ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବସ୍‌ ସେବା ପହଞ୍ଚତ୍ ପାରିନାହିଁ। ବସ୍‌ ଷ୍ଟପ୍‌ ଥିଲେ ବି ବସ ନ ଚାଲିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ମହିଳା, ଛାତ୍ରୀଛାତ୍ର, ବୃଦ୍ଧ ଓ ଭିନ୍ନକ୍ଷମମାନେ ହଇରାଣ ହେଉଛନ୍ତି।
ବୀରମହାରାଜପୁର ବ୍ଲକ ସଦର ମହକୁମାରୁ ପ୍ରାୟ ୨୫ କି.ମି. ଏବଂ ଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରାୟ ୭ କି.ମି. ଦୂରରେ ଅବସ୍ଥିତ ସାହାଜଲଥା ଗ୍ରାମ ସମ୍ବଲପୁର ଜିଲାର ରେଢ଼ାଖୋଲ ବ୍ଲକ ସୀମାକୁ ଲାଗି ରହିଛି। ତତ୍କାଳୀନ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନା, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସ୍‌ ସେବା ନାମରେ ଚାଲୁଥିଲେ ମଧ୍ୟ ଏହି ଉପାନ୍ତ ଅଞ୍ଚଳକୁ ସେବା ବିସ୍ତାର ହୋଇନାହିଁ। ଏହି ବସ୍‌ ସେବା ଆରମ୍ଭ ହେବାର ମୂଳ ଉଦ୍ଦେଶ୍ୟ ଥିଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରୀଛାତ୍ର ଏବଂ ସାଧାରଣ ଲୋକଙ୍କୁ ବ୍ଲକ, ବ୍ୟାଙ୍କ, ସ୍କୁଲ, କଲେଜ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସୁଲଭ ମୂଲ୍ୟରେ ଯାତାୟାତ ସୁବିଧା ଯୋଗାଇବା। ମହିଳା ଓ ଛାତ୍ରୀଛାତ୍ରମାନେ ୫ ଟଙ୍କାରେ ଯାତାୟାତ ସୁବିଧା ପାଉଥିଲେ। କିନ୍ତୁ ସାହାଜଲଥାବାସୀ ଏହି ସୁବିଧାରୁ ଏବେ ବି ବଞ୍ଚତ୍ତ ରହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, କୌଣସି କାମରେ ବୀରମହାରାଜପୁର କିମ୍ବା ଅନ୍ୟତ୍ର ଯିବାକୁ ହେଲେ ପ୍ରଥମେ ପ୍ରାୟ ୩ କି.ମି. ଦୂର ଖଣ୍ଡହତାକୁ ଯାଇ ସେଠାରୁ ମୁଖ୍ୟମନ୍ତ୍ରୀ ବସ୍‌ ଧରିବାକୁ ପଡ଼ୁଛି। ଫଳରେ ପ୍ରତିଦିନ ଛାତ୍ରୀଛାତ୍ର, ମହିଳା ଓ ବୃଦ୍ଧମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଭୁକୁଲୁ ପଧାନ କହିଛନ୍ତି, ସାହାଜଲଥା ପର୍ଯ୍ୟନ୍ତ ବସ୍‌ ସେବା ବଢ଼ାଇଲେ କେବଳ ଏହି ଗ୍ରାମ ନୁହେଁ, ବଡ଼କିରାସିରା, ଚୌକାଦାଦର, ନୂଅଁାପାଲି, କଦଳୀମୁଣ୍ଡା, ସୋରିଷମୁଣ୍ଡା, ସାନକିରାସିରା ସମେତ ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ପ୍ରାୟ ୧୦ ଗ୍ରାମର ଲୋକ ଉପକୃତ ହେବେ। ଏହି ଅଞ୍ଚଳର ହାଇସ୍କୁଲ, ବିଭିନ୍ନ କଲେଜକୁ ପାଠପଢ଼ିବାକୁ ଯାଉଥିବା ଛାତ୍ରୀଛାତ୍ର ଓ ଅନ୍ୟମାନେ ଉପକୃତ ହୋଇପାରିବେ। ସାହାଜଲଥା ଗ୍ରାମର ଝାଣ୍ଟୁ ଘିବିଲା କହିଛନ୍ତି, ବସ୍‌ ସେବା ଆରମ୍ଭ ହେଲେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଆଣିବା ସହ ବିଭିନ୍ନ ସରକାରୀ କାମରେ ସହଜରେ ଯାତାୟାତ କରିପାରିବେ। ସାହାଜଲଥାରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସେହି ଆଶା ପୂରଣ ହୋଇନାହିଁ। ଗତ ଏପ୍ରିଲରେ ଗ୍ରାମର ମହିଳାମାନେ ବୀରମହାରାଜପୁର ବିଡିଓଙ୍କୁ ଭେଟି ସାହାଜଲଥା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳ କରାଇବାକୁ ଦାବିପତ୍ର ଦେଇଥିଲେ। ତେବେ ଏଯାଏ ଏହାର କୌଣସି ସମାଧାନ ହୋଇ ନ ଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିଛି। ଗ୍ରାମର ବାଣେଶ୍ୱରୀ ସାହୁ କହିଛନ୍ତି, ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବୀରମହାରାଜପୁର କଲେଜର ଛାତ୍ରୀ ମନୀଷା ପଧାନ ମଧ୍ୟ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବସ୍‌ ସେବା ବିସ୍ତାର କରିବାକୁ ଦାବି କରିଛନ୍ତି। ଏହା ପୂରଣ କରା ନ ଗଲେ ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଓଏସ୍‌ଆର୍‌ଟିସି ସୁପରଭାଇଜର ଲିଲି ମହାନନ୍ଦଙ୍କୁ ପଚାରିବାରେ ସାହାଜଲଥା ପର୍ଯ୍ୟନ୍ତ ବସ୍‌ ସେବା ଚଳାଚଳ ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆମ ପାଖକୁ ଆସିଛି। ବିଷୟଟି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କ ନିର୍ଦ୍ଦେଶ ମିଳିଲେ ସାହାଜଲଥା ପର୍ଯ୍ୟନ୍ତ ବସ୍‌ ଚଳାଚଳ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?