ଲୀରେ ଡେପୁଟେଶନରେ ରହିଛନ୍ତି। ତାଙ୍କଠାରୁ କନିଷ୍ଠ ଆଇଏଏସ୍‌ ଅଫିସର ଓଡ଼ିଶାର ମୁଖ୍ୟ ଶାସନ ସଚିବ ହେବାପରେ ସେମାନେ ଓଡ଼ିଶା ଆସି ଉନ୍ନୟନ କମିଶନର ଦାୟିତ୍ୱ ନେବା ସମ୍ଭାବନା ସେପରି ନାହିଁ। ଅନ୍ୟପଟେ ଅନୁଙ୍କ ହାତରେ ରହିଥିବା ୨ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ତଥା ଯୋଜନା ଓ ସଂଯୋଜନ ଏବଂ ଜଳ ସମ୍ପଦ ଦାୟିତ୍ୱ କାହାକୁ ଯିବ ତାହା ମଧ୍ୟ ଚର୍ଚ୍ଚାରେ ଅଛି। କାରଣ ଏହି ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସରକାରରେ ରହିଥାଏ। ଆସନ୍ତା ୩୧ ଡିସେମ୍ୱରରେ ଅବସର ନେବାକୁ ଥିବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ରାଜ୍ୟ ସରକାର ତାଙ୍କୁ କେଉଁଠାରେ ଥଇଥାନ କରିବେ ନା ନାହିଁ ତାହା ମଧ୍ୟ ଆଲୋଚନାର ବିଷୟ। କାରଣ ପୂର୍ୱରୁ ଅନେକ ଥର ଏଭଳି ଦେଖିବାକୁ ମିଳିଛି, ଯେଉଁମାନେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି, ସେମାନଙ୍କୁ ସରକାର ଅନ୍ୟ ସ୍ଥାନରେ ଥଇଥାନ କରିଛନ୍ତି। ଏହା ପୂର୍ୱରୁ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନା ବର୍ତ୍ତମାନ ଓଇଆର୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ପୂର୍ୱରୁ ଥିବା ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅବସର ପରେ ତତ୍କାଳୀନ ସରକାର ତାଙ୍କୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପୂର୍ୱରୁ ଅସିତ୍‌ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥିଲେ। ସେ ଆଗୁଆ ଅବସର ନେଇଥିଲେ ସୁଦ୍ଧା ତତ୍କାଳୀନ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଏହିପରି ଅନେକ ଉଦାହରଣ ରହିଛି। ଯଦିଓ ରାଜ୍ୟରେ ନୂଆ କରି ଭାଜପା ସରକାର ଆସିଛି, ଏହି ସମୟରେ ଆହୁଜାଙ୍କ କ୍ଷେତ୍ରରେ କ’ଣ ନିଷ୍ପତ୍ତି ହେବ ତାହା ଚର୍ଚ୍ଚାରେ ଅଛି।
ସୂଚନାଯୋଗ୍ୟ, ଆହୁଜା ଓଡ଼ିଶାର ମୁଖ୍ୟ ଶାସନ ସଚିବ ସହିତ ରାଜ୍ୟ ସରକାରଙ୍କ ମୁଖ୍ୟ ରେସିଡେନ୍ସ କମିଶନର, ନୂଆଦିଲ୍ଲୀ ମଧ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଦିଗରେ ତ୍ୱରିତ ବେଗ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବଙ୍ଗଳା ମିଳିଛି। ସେଠାରୁ ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟ କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ତେଣୁ ନୂଆଦିଲ୍ଲୀରେ ଥିବା କାର୍ଯ୍ୟଗୁଡ଼ିକୁ ତ୍ୱରିତ କରିବା ଏବଂ ତା’ର ତର୍ଜମା ଲାଗି ଆହୁଜାଙ୍କୁ ରାଜ୍ୟ ସରକାର କିଛି ନୂଆ ଦାୟିତ୍ୱ ଦେଇପାରନ୍ତି ବୋଲି ଯାହା ଚର୍ଚ୍ଚା ଆରମ୍ଭ ହୋଇଛି ତାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ଅନ୍ୟପଟେ ୧ ମାର୍ଚ୍ଚ ୧୯୬୯ରେ ଜନ୍ମଗ୍ରହଣ କରିଥିବା ଅନୁ ଗର୍ଗଙ୍କ କାର୍ଯ୍ୟକାଳ ୨୦୨୯ ମାର୍ଚ୍ଚରେ ଶେଷ ହେବ। ତାହାକୁ ଦେଖିଲେ ଅନୁ ଗର୍ଗ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିବା ଏକ ପ୍ରକାର ନିଶ୍ଚିତ। ଦରକାର ପଡ଼ିଲେ ସରକାର ତାଙ୍କ କାର୍ଯ୍ୟକାଳ ସେହି ସମୟରେ ବୃଦ୍ଧି କରିପାରନ୍ତି। ଏବେ ଗର୍ଗଙ୍କଠାରୁ ଓଡ଼ିଶା କ୍ୟାଡର୍‌ର ୨ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର ୧୯୯୦ ବ୍ୟାଚ୍‌ର ସଞ୍ଜୀବ ଚୋପ୍ରା ଏବଂ ଗୁଡ୍ଡି ଶ୍ରୀନିବାସ ଦିଲ୍ଲୀରେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ସଞ୍ଜୀବ ଚୋପ୍ରାଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୭ରେ ଶେଷ ହେବ। ସେହିପରି ଜି. ଶ୍ରୀନିବାସଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୬ରେ ସରିବ। ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବାପରେ ତାଙ୍କଠାରୁ ଓଡ଼ିଶାରେ କେହି ବରିଷ୍ଠ ଆଇଏଏସ୍‌ ଅଫିସର ନାହାନ୍ତି। ସେହି ବ୍ୟାଚ୍‌ର ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ ୧୯୯୧ ବ୍ୟାଚ୍‌ର ହେଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ଅନୁ ଗର୍ଗ ଆଗରେ ରହିଛନ୍ତି। ସତ୍ୟବ୍ରତଙ୍କ କାର୍ଯ୍ୟକାଳ ଜୁନ୍‌ ୨୦୨୭ରେ ଶେଷ ହେବ। ସେହିପରି କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସଞ୍ଜୟ ରସ୍ତୋଗୀ ଜାନୁଆରୀ ୨୦୨୭ରେ ଅବସର ନେବେ। ତେଣୁ ଏହାକୁ ଦୃଷ୍ଟିଦେଲେ ଜଣାପଡୁଛି, ସଞ୍ଜୀବ ଚୋପ୍ରା, ଜି. ଶ୍ରିନିବାସ, ସତ୍ୟବ୍ରତ ସାହୁ ଏବଂ ସଞ୍ଜୟ ରସ୍ତୋଗୀଙ୍କ ମୁଖ୍ୟ ଶାସନ ସଚିବ ହେବା ସମ୍ଭାବନା କ୍ଷୀଣ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?