Posted inଫୁରସତ

ଗଛରେ ଗଛରେ ଘର

ବିଭିନ୍ନ ଡିଜାଇନ୍‌ର ଘର ତ ଆପଣମାନେ ନିଶ୍ଚୟ ଦେଖିଥିବେ, ହେଲେ କେବେ ଭାବିଛନ୍ତି ଗଛ ଉପରେ ବି ଆକର୍ଷଣୀୟ ଘର ତିଆରି ହୋଇପାରେ। କଥାଟି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି ଗଛ ଉପରେ ତିଆରି କରାଯାଇଛି ଘର। ଜାଣିବା ସେଭଳି କିଛି ଭିନ୍ନ ଧରଣର ଘର ସମ୍ପର୍କରେ…

ଇକୋ ଫ୍ରେଣ୍ଡ୍‌ଲି ହାଉସ୍‌, ଡେନ୍‌ମାର୍କ- ଡେନ୍‌ମାର୍କରେ ରହୁଥିବା କନ୍‌ରାଡ୍‌ ଓ୍ବଜ୍‌ସିକ୍‌ ନାମକ ଜଣେ ଛାତ୍ର ଏହାକୁ ଡିଜାଇନ୍‌ କରିଥିଲେ। ଏହି ଘରଟି ଗଛରୁ ଓହଳିଥିବା ଭଳି ଦେଖାଯାଏ। ଜଣେ ବ୍ୟକ୍ତି ଚାହିଁଲେ ଏଠାରେ ଆରାମରେ ରହି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବ। ଏହି ଘର ଛାଇ ପ୍ରଦାନ କରିବା ସହ ବାହ୍ୟ ଜୀବଜନ୍ତୁଙ୍କଠାରୁ ମଧ୍ୟ ରକ୍ଷା କରିଥାଏ।

ଲେକ୍‌ ମୁସ୍କୋକା ଟ୍ରି ହାଉସ୍‌, କାନାଡ଼ା- କାନାଡ଼ାର ଆର୍କିଟେକ୍‌ ଲୁକାସଜ୍‌ ଏହାକୁ ନିର୍ମାଣ କରିଥିଲେ। ଗଛରେ ତିଆରି ଏହି ଘରଟି ଅଣ୍ଟାରିଓରେ ଥିବା ମୁସ୍କୋକା ହ୍ରଦକୂଳରେ ଅବସ୍ଥିତ। ବଡ଼ ପରିବାର ରହିଲା ଭଳି ସୁବିଧା ଏଠାରେ ରହିଛି। ପବନ ହେଲା ବେଳେ ଏହି ଘର ଦୋହଲୁ ଥିଲେ ସୁଦ୍ଧା ଏଥିରେ ଖଞ୍ଜା ଯାଇଥିବା ଶକ୍ତ ଷ୍ଟିଲ୍‌ ଯୋଗୁ ଏଠାରେ ରହିବା ନିରାପଦ।

ଏ ହ୍ୟୁମାନ୍‌ ବାର୍ଡ଼ହାଉସ୍‌, ଜାପାନ- ଏହା ଭୂମିଠାରୁ ବହୁ ଉପରେ ଅର୍ଥାତ୍‌ ଗଛର ଶୀର୍ଷଭାଗ ଆଡ଼କୁ ତିଆରି ହୋଇଥାଏ। ଆପଣ ଏଠାରେ ରହିଲେ ପକ୍ଷୀମାନେ ବସାରେ ରହିଲା ଭଳି ଅନୁଭବ କରିପାରିବେ। ଏହାର ଇଣ୍ଟେରିଅର୍‌କୁ ଗ୍ଲାସ୍‌ ଦ୍ୱାରା ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯେଉଁଠି ଥାଇ ଆପଣ ଜଙ୍ଗଲର ଦୃଶ୍ୟ ଉପଭୋଗ କରିବା ସହ ଜଙ୍ଗଲୀ ପଶୁପକ୍ଷୀଙ୍କୁ ମଧ୍ୟ ଦେଖିପାରିବେ।

ଦ ସ୍ପେସ୍‌ଶିପ୍‌ ଟ୍ରି ହାଉସ୍‌, ସ୍ବିଡେନ୍‌- କୌଣସି ସ୍ପେସ୍‌ ଏମର୍ଜେନ୍ସି ଲ୍ୟାଣ୍ଡ କଲାବେଳେ ଯେପରି ଦେଖାଯାଏ, ଏହି ହୋଟେଲଟି ମଧ୍ୟ ଦେଖିବାକୁ ଠିକ୍‌ ସେହିପରି। ଏହା ଏପରି ତିଆରି ହୋଇଛି, ଯାହାର ତଳପାର୍ଶ୍ୱରୁ ଧୂଅଁା ବାହାରୁଥିବାର ଜଣାପଡ଼େ।
ହେମ୍‌ଲଫ୍ଟ ଟ୍ରି ହାଉସ୍‌, କାନାଡ଼ା- ନିଜର ବ୍ୟସ୍ତବହୁଳ ଜୀବନରୁ ବାହାରି କିଛି ସମୟ ନିରୋଳାରେ ରିଲାକ୍ସ ରହିବାକୁ ଚାହୁଁଥିଲେ ଆପଣ ଏଠାରେ ଆସି ରହିପାରିବେ। ସମ୍ପୂର୍ଣ୍ଣ କାଠରେ ତିଆରି ହୋଇଥିବା ଏହି ଆକର୍ଷଣୀୟ ଘରେ ଜଣେ କିମ୍ବା ଅତି ବେଶିରେ ଦୁଇ ଜଣ ଆରାମରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି...

ଚର୍ଚ୍ଚିତ ପ୍ରେମ କାହାଣୀ: ନିଜ ପ୍ରେମକୁ ପାଇବା ପାଇଁ ସବୁ ଅସମ୍ଭବକୁ ବି କରିଦେଇଛନ୍ତି ସମ୍ଭବ..

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା କେବେ କାହା ସହିତ ହୋଇଯାଏ କେହି ଜାଣିପାରନ୍ତି ନାହିଁ। ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ନେଇ ଏଇ ପ୍ରେମ...

ଚମତ୍କାରୀ ପାହାଡ଼ : ଏଠାରେ ଲୁଚି ରହିଛି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌

ଭାରତରେ ଏମିତି ଏକ ପାହାଡ଼ ରହିଛି ଯେଉଁଠି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌ ଲୁଚି ରହିଛି। ଏହି ପାହାଡ଼ ହରିୟାଣାରେ ରହିଛି। ଆରାବଳୀ ପର୍ବତଶୃଙ୍ଗ ନିକଟରେ...

ହୋଲିରେ ବୁଲାବୁଲି

ପାହାଡ଼, ଝରଣା, ଘାଟି ହେଉକି ବେଳାଭୂମି ଅଥବା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଦୃଶ୍ୟ ତ ଅନେକ ଦେଖିଥିବେ। କିନ୍ତୁ ହୋଲି ଅବସରରେ ଏମିତି କିଛି ଜାଗାକୁ...

ଗାଈକୁ ବାଡ଼ାଉଥିଲେ ବ୍ୟକ୍ତି: ବାଛୁରୀ ଦେଲା ପାନେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଟୁଇଟରରେ ଏବେ ଏକ ଭିଡିଓ...

‘ଲଭ୍‌ ଇନ୍‌ ଲଣ୍ଡନ୍‌’ରେ ସ୍ବପ୍ନା

ଢେଙ୍କାନାଳ ଅଫିସ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମଡେଲିଂ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଢେଙ୍କାନାଳର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ରୁପେଲି ପରଦାରେ ଦେଖିବାକୁ ମିଳିବ।...

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ...

ପୃଥିବୀ ମୁହାଁ ୬୦ ବର୍ଷ ତଳେ ନିଖୋଜ ହୋଇଥିବା ରକେଟ

ଓ୍ବାଶିଂଟନ, ୨୬।୯: ଗତ ୬୦ ବର୍ଷ ତଳେ ୧୯୬୦ରେ ମହାକାଶରେ ନିଖୋଜ ହୋଇଯାଇଥିବା ଏକ ରକେଟ ଏବେ ପୃଥିବୀ ମୁହାଁ ହୋଇଛି। ଏନେଇ ନାସା ପକ୍ଷରୁ...

Advertisement
Archives

Model This Week