ଆଜି ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକରେ ଭୋଟ

କେନ୍ଦ୍ରାପଡ଼ା ଅଫିସ, ୨୦।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ ହେବ । ୨୦୧୭ ନିର୍ବାଚନରେ ରାଜନଗର ବ୍ଲକର ୩ ଜୋନ୍‌ ଓ ପଟ୍ଟାମୁଣ୍ଡାଇ ବ୍ଲକର ୨ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ୧୫ ଓ ୧୬ ନଂ. ଜୋନ୍‌ରେ ଭାଜପା ସପକ୍ଷରେ ଭୋଟ ଯାଇଥିଲା । କଂଗ୍ରେସ ଏହି ଦୁଇ ବ୍ଲକରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲା । ତେବେ ଚଳିତ ନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ସମ୍ମାନ ରକ୍ଷା ପାଇଁ ମୁହଁାମୁହିଁ ହୋଇଛନ୍ତି । ଗତ ଦୁଇ ପର୍ଯ୍ୟାୟ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇଥିବାରୁ ପ୍ରତିକାର ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାଜନଗର ବ୍ଲକ ଅଞ୍ଚଳର ୩ ଜିଲା ପରିଷଦ ଜୋନ୍‌ ଅଞ୍ଚଳରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧୩୦୬୬୩ । ୩୫୮ ବୁଥ୍‌ରୁ ୨୦୧ ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି । ଏଥିସହିତ ବ୍ଲକର ୫ଟି ସ୍ଥାନରେ ଅସ୍ଥାୟୀ ବୁଥ୍‌ ନିର୍ମାଣ ହୋଇଛି । ଏହି ବ୍ଲକର ୩୦ନଂ. ଜୋନ୍‌ରେ ଭାଜପାରୁ ପ୍ରମୋଦ କୁମାର ଦାସ, ସ୍ବାଧୀନ ପ୍ରାର୍ଥୀ ସମୀର କୁମାର ବାଇ, କଂଗ୍ରେସରୁ ସହଦେବ ସାହୁ ଓ ବିଜେଡିରୁ ସୁରେନ୍ଦ୍ର ପ୍ରସାଦ ରାଉତ ପ୍ରାର୍ଥୀ ହୋଇଛନ୍ତି । ୩୧ ନଂ. ଜୋନ୍‌ରେ ବିଜେଡିରୁ ଅଶୋକ କୁମାର ପ୍ରତିହାରୀ, ସ୍ବାଧୀନ ପ୍ରାର୍ଥୀ ଦିବାକର ମଲ୍ଲିକ, ଭାଜପାରୁ ରାଜୀବଲୋଚନ ନାୟକ ଓ କଂଗ୍ରେସରୁ ସନ୍ତୋଷ କୁମାର ମହାନ୍ତି ଜିଲା ପରିଷଦ ସଭ୍ୟ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୩୨ନଂ. ଜୋନ୍‌ରେ ଭାଜପାରୁ ଆରତି ହଁାସଦା, ବିଜେଡିରୁ ଖୁକୁମିନା କୁଅଁର ଓ କଂଗ୍ରେସରୁ ରତି ଦଳାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।

ସେହିପରି ତୃତୀୟ ପର୍ଯ୍ୟାୟରେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୪୨୨ ବୁଥ୍‌ରେ ୧୪୨୬୦୦ ଭୋଟର ମତଦାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ୧୬୫ ବୁଥ୍‌ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି । ବ୍ଲକର ୧୫ ନଂ. ଜୋନ୍‌ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ଏଠାରୁ କଂଗ୍ରେସରୁ ପୁଷ୍ପଲତା ଜେନା, ବିଜେଡିରୁ ପ୍ରିୟଦର୍ଶନୀ ତରାଇ ଓ ଭାଜପାରୁ ବିଜୟଲକ୍ଷ୍ମୀ ମଳିକ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ସେହିପରି ୧୬ ନଂ. ଜୋନ୍‌ରେ କଂଗ୍ରେସରୁ କଳାକାର ସେଠୀ, ବିଜେଡିରୁ ଜ୍ୟୋତିର୍ମୟୀ ବେହେରା, ସ୍ବାଧୀନ ପ୍ରାର୍ଥୀ ନଗେନ୍ଦ୍ର ଜେନା ଓ ଭାଜପାରୁ ସଂଗ୍ରାମକେଶରୀ ସେଠୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବ୍ଲକର ୧୭ ନଂ. ଜୋନ୍‌ରେ କଂଗ୍ରେସରୁ ଅଜୟ କୁମାର ବାୟୀ, ଭାଜପାରୁ ଜ୍ୟୋତିପ୍ରକାଶ ପ୍ରଧାନ, ସିପିଆଇ (ଏମ୍‌)ରୁ ଭୀମସେନ ବେହେରା, ସ୍ବାଧୀନ ପ୍ରାର୍ଥୀ ରମେଶ ଚନ୍ଦ୍ର ଦାସ, ବିଜେଡିିରୁ ରଞ୍ଜନ ବିଶ୍ୱାଳ ଓ ଏଏପିରୁ ସରୋଜ କୁମାର ନାଥ ନିର୍ବାଚନ ମଇଦାନରେ ଅଛନ୍ତି । ଏଥିସହିତ ୧୮ ନଂ. ଜୋନ୍‌ରେ କଂଗ୍ରେସରୁ ବୈଦେହୀ ସେଠୀ, ବିଜେଡିରୁ ରଶ୍ମି ମଲ୍ଲିକ ଓ ଭାଜପାରୁ ମମି ମଲ୍ଲିକ ପ୍ରାର୍ଥୀ ଅଛନ୍ତି।

ଉପରୋକ୍ତ ଦୁଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ, ଗମନାଗମନ ପାଇଁ ରାସ୍ତା ଓ ସେତୁଠାରୁ ଆରମ୍ଭ କରି କ୍ଷେତକୁ ଜଳ ପରିଚାଳନା ପ୍ରମୁଖ ସମସ୍ୟା ରହିଛି। କୃଷିଭିତ୍ତିକ ରାଜନଗର ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଗୋଟିଏ ଇଞ୍ଚ ମଧ୍ୟ କେନାଲ ଜଳସେଚନ ବ୍ୟବସ୍ଥା ନାହିଁ। ପ୍ରାର୍ଥୀମାନେ ଏହାକୁ ନିର୍ବାଚନୀ ଆୟୁଧ କରିଛନ୍ତି। ଏହି ଦୁଇ ବ୍ଲକରେ ବିଜେଡି ପାଇଁ ଦଳୀୟ ଅନ୍ତଃକନ୍ଦଳ ସହିତ ଆଞ୍ଚଳିକ ସମସ୍ୟା ଗୁରୁତର ରୂପ ନେଇଛି। ଏହାର ଫାଇଦା ବିରୋଧୀ ଭାଜପା ଓ କଂଗ୍ରେସ ନେବ ବୋଲି ଆଲୋଚନା ହେଉଛି। ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିବା ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ଜହ୍ନାପଙ୍କ, ୬।୬ (ଡି.ଏନ.ଏ): ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ. ୫୭ର ଜହ୍ନାପଙ୍କ ଫାଣ୍ଡି ନିକଟରେ ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ଏକ କାର (ନଂ.ଓଡି୧୭ଏଚ/୬୬୭୭)...

ନିଆରା ପରମ୍ପରା: ବିଜୟାଦଶମୀରେ ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୮। ୧୦(ସ୍ବ.ପ୍ର.)- ରାଜରାଜୁଡା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଏବଂ ରାଜ୍ୟର ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ...

ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୩।୭: ଶନିବାର ହେଉଛି ମହାପ୍ରଭୁଙ୍କର ପବିତ୍ର ସୁନାବେଶ। ମହଣ ମହଣ ସ୍ବର୍ଣ୍ଣାଳଙ୍କାରରେ ସଜ୍ଜିତ ହୋଇ ଶ୍ରୀଜୀଉମାନେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ।...

ସୁନାବେଶ ନୀତିରେ ୫ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୯।୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ନୀତିକାନ୍ତିରେ ଗୁରୁବାର ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ...

ଭାଜପାରେ ମିଶିଲେ ଏକାମ୍ରର ଏକାଧିକ ଯୁବନେତା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏବଂ ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନମଣ୍ଡଳୀର ବହୁ...

ମହଙ୍ଗା ପଡ଼ିଲା ମିଥ୍ୟା ବିଲ୍‌ କରିବା: ୩ ସରକାରୀ କର୍ମଚାରୀ ଭରିବେ ଟଙ୍କା

ନୟାଗଡ଼ ଅଫିସ, ୪ା୮: ମିଥ୍ୟା ବିଲ୍‌ କରିବା ୩ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କଠାରୁ ୩ମାସ ଭିତରେ ୬୬ ହଜାର ୫୫୦ ଟଙ୍କା...

ଆଜି ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ଅଫିସ,୨୫।୫ : ଶ୍ରୀମନ୍ଦିରରେ ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥି ଅବସରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିଲାଗି ଅପରାହ୍ନ ୪ଟାରୁ...

ରାଜ୍ୟସ୍ତରୀୟ ଜୟପ୍ରକାଶ ନାରାୟଣ ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ: ଯୁବ ସମାଜ ପାଇଁ ସଂଗ୍ରାମୀଙ୍କ ଇତିହାସ ହିଁ ଆଦର୍ଶ

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ସଂଗ୍ରାମୀ ଇତିହାସ ଛାତ୍ର ଓ ଯୁବସମାଜ ପାଇଁ ଆଦର୍ଶ। ଇଂରେଜ ସୈନିକଙ୍କ ଗୁଳିଗୋଳାକୁ...

Advertisement
Archives

Model This Week