ନୂଆ ବସ୍‌ଷ୍ଟାଣ୍ଡରେ ରହୁନାହିଁ ବସ୍‌

ଆଳି,୨୮ା୪(ବନମାଳୀ ସେନାପତି)ଦୀର୍ଘ ଦଶନ୍ଧି ଧରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଆଳିରୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ କଟକ ଭୁବନେଶ୍ୱର ଯାତାୟାତ କରୁଛି। ବସ୍‌ରେ ଯିବା ନିମନ୍ତେ ଯାତ୍ରୀମାନେ ଆଳି ଅନ୍ନପୂର୍ଣ୍ଣା ପଡ଼ିଆ ସମେତ ବିଭିନ୍ନ ଛକରେ ବସ୍‌କୁ ଅପେକ୍ଷା କରିଥାନ୍ତି। ବସ୍‌ଗୁଡ଼ିକ ରାଜ୍ୟ ରାଜପଥ ଉପରେ ଠିଆ ହୋଇ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ନେବା ଆଣିବା କରିଥାନ୍ତି। ଯାତ୍ରୀମାନେ ଯେଉଁଠି ବସ୍‌ ଚଢିଥାନ୍ତି ସେଠାରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଖରା,ବର୍ଷା ଓ ଶୀତରେ ବହୁ କଷ୍ଟରେ ଯାତାୟାତ କରିଥାନ୍ତି। ଏହାକୁ ଲକ୍ଷ୍ୟ କରି ଆଳିର କେତେଜଣ ବୁଦ୍ଧିଜୀବୀ ସ୍ଥାନୀୟ ଅଞ୍ଚଳରେଏକ ସ୍ଥାୟୀ ବସ୍‌ଷ୍ଟାଣ୍ଡ, ଯାତ୍ରୀ ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଦାବି କରିଆସୁଥିଲେ । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ଗୌଡ଼ପାଟଣା ନିକଟରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ସହିତ ଯାତ୍ରୀମାନଙ୍କ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ପୁରୁଷ ଓ ମହିଳା ଯାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ସମେତ ସ୍ବଚ୍ଛ ପାନୀୟ ଜଳ ଓ ବସ୍‌କୁ ଅପେକ୍ଷା କରିବା ନିମନ୍ତେ ଅପେକ୍ଷାସ୍ଥଳୀ ନିର୍ମାଣ କରାଯାଇଛି। ହେଲେ ଏ ସବୁ ସୁବିଧା ଯାତ୍ରୀମାନଙ୍କ କାମରେ ଲାଗୁନି ।

ଆଳିରୁ ଜିଲା ବାହାରକୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ବସ୍‌ କଟକ, ଭୁବନେଶ୍ୱର ଯାଉଥିବା ବେଳେ ସେଗୁଡିକ କେବଳ ବସ୍‌ଷ୍ଟାଣ୍ଡକୁ ଗୋଟିଏ ପଟେ ପ୍ରବେଶ କରି ଅନ୍ୟ ପଟେ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ଯାଉଛନ୍ତି । କିନ୍ତୁ ଦୀର୍ଘ ବର୍ଷ ହେବ ଯେଉଁଭଳି ଭାବେ ଆଳି ନୂଆବଜାର ଅନ୍ନପୂର୍ଣ୍ଣା ପଡ଼ିଆ ନିକଟରେ ରାଜ୍ୟ ରାଜପଥ ଉପରୁ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରୁଥିଲେ ଏବେ ବି ସେହି ଭଳି ରାସ୍ତା କଡ଼ରେ ନଚେତ୍‌ କେଉଁ ଦୋକାନ ପିଣ୍ଡାରେ ଠିଆ ହୋଇ ଅପେକ୍ଷା କରୁଛନ୍ତି। ବୁଦ୍ଧିଜୀବୀମାନଙ୍କ କହିବା କଥା ଯଦି ବସ୍‌ଗୁଡ଼ିକ ନୂଆ ବସ୍‌ଷ୍ଟାଣ୍ଡରେ କିଛି ସମୟ ଅଟକି ରୁହନ୍ତା ତେବେ ଯାତ୍ରୀମାନେ ସେଠାରେ ଅପେକ୍ଷା କରନ୍ତେ। ହେଲେ ସେଥିପାଇଁ କୌଣସି ନିୟମ ଲାଗୁ କରାଯାଇ ନାହିଁ। ଅପରପକ୍ଷେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଲୋକମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ଦିନ ୧୧ଟା ପରେ ଅତି ଜରୁରୀ କାମ ନ ଥିଲେ ଘରୁ ବାହାରିବା ଉପରେ ସରକାର ରୋକ୍‌ ଲଗାଇଛନ୍ତି। ହେଲେ ସେହି ସମୟରେ ଯାତ୍ରୀବାହୀ ବସ୍‌ଗୁଡ଼ିକ ବିନା ବାଧାରେ ଯାତାୟାତ କରୁଛି ା ଏହା ଉପରେ ରୋକ୍‌ ଲଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?