Posted inଖେଳ

କୋହଲିଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର

ଇସଲମାବାଦ,୧୩।୯: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିବେ ଏବଂ ରୋହିତ ଶର୍ମା ଏହି ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହି କଥାରେ କୌଣସି ସତ୍ୟତା ନାହିଁ। କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଉଭୟ ଘରୋଇ ମାଟିରେ ଏବଂ ବିଦେଶ ଗସ୍ତରେ ଅନେକ ସଫଳତା ହାସଲ କରିଛି। ତେବେ ଗୋଟିଏ କଥା ଅଛି ଯାହା କୋହଲିଙ୍କ ସପକ୍ଷରେ କାମ କରି ନ ଥିଲା ଏବଂ ତାହା ହେଉଛି ଆଇସିସି ଟ୍ରଫି। କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ଆଇସିସି ଟ୍ରଫି ଜିତି ନାହିଁ। ଏହି ପ୍ରସଙ୍ଗରେ ପାକିସ୍ତାନର ପୂର୍ବତନ କ୍ରିକେଟର ସଲମାନ ବଟ୍ଟ କହିଛନ୍ତି ଯେ, କୋହଲିଙ୍କୁ ନେଇ କିଛି ରାଜନୀତି ଚାଲିଛି। ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି। ଇଂଲଣ୍ଡ ଗସ୍ତରେ କୋହଲିଙ୍କ ପାଇଁ ନିଆଯାଇଥିବା କିଛି ନିଷ୍ପତ୍ତିରେ ମ୍ୟାନେଜମେଣ୍ଟ ଖୁସି ନ ଥିଲା। ଭାରତର ସଫଳତାରେ କୋହଲି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଟି -୨୦ ବିଶ୍ୱକପ ସହ ତାଙ୍କ ଅଧିନାୟକତ୍ୱ ବିଷୟରେ ଯୁକ୍ତି କରିବା ଠିକ ନୁହେଁ ବୋଲି ସେ କହିଛନ୍ତି।
ନିକଟରେ ଇଂଲଣ୍ଡ ଗସ୍ତରେ କୋହଲି ବହୁତ ପ୍ରଭାବ ପକାଇଥିଲେ, କିନ୍ତୁ କିଛି ରିପୋର୍ଟରେ କୁହାଯାଇଛି ଯେ, ଯଦି ଟି -୨୦ ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ ନ କରେ ତେବେ କୋହଲିଙ୍କୁ ରୋହିତଙ୍କ ସ୍ଥାନ ଛାଡିବାକୁ କୁହାଯିବ। ବଟ୍ଟ କହିଛନ୍ତି ଯେ, ରୋହିତ ଜଣେ ମହାନ ଖେଳାଳି ଏବଂ ଅଧିନାୟକ, କିନ୍ତୁ ସେ ଏବେ ସେ ଅଧିନାୟକ ହେବା ପାଇଁ ଉପଯୁକ୍ତ ସମୟ ନୁହେଁ। ଏବେ ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆ ଶୀର୍ଷରେ ଅଛି ଏବଂ ତେଣୁ କୋହଲିଙ୍କୁ ଅବ୍ୟାହତି ଦେବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚତ୍ବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା ଯୁଦ୍ଧକୁ…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ସ୍ବୀକୃତି: ଜାଣନ୍ତୁ ଲିଷ୍ଟରେ କେଉଁ ସ୍କୁଲ…

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ୍‌ ବିଦ୍ୟାଳୟ ମୂଲ୍ୟାଙ୍କନ (ଏସ୍‌ଏଚ୍‌ଭିଆର୍‌) ୨୦୨୫-୨୬ ପୁରସ୍କାର ନିମନ୍ତେ ଓଡ଼ିଶାର ୧୦ଟି ବିଦ୍ୟାଳୟ ଜାତୀୟସ୍ତରୀୟ ସ୍ବୀକୃତି ପାଇବାକୁ ମନୋନୀତ…

ପାଠ୍ୟପୁସ୍ତକରେ ରହିବ ବାର୍‌କୋଡ୍‌

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ କିପରି ତ୍ରୁଟିଶୂନ୍ୟ କରାଯାଇ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିକଳ୍ପ ସମ୍ପର୍କରେ ସୋମବାର ଲୋକସେବା ଭବନରେ ଗଣଶିକ୍ଷା…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

ସଂଶୋଧନ ହେଲା ୬୪ ସ୍ଥାନର ଇଂଲିଶ ବନାନ, ତାଲିକାରେ…

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଓଡ଼ିଶାର ଯେଉଁ କେତେଗୁଡ଼ିଏ ସ୍ଥାନର ଇଂଲିଶ ବନାନ୍‌ ଭୁଲ୍‌ ଅଛି ତାକୁ ବଦଳାଇବା…

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri