ଚଢ଼ାଉରୁ ବର୍ତ୍ତିବା ପାଇଁ ‘କିଲ୍‌ ସ୍ବିଚ୍‌’

ସାନ୍‌ ଫ୍ରାନ୍ସିସ୍‌କୋ/ନୂଆଦିଲ୍ଲୀ, ୧୨ା୭ : ବିଭିନ୍ନ ଦେଶରେ କ୍ୟାବ୍‌ ସର୍ଭିସ୍‌ ଦେଉଥିବା କମ୍ପାନୀ ଉବର ବିରୋଧରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ସିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ଏବଂ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ‘ଉବର ଫାଇଲ୍ସ’ ନାମରେ ଅନେକ ଗୁପ୍ତ ତଥ୍ୟ ପ୍ରଘଟ କରିଛି। ଉବର କିପରି ନିଜ କାରବାର ବଢ଼ାଇବା ପାଇଁ ନିୟମ ଉଲଂଘନ କରିଛି ଏବଂ ବିଭିନ୍ନ ସରକାର ତଥା ରାଜନେତାଙ୍କ ସହଯୋଗରେ ନିଜ ହିସାବରେ ଆଇନକୁ ମୋଡ଼ି ଫାଇଦା ଉଠାଇଛି ତାହା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି କମ୍ପାନୀ ଟିକସ ଫାଙ୍କିବା ଏବଂ ଚଢ଼ାଉରୁ ବର୍ତ୍ତିବା ପାଇଁ ସ୍ବତନ୍ତ୍ର ଟେକ୍ନୋଲୋଜି ବ୍ୟବହାର କରିଛି। ପ୍ରାୟ ୧ଲକ୍ଷ ୨୦ ହଜାରୁ ଊର୍ଦ୍ଧ୍ୱ ମେଲ୍‌, ଟେକ୍ସଟ୍‌ ମେସେଜ୍‌ ଏବଂ ଅନ୍ୟ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟର ଯାଞ୍ଚ ପରେ ଉବର କେଳେଙ୍କାରୀ ଉପରୁ ପରଦା ଉଠିଛି। ବ୍ରିଟିଶ୍‌ ଖବରକାଗଜ ଦ ଗାର୍ଡିଅନ୍‌ରେ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି।
୨୦୦୯ରେ ଆରମ୍ଭ ହୋଇଥିବା ଉବର ଟ୍ୟାକ୍ସି ରେଗୁଲେଶନ୍‌ ବା ନିୟମ କୋହଳ ପାଇଁ ଦାବି କରିବା ସହ ଏକ ଆପ୍ଲିକେଶନ୍‌ ମାଧ୍ୟମରେ ଶସ୍ତାରେ ଲୋକଙ୍କୁ ନେବା ଆଣିବା ପାଇଁ ଅଫର୍‌ ଦେଇଥିଲା। ଏହାପରେ କମ୍ପାନୀ ୪୦ରୁ ଊର୍ଦ୍ଧ୍ୱ ଦେଶରେ ବ୍ୟବସାୟ ବଢ଼ାଇ ନିଜକୁ ପ୍ରତିଷ୍ଠିତ କରିପାରିଛି। ରିପୋର୍ଟ ଅନୁସାରେ, ଉବର କାରବାର ବୃଦ୍ଧି ପାଇଁ ଅନେକ ବେଆଇନ ପନ୍ଥା ଆପଣାଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ହେଉଥିବା ଚଢ଼ାଉରୁ ବର୍ତ୍ତିବା ପାଇଁ ଉବର ଏକ ସ୍ବତନ୍ତ୍ର ସଫ୍ଟଓ୍ବେର୍‌ ‘କିଲ୍‌ ସ୍ବିଚ୍‌’ର ସାହାଯ୍ୟ ନେଇଛି। ଏହି କ୍ୟାବ୍‌ ସର୍ଭିସ୍‌ ପ୍ରଦାନକାରୀ କମ୍ପାନୀ କାରବାର ଚଳାଉଥିବା ସବୁ ଦେଶରେ ଏହି ସଫ୍ଟଓ୍ବେରର ବ୍ୟବହାର କରିଛି। କିଲ୍‌ ସ୍ବିଚ୍‌ ଟେକ୍‌ନୋଲୋଜି ମାଧ୍ୟମରେ କମ୍ପାନୀକୁ ଚଢ଼ାଉ ପୂର୍ବରୁ ସୂଚନା ମିଳିଥାଏ। ଏହାର ଆଇଟି ଷ୍ଟାଫ୍‌ ଆଲର୍ଟ ହୋଇଯିବାପରେ କମ୍ପାନୀର ଇଣ୍ଟରନାଲ ସଫ୍ଟଓ୍ବେର୍‌ ସଙ୍ଗେସଙ୍ଗେ ବନ୍ଦ ହୋଇଯାଏ। ଫଳରେ ଆୟକର ଅଧିକାରୀ କିମ୍ବା ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଉବର ଡାଟା ହାସଲ କରିପାରି ନ ଥାନ୍ତି। ଭାରତରେ ମଧ୍ୟ ଉବର କମ୍ପାନୀ ଉପରେ ଏକାଧିକ ଥର ଚଢ଼ାଉ ହୋଇଛି।
୨୦୧୪ ଡିସେମ୍ବରରେ ଉବରର ଜଣେ ଡ୍ରାଇଭର ଦିଲ୍ଲୀରେ ଜଣେ ୨୫ ବର୍ଷୀୟ ମହିଳା ଯାତ୍ରୀଙ୍କୁ ବଳାତ୍କାର କରିଥିଲେ। ଏହି ଘଟଣା ପରେ ଦିଲ୍ଲୀ ସରକାର କମ୍ପାନୀକୁ ତାଗିଦ୍‌ କରିଥିଲେ। କିନ୍ତୁ ତଦନ୍ତରେ ସବୁ ଦୋଷ ଡ୍ରାଇଭର ଏବଂ ତାଙ୍କୁ ଦିଆଯାଇଥିବା ଲାଇସେନ୍ସ ବ୍ୟବସ୍ଥାକୁ ଦାୟୀ କରାଯାଇଥିଲା। ଏହାପରେ କମ୍ପାନୀ ନିଜ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ କରିବାକୁ ଚେଷ୍ଟା କରିଥିଲା। ଏହି ଘଟଣାର ୬ ଦିନ ପରେ ଉବରର ଜଣେ କର୍ମଚାରୀ କରିଥିବା ଇମେଲ୍‌ ବାବଦରେ ମଧ୍ୟ ଜଣାପଡ଼ିଛି। ଏଥିରେ ସେ ଲେଖିଥିଲେ ସବୁକିଛି ଆମ ନିୟନ୍ତ୍ରଣରେ ନାହିଁ। କେତେକ ସମୟରେ ଏଭଳି ପରିସ୍ଥିତି ଆସେ, ଯେଉଁଠାରେ ନିୟମ ଭାଙ୍ଗିବାକୁ ପଡ଼େ। ଏହାପରେ କମ୍ପାନୀ କ୍ୟାବ୍‌ଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ପ୍ୟାନିକ୍‌ ବଟନ୍‌ ଆଣିବା ପାଇଁ କହିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଲିକ୍‌ ତଥ୍ୟରୁ ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ, କମ୍ପାନୀକୁ ଅନେକ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ମଧ୍ୟ ସହଯୋଗ ମିଳିଛି। କେତେକ ସରକାର ଉବର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଲବି କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ ଓ କମ୍ପାନୀର ଜଣେ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ଲିକ୍‌ ହୋଇଛି। ମାକ୍ରଁନ୍‌ ଉବରକୁ ଅନେକ ଉପାୟରେ ସାହାଯ୍ୟ କରିଥିବା ରିପୋର୍ଟରେ କୁହାଯାଇଛି। ଏହା ଉପରେ ଉବର କହିଛି, ପୂର୍ବରୁ କେତେକ ତ୍ରୁଟି ହୋଇଥିଲା। କିନ୍ତୁ ଏବେ ସେସବୁରେ ସୁଧାର ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri