ଆଜି ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକରେ ଭୋଟ

କେନ୍ଦ୍ରାପଡ଼ା ଅଫିସ, ୨୦।୨: କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଭୋଟ ଗ୍ରହଣ ହେବ । ୨୦୧୭ ନିର୍ବାଚନରେ ରାଜନଗର ବ୍ଲକର ୩ ଜୋନ୍‌ ଓ ପଟ୍ଟାମୁଣ୍ଡାଇ ବ୍ଲକର ୨ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ୧୫ ଓ ୧୬ ନଂ. ଜୋନ୍‌ରେ ଭାଜପା ସପକ୍ଷରେ ଭୋଟ ଯାଇଥିଲା । କଂଗ୍ରେସ ଏହି ଦୁଇ ବ୍ଲକରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲା । ତେବେ ଚଳିତ ନିର୍ବାଚନରେ ୩ ପ୍ରମୁଖ ରାଜନୈତିକ ଦଳ ସମ୍ମାନ ରକ୍ଷା ପାଇଁ ମୁହଁାମୁହିଁ ହୋଇଛନ୍ତି । ଗତ ଦୁଇ ପର୍ଯ୍ୟାୟ ନିର୍ବାଚନରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇଥିବାରୁ ପ୍ରତିକାର ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାଜନଗର ବ୍ଲକ ଅଞ୍ଚଳର ୩ ଜିଲା ପରିଷଦ ଜୋନ୍‌ ଅଞ୍ଚଳରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧୩୦୬୬୩ । ୩୫୮ ବୁଥ୍‌ରୁ ୨୦୧ ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି । ଏଥିସହିତ ବ୍ଲକର ୫ଟି ସ୍ଥାନରେ ଅସ୍ଥାୟୀ ବୁଥ୍‌ ନିର୍ମାଣ ହୋଇଛି । ଏହି ବ୍ଲକର ୩୦ନଂ. ଜୋନ୍‌ରେ ଭାଜପାରୁ ପ୍ରମୋଦ କୁମାର ଦାସ, ସ୍ବାଧୀନ ପ୍ରାର୍ଥୀ ସମୀର କୁମାର ବାଇ, କଂଗ୍ରେସରୁ ସହଦେବ ସାହୁ ଓ ବିଜେଡିରୁ ସୁରେନ୍ଦ୍ର ପ୍ରସାଦ ରାଉତ ପ୍ରାର୍ଥୀ ହୋଇଛନ୍ତି । ୩୧ ନଂ. ଜୋନ୍‌ରେ ବିଜେଡିରୁ ଅଶୋକ କୁମାର ପ୍ରତିହାରୀ, ସ୍ବାଧୀନ ପ୍ରାର୍ଥୀ ଦିବାକର ମଲ୍ଲିକ, ଭାଜପାରୁ ରାଜୀବଲୋଚନ ନାୟକ ଓ କଂଗ୍ରେସରୁ ସନ୍ତୋଷ କୁମାର ମହାନ୍ତି ଜିଲା ପରିଷଦ ସଭ୍ୟ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୩୨ନଂ. ଜୋନ୍‌ରେ ଭାଜପାରୁ ଆରତି ହଁାସଦା, ବିଜେଡିରୁ ଖୁକୁମିନା କୁଅଁର ଓ କଂଗ୍ରେସରୁ ରତି ଦଳାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।

ସେହିପରି ତୃତୀୟ ପର୍ଯ୍ୟାୟରେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୪୨୨ ବୁଥ୍‌ରେ ୧୪୨୬୦୦ ଭୋଟର ମତଦାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ୧୬୫ ବୁଥ୍‌ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି । ବ୍ଲକର ୧୫ ନଂ. ଜୋନ୍‌ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ଏଠାରୁ କଂଗ୍ରେସରୁ ପୁଷ୍ପଲତା ଜେନା, ବିଜେଡିରୁ ପ୍ରିୟଦର୍ଶନୀ ତରାଇ ଓ ଭାଜପାରୁ ବିଜୟଲକ୍ଷ୍ମୀ ମଳିକ ଜିଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ସେହିପରି ୧୬ ନଂ. ଜୋନ୍‌ରେ କଂଗ୍ରେସରୁ କଳାକାର ସେଠୀ, ବିଜେଡିରୁ ଜ୍ୟୋତିର୍ମୟୀ ବେହେରା, ସ୍ବାଧୀନ ପ୍ରାର୍ଥୀ ନଗେନ୍ଦ୍ର ଜେନା ଓ ଭାଜପାରୁ ସଂଗ୍ରାମକେଶରୀ ସେଠୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବ୍ଲକର ୧୭ ନଂ. ଜୋନ୍‌ରେ କଂଗ୍ରେସରୁ ଅଜୟ କୁମାର ବାୟୀ, ଭାଜପାରୁ ଜ୍ୟୋତିପ୍ରକାଶ ପ୍ରଧାନ, ସିପିଆଇ (ଏମ୍‌)ରୁ ଭୀମସେନ ବେହେରା, ସ୍ବାଧୀନ ପ୍ରାର୍ଥୀ ରମେଶ ଚନ୍ଦ୍ର ଦାସ, ବିଜେଡିିରୁ ରଞ୍ଜନ ବିଶ୍ୱାଳ ଓ ଏଏପିରୁ ସରୋଜ କୁମାର ନାଥ ନିର୍ବାଚନ ମଇଦାନରେ ଅଛନ୍ତି । ଏଥିସହିତ ୧୮ ନଂ. ଜୋନ୍‌ରେ କଂଗ୍ରେସରୁ ବୈଦେହୀ ସେଠୀ, ବିଜେଡିରୁ ରଶ୍ମି ମଲ୍ଲିକ ଓ ଭାଜପାରୁ ମମି ମଲ୍ଲିକ ପ୍ରାର୍ଥୀ ଅଛନ୍ତି।

ଉପରୋକ୍ତ ଦୁଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ, ଗମନାଗମନ ପାଇଁ ରାସ୍ତା ଓ ସେତୁଠାରୁ ଆରମ୍ଭ କରି କ୍ଷେତକୁ ଜଳ ପରିଚାଳନା ପ୍ରମୁଖ ସମସ୍ୟା ରହିଛି। କୃଷିଭିତ୍ତିକ ରାଜନଗର ବ୍ଲକ ଅଞ୍ଚଳରେ ଅଦ୍ୟାବଧି ଗୋଟିଏ ଇଞ୍ଚ ମଧ୍ୟ କେନାଲ ଜଳସେଚନ ବ୍ୟବସ୍ଥା ନାହିଁ। ପ୍ରାର୍ଥୀମାନେ ଏହାକୁ ନିର୍ବାଚନୀ ଆୟୁଧ କରିଛନ୍ତି। ଏହି ଦୁଇ ବ୍ଲକରେ ବିଜେଡି ପାଇଁ ଦଳୀୟ ଅନ୍ତଃକନ୍ଦଳ ସହିତ ଆଞ୍ଚଳିକ ସମସ୍ୟା ଗୁରୁତର ରୂପ ନେଇଛି। ଏହାର ଫାଇଦା ବିରୋଧୀ ଭାଜପା ଓ କଂଗ୍ରେସ ନେବ ବୋଲି ଆଲୋଚନା ହେଉଛି। ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚତ୍ ଥିବା ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?