Posted inଫୁରସତ

ଗଛରେ ଗଛରେ ଘର

ବିଭିନ୍ନ ଡିଜାଇନ୍‌ର ଘର ତ ଆପଣମାନେ ନିଶ୍ଚୟ ଦେଖିଥିବେ, ହେଲେ କେବେ ଭାବିଛନ୍ତି ଗଛ ଉପରେ ବି ଆକର୍ଷଣୀୟ ଘର ତିଆରି ହୋଇପାରେ। କଥାଟି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୃଥିବୀର ଏମିତି କିଛି ସ୍ଥାନ ଅଛି, ଯେଉଁଠି ଗଛ ଉପରେ ତିଆରି କରାଯାଇଛି ଘର। ଜାଣିବା ସେଭଳି କିଛି ଭିନ୍ନ ଧରଣର ଘର ସମ୍ପର୍କରେ…

ଇକୋ ଫ୍ରେଣ୍ଡ୍‌ଲି ହାଉସ୍‌, ଡେନ୍‌ମାର୍କ- ଡେନ୍‌ମାର୍କରେ ରହୁଥିବା କନ୍‌ରାଡ୍‌ ଓ୍ବଜ୍‌ସିକ୍‌ ନାମକ ଜଣେ ଛାତ୍ର ଏହାକୁ ଡିଜାଇନ୍‌ କରିଥିଲେ। ଏହି ଘରଟି ଗଛରୁ ଓହଳିଥିବା ଭଳି ଦେଖାଯାଏ। ଜଣେ ବ୍ୟକ୍ତି ଚାହିଁଲେ ଏଠାରେ ଆରାମରେ ରହି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବ। ଏହି ଘର ଛାଇ ପ୍ରଦାନ କରିବା ସହ ବାହ୍ୟ ଜୀବଜନ୍ତୁଙ୍କଠାରୁ ମଧ୍ୟ ରକ୍ଷା କରିଥାଏ।

ଲେକ୍‌ ମୁସ୍କୋକା ଟ୍ରି ହାଉସ୍‌, କାନାଡ଼ା- କାନାଡ଼ାର ଆର୍କିଟେକ୍‌ ଲୁକାସଜ୍‌ ଏହାକୁ ନିର୍ମାଣ କରିଥିଲେ। ଗଛରେ ତିଆରି ଏହି ଘରଟି ଅଣ୍ଟାରିଓରେ ଥିବା ମୁସ୍କୋକା ହ୍ରଦକୂଳରେ ଅବସ୍ଥିତ। ବଡ଼ ପରିବାର ରହିଲା ଭଳି ସୁବିଧା ଏଠାରେ ରହିଛି। ପବନ ହେଲା ବେଳେ ଏହି ଘର ଦୋହଲୁ ଥିଲେ ସୁଦ୍ଧା ଏଥିରେ ଖଞ୍ଜା ଯାଇଥିବା ଶକ୍ତ ଷ୍ଟିଲ୍‌ ଯୋଗୁ ଏଠାରେ ରହିବା ନିରାପଦ।

ଏ ହ୍ୟୁମାନ୍‌ ବାର୍ଡ଼ହାଉସ୍‌, ଜାପାନ- ଏହା ଭୂମିଠାରୁ ବହୁ ଉପରେ ଅର୍ଥାତ୍‌ ଗଛର ଶୀର୍ଷଭାଗ ଆଡ଼କୁ ତିଆରି ହୋଇଥାଏ। ଆପଣ ଏଠାରେ ରହିଲେ ପକ୍ଷୀମାନେ ବସାରେ ରହିଲା ଭଳି ଅନୁଭବ କରିପାରିବେ। ଏହାର ଇଣ୍ଟେରିଅର୍‌କୁ ଗ୍ଲାସ୍‌ ଦ୍ୱାରା ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯେଉଁଠି ଥାଇ ଆପଣ ଜଙ୍ଗଲର ଦୃଶ୍ୟ ଉପଭୋଗ କରିବା ସହ ଜଙ୍ଗଲୀ ପଶୁପକ୍ଷୀଙ୍କୁ ମଧ୍ୟ ଦେଖିପାରିବେ।

ଦ ସ୍ପେସ୍‌ଶିପ୍‌ ଟ୍ରି ହାଉସ୍‌, ସ୍ବିଡେନ୍‌- କୌଣସି ସ୍ପେସ୍‌ ଏମର୍ଜେନ୍ସି ଲ୍ୟାଣ୍ଡ କଲାବେଳେ ଯେପରି ଦେଖାଯାଏ, ଏହି ହୋଟେଲଟି ମଧ୍ୟ ଦେଖିବାକୁ ଠିକ୍‌ ସେହିପରି। ଏହା ଏପରି ତିଆରି ହୋଇଛି, ଯାହାର ତଳପାର୍ଶ୍ୱରୁ ଧୂଅଁା ବାହାରୁଥିବାର ଜଣାପଡ଼େ।
ହେମ୍‌ଲଫ୍ଟ ଟ୍ରି ହାଉସ୍‌, କାନାଡ଼ା- ନିଜର ବ୍ୟସ୍ତବହୁଳ ଜୀବନରୁ ବାହାରି କିଛି ସମୟ ନିରୋଳାରେ ରିଲାକ୍ସ ରହିବାକୁ ଚାହୁଁଥିଲେ ଆପଣ ଏଠାରେ ଆସି ରହିପାରିବେ। ସମ୍ପୂର୍ଣ୍ଣ କାଠରେ ତିଆରି ହୋଇଥିବା ଏହି ଆକର୍ଷଣୀୟ ଘରେ ଜଣେ କିମ୍ବା ଅତି ବେଶିରେ ଦୁଇ ଜଣ ଆରାମରେ ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?