ରୋଷଘର ଚଟାଣରେ ଲାଗିଲାନି ନୂଆ ପଥର

ପୁରୀ ଅଫିସ,୧୨।୭:ଶ୍ରୀମନ୍ଦିର ମରାମତି ଓ ରୋଷଘର ନୂଆ ଚଟାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ନିର୍ଦ୍ଧାରିତ କାମ ସରି ନ ଥିବାବେଳେ ମଙ୍ଗଳବାର ନୀଳାଦ୍ରି ବିଜେ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଦାୟିତ୍ୱ ହସ୍ତାନ୍ତର କରିଛି। ସୋମବାର ଶେଷଦିନରେ ଗର୍ଭଗୃହ କାର୍ଯ୍ୟ କରାଯାଇଥିଲା। ଦୀପ ଯୋଗୁ ଗର୍ଭଗୃହରେ ହୋଇଥିବା କଳାଦାଗକୁ ଛଡ଼ାଇ ଦିଆଯାଇଛି। ସେହିଭଳି ମଏଶ୍ଚର ଟେଷ୍ଟିଂ, କେମିକାଲ୍‌ ୱାଶିଂ ଓ ସେନ୍ସର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯାଇଛି। କାନ୍ଥରେ ହେଉଥିବା ଫାଟର ମାତ୍ରାକୁ ଯାଞ୍ଚ କରିବା ଲାଗି ଚେନ୍ନାଇ ଆଇଆଇଟି ପକ୍ଷରୁ ଲଗାଯାଇଥିବା ସେନ୍ସର କାର୍ଯ୍ୟଦକ୍ଷତାକୁ ଏଏସ୍‌ଆଇ ଯାଞ୍ଚ କରିଛି। ସେହିଭଳି ଭୋଗମଣ୍ଡପର ଚଟାଣ ମରାମତି କରାଯାଇଛି। ଅନେକ ଖାଲଢିପକୁ ସମାନ କରାଯାଇଛି। ତେବେ ନାଟମଣ୍ଡପରେ ହୋଇଥିବା ଫାଟ ମରାମତି କରାଯାଇନାହିଁ। କିଛି ସ୍ଥାନରେ ଷ୍ଟେନଲେସ୍‌ ଫ୍ରେମ୍‌ ଲଗାଯାଇଥିବା ଏଏସ୍‌ଆଇ ପୁରୀ ସର୍କଲ ପକ୍ଷରୁ ସୂଚନା ମିଳିଛି। ସେହିପରି ରୋଷଘର ଚଟାଣକୁ ବଦଳାଇ ନୂଆ ଖଣ୍ଡେଲାଇଟ ପଥର ଲଗାଇବା ପାଇଁ ଯୋଜନା ହୋଇଥିଲା। ମାତ୍ର ସମୟ ଅଭାବରୁ ସମ୍ପୃକ୍ତ କାର୍ଯ୍ୟ ହୋଇପାରିନାହିଁ। କେବଳ ରୋଷଘର ଅଗଣାର ୫୦ ପ୍ରତିଶତ ଚଟାଣକୁ ବଦଳାଇ ଦିଆଯାଇଛି। ସେହିଭଳି ସିସିଟିଭି ଲଗାଇବା ନେଇ କରାଯାଇଥିବା ଆବେଦନକୁ ଏପର୍ଯ୍ୟନ୍ତ ସରକାରୀ ମଞ୍ଜୁରୀ ମିଳିନି ଓ ତାହା ଚଳିତ ବର୍ଷ ରଥଯାତ୍ରା ସମୟରେ ଲଗାଯିବା ନେଇ ଯୋଜନା ନ ଥିଲା ବୋଲି ସୂଚନା ମିଳିଛି। ପୁରୀ ଏଏସ୍‌ଆଇ ସର୍କଲ ପକ୍ଷରୁ କୁହାଯାଇଛି ଯେ, ସୀମିତ ସମୟରେ ଯାହା କାର୍ଯ୍ୟ ହୋଇପାରିଲା ତାହା କରାଯାଇଛି। ତେବେ ରୋଷଘର ନୂଆ ପଥର ପକାଇବା କାମ ଶେଷ ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନକୁ ଏସମ୍ପର୍କରେ ଅବଗତ କରାଯାଇଛି। କୌଣସି ସମୟରେ ଅତିରିକ୍ତ ସମୟ ଦେଲେ ମରାମତି କାର୍ଯ୍ୟ କରି ନୂଆ ପଥର ଲଗାଯିବ ବୋଲି ସ୍ପଷ୍ଟ କରାଯାଇଛି। ସେହିଭଳି ରାଜ୍ୟ ସରକାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଏଏସ୍‌ଆଇ ଜଣାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ସୀମିତ ସମୟ ମଧ୍ୟରେ ଏଏସ୍‌ଆଇ ରୋଷଘର ଓ ଗର୍ଭଗୃହ କାର୍ଯ୍ୟ କରିଛି। ତେବେ ରୋଷଘର କାର୍ଯ୍ୟ ଯାହା ହୋଇପାରିନାହିଁ, ତାହା ଆଉ ଆସନ୍ତା ରଥଯାତ୍ରା ପୂର୍ବରୁ କରାଯାଇ ପାରିବ ନାହିଁ। ରୋଷଘର ଭିତରକୁ ପ୍ରବେଶ କରିବା ପ୍ରାବଧାନ ନ ଥିବାରୁ ବଳକା କାମ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ପାଖରେ ଥିବାରୁ ପ୍ରତିବର୍ଷ ଘୋଷଯାତ୍ରା ସମେତ ନୀଳାଦ୍ରି ବିଜେ ପୂର୍ବଦିନ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ କାମ କରାଯାଇଥାଏ। ମହାପ୍ରଭୁ ରତ୍ନବେଦୀରେ ନ ଥିବାରୁ ନାଟମଣ୍ଡପ, ଭୋଗମଣ୍ଡପ ଓ ଗର୍ଭଗୃହ ଇତ୍ୟାଦିର ସ୍ଥିତି ଯାଞ୍ଚ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?