Posted inଫୁରସତ

ଅଛି କି ନଖ କାମୁଡ଼ା ଅଭ୍ୟାସ…

ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅନେକଙ୍କୁ ନଖ କାମୁଡୁଥିବା ଦେଖିବାକୁ ମିଳେ। ଏକ ଗବେଷଣା ତଥ୍ୟ ଅନୁଯାୟୀ, ଭୟରେ କିମ୍ବା ମାନସିକ ଚାପରେ ଥିବା ବେଳେ ଅନେକଙ୍କଠାରେ ନଖ କାମୁଡ଼ିବା ଅଭ୍ୟାସ ଦେଖିବାକୁ ମିଳେ। ତେବେ ଏହା ଏକ ଖରାପ ଅଭ୍ୟାସ ବୋଲି ପିଲାବେଳୁ ଶୁଣିଆସୁଥିଲେ ହେଁ ଏ ଦିଗରେ ଅଧିକାଂଶ ସଚେତନ ନ ଥାଆନ୍ତି। ଜାଣିବା ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିଥାଏ…

ବାରମ୍ବାର ହାତ ସଫା କରୁଥିଲେ କିମ୍ବା ନଖ ପରିଷ୍କାର ଧଳା ଦେଖାଯାଉଥିବା ସତ୍ତ୍ୱେ ମଧ୍ୟ ଏହାର ମୂଳରେ କେବେକେବେ ଇ- କୋଲି, ସାଲ୍‌ମୋନେଲା ଭଳି ବିଭିନ୍ନ ବ୍ୟାକ୍ଟେରିଆ ରହିଯା’ନ୍ତି। ଏମିତିରେ ନଖ କାମୁଡ଼ିବା ସମୟରେ ତାହା ପେଟକୁ ଯାଇ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍‌ ଇନ୍‌ଫେକ୍ସନ୍‌ କରାଇଥା’ନ୍ତି।

ନଖ କାମୁଡ଼ିବା ଦ୍ୱାରା ନଖମୂଳରେ ଏକ ପ୍ରକାରର ଇନ୍‌ଫେକ୍ସନ ହୋଇଥାଏ, ଯାହାକୁ ମେଡିକାଲ୍‌ ସାଇନ୍ସରେ ପାରୋନାଇଚିଆ ବୋଲି କୁହାଯାଇଥାଏ। ଯେଉଁଥିରେ ଆଙ୍ଗୁଠି ଟିପ ଲାଲ୍‌ପଡ଼ିବା, ଫୁଲିବା, ପାଚିବା ଏବଂ ପୂଯ ହେବା ଭଳି ସମସ୍ୟା ଦେଖାଦେଇଥାଏ, ଯାହାକି ଖୁବ୍‌ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ। ଏ କ୍ଷେତ୍ରରେ ଡାକ୍ତରଖାନା ଯାଇ ପୂଯ ବାହାର କରିବାକୁ ପଡ଼ିଥାଏ।

ଡେଣ୍ଟାଲ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାରମ୍ବାର ନଖ କାମୁଡ଼ିବା ଦ୍ୱାରା ଏହାର ପ୍ରଭାବ ଦାନ୍ତ ଉପରେ ମଧ୍ୟ ପଡିଥାଏ। ଏଥିପାଇଁ କେତେଜଣଙ୍କ ଦାନ୍ତର ଏନାମେଲ୍‌ ଖରାପ ହେବା ସହ କେବେକେବେ ଦାନ୍ତ ଭାଙ୍ଗିଯିବାର ବି ନଜିର ରହିଛି। ଦାନ୍ତମୂଳ ମାଢ଼ିରେ ମଧ୍ୟ ଏଥିପାଇଁ ଯନ୍ତ୍ରଣା ହୋଇଥାଏ ଏବଂ ଦାନ୍ତର ଧାଡ଼ି ବଙ୍କା ହୋଇଥାଏ।
ଏବେବି ମୋ ନଖ ଛୋଟ

ଅର୍ପିତା କର (ଅଭିନେତ୍ରୀ)- ନଖ କାମୁଡ଼ିବା ମୋର ଏମିତି ଏକ ଅଭ୍ୟାସ, ଯାହାକୁ ଛାଡ଼ିବା ବିଷୟରେ ଭାବିଲେ ଅସମ୍ଭବ ମନେହୁଏ। ଯଦିଓ ଏହା ଭଲ ନୁହେଁ ଜାଣିଥିବାରୁ ପୂର୍ବାପେକ୍ଷା ବହୁତ କମାଇଛି, ତଥାପି ସମ୍ପୂର୍ଣ୍ଣ ଛାଡ଼ିପାରିନି। ପିଲାବେଳେ ଏଥିପାଇଁ ଘରେ ଏବଂ ସ୍କୁଲ୍‌ରେ କେତେଥର ଗାଳି ବି ଖାଇଛି। ଅଭିନୟ ଦୁନିଆରେ ପାଦ ଦେବା ପରେ ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଭାବେ ଯତ୍ନ ନେବାକୁ ପଡୁଛି। ଆଉ ବଡ଼ ବଡ଼ ନଖ ବି ନିଶ୍ଚିତ ଭାବେ ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରୁଥିବାରୁ ଥରେ ଦୁଇଥର ବଡ଼ ନଖ ରଖିବାକୁ ଟ୍ରାଏ କରିଥିଲି। ହେଲେ ଅଜାଣତରେ କେବେ ସେ ବି ଦାନ୍ତରେ କଟିଗଲା ଜାଣିପାରିଲିନି। ତେଣୁ ଭାବିଲି ନଖ ରଖିବି କାହିଁକି, ନିଜେ କାମୁଡି ମନ ଦୁଃଖ କରିବି କାହିଁକି, ସେଥିପାଇଁ ଏବେବି ମୋ ନଖ ଛୋଟ। ସିରିଏଲ୍‌ରେ ହେଉ କିମ୍ବା ଅନ୍ୟ ପ୍ରୋଗ୍ରାମ୍‌ ଶୁଟିଂବେଳେ ଆବଶ୍ୟକ ହେଲେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍‌ ନେଲ୍ସ ଆଣି ଲଗାଇ କାମ ଚଳାଇ ଦେଉଛି।

ଡ୍ରିଲ୍‌ ପିରିୟଡ୍‌ ପୂର୍ବରୁ ହେଉଥିଲା ନଖ ସଫା
ପ୍ରଜ୍ଞା ରଞ୍ଜନ ଖଟୁଆ (ହାସ୍ୟ ଅଭିନେତା) – ସ୍କୁଲ୍‌ରେ ପଢ଼ିବା ବେଳେ ଶନିବାର ସକାଳୁଆ କ୍ଲାସ୍‌ ଥାଏ ଏବଂ ପ୍ରଥମେ ଥାଏ ଡ୍ରିଲ୍‌ ପିରିୟଡ୍‌। ସେଠାରେ ପିଇଟି ସାର୍‌ ସବୁ ପିଲାଙ୍କ ସଫା ଡ୍ରେସ୍‌ ଆଉ ଜୋତା ସହ ନଖ ମଧ୍ୟ ଦେଖନ୍ତି, ଯାହାର ଏସବୁ ଠିକ୍‌ ନ ଥାଏ ଗୁଡ଼ାଏ ମାଡ଼ ସାଙ୍ଗକୁ ଧାଡ଼ିରୁ ଅଲଗା ଠିଆ ହେବାର ଲଜ୍ଜା ବି ଭୋଗିବାକୁ ପଡ଼େ। ଯେହେତୁ ନଖ କାଟିବାକୁ ମୋର ଆଦୌ ମନେପଡ଼େନି, ତେଣୁ ଡ୍ରିଲ୍‌ ପିରିୟଡ୍‌ ପୂର୍ବରୁ କାମୁଡ଼ିକି ନଖସବୁ ସଫା କରିଦିଏ। ତଥାପି ସାର୍‌ ଜାଣିଲେ ମାଡ଼ ବର୍ଷା ହେବା ଡରରେ ଧରା ନ ପଡ଼ିବା ଲାଗି ଅଲଗା ପ୍ରକାରର ବୁଦ୍ଧି ଖଟେଇବାକୁ ପଡ଼େ। କାମୁଡ଼ି କାଟିଥିବା ନଖକୁ ସ୍କୁଲ୍‌ ଭିତରେ ଥିବା ଟ୍ୟୁବ୍‌ଓ୍ବେଲ୍‌ ହ୍ୟାଣ୍ଡେଲ୍‌ରେ ଘଷି ଘଷି ଫାଇଲ୍‌ କରେ। କେବଳ ମୁଁ ନୁହେଁ, କେତେଜଣ ସାଙ୍ଗ ବି ଏହି ଭଳି କରନ୍ତି। ଗୋଟିଏ ଟ୍ୟୁବ୍‌ଓ୍ବେଲ୍‌ ପାଖେ କେବେ କେବେ ନଖ ଘଷିବାକୁ ଏତେଜଣ ଠିଆ ହେଉ ଯେ, ଜଣଙ୍କ ପରେ ଆଉ ଜଣେ କରିବାକୁ ନେଇ ଛୋଟ ଛୋଟ ଝଗଡ଼ା ବି ଲାଗିଯାଏ। ତେବେ ପିଲାବେଳର ଏହି ଅନୁଭୂତି ମନେପଡ଼ିଲେ ଏବେବି ଖୁବ୍‌ ହସ ଲାଗେ।

ଭୟରେ ଅଜାଣତରେ କାମୁଡିଦିଏ ନଖ -ଜୟଶ୍ରୀ ନାୟକ
(କର୍ମଜୀବୀ, ଭୁବନେଶ୍ୱର)-କେତେକ ପରିସ୍ଥିତି କିମ୍ବା ଜିନିଷକୁ ନେଇ ମୋର ଫୋବିଆ ରହିଛି। ଯେମିତି ଅନ୍ଧାରରେ ଭୁତ ଭୟ। ଏମିତିକି ହରର୍‌ ଫିଲ୍ମ ଦେଖିଲେ ବି ମୋତେ ଛାନିଆ ଲାଗେ। ଘରଠାରୁ ଦୂରରେ ଜବ୍‌ କରୁଥିବାରୁ ସାଙ୍ଗମାନଙ୍କ ସହ ହଷ୍ଟେଲ୍‌ରେ ରହୁଛି। ସାଙ୍ଗମାନେ କେବେ କେବେ ରାତିରେ ଲାପ୍‌ଟପ୍‌ରେ ହରର୍‌ ଫିଲ୍ମ ଦେଖିଲା ବେଳେ ଡରରେ ମୋର ଅବସ୍ଥା ଖରାପ ହୋଇଯାଏ। ଆଉ ଏମିତିରେ କେତେବେଳେ ନିଜ ନଖ କାମୁଡି ଛିଣ୍ଡାଇ ଦିଏ ଜାଣି ପାରେନି। ଏଥିପାଇଁ ସାଙ୍ଗମାନେ ଅନେକ ସମୟରେ ଖୁବ୍‌ ଥଟା ମଧ୍ୟ କରନ୍ତି। ବାରମ୍ବାର ଭାବୁଛି ଆଉ ଏପରି କରିବିନି ହେଲେ ଡର ଲାଗିଲେ କେତେବେଳେ ଯେ ପାଟି ଭିତରକୁ ଆଙ୍ଗୁଠି ଚାଲିଯାଉଛି ଜାଣିପାରୁନି। ଇଛା ଥିଲେ ବି ଆଦୌ ଏହି ଅଭ୍ୟାସ ପରିବର୍ତ୍ତନ କରିପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri