Posted inଫୁରସତ

ଦୂରାନ୍ତୁ ଆଖି ତଳ କଳା…

ଆଖି ମଣିଷର ସୁନ୍ଦରତା ବଢ଼ାଇଥାଏ। ହେଲେ ବିଭିନ୍ନ କାରଣରୁ ଆଖି ତଳ କଳା ପଡ଼ିଥାଏ। ଯାହାକୁ ଦୂରକରିବା ପାଇଁ ଅନେକେ ବିଭିନ୍ନ କ୍ରିମ୍‌, ମେଡିସିନ୍‌ ଆଦି ବ୍ୟବହାର କରିଥାନ୍ତି। ହେଲେ ଆପଣ ଚାହିଁଲେ ବିଭିନ୍ନ ଘରୋଇ ଉପଚାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ…

କକୁମ୍ବର ବା କାକୁଡ଼ି ଥେରାପି ଆଖି ତଳ କଳାଦାଗ ଦୂରକରିବା ପାଇଁ ବେଶ୍‌ ଉପଯୋଗୀ। କାକୁଡ଼ିକୁ କାଟି ଆଖି ଉପରେ ରଖିବା ଦ୍ୱାରା ଏହା ଆଖିକୁ ଥଣ୍ଡା ରଖିବା ସହ ଆପଣଙ୍କୁ ଆରାମ ପ୍ରଦାନ କରିବ ଏବଂ କଳାଦାଗ ମଧ୍ୟ ଦୂରହୋଇଯିବ।
ବ୍ୟବହାର କରିସାରିଥିବା ଟି ବ୍ୟାଗ୍‌କୁ ଆଖି ତଳେ ରଖନ୍ତୁୁ। ଏଥିରେ ଥିବା ତତ୍ତ୍ୱ ଟ୍ୟାନିଂ, ଆଖି ଫୁଲିବା ଏବଂ ଆଖି ତଳର କଳାଦାଗ ଦୂରକରିବାରେ ସାହାଯ୍ୟ କରିଥାଏ।
ରାତିରେ ଶୋଇବା ପୂର୍ବରୁ ଅଧା ଚାମଚ ବାଦାମତେଲ ଏବଂ ୨ ବୁନ୍ଦା ମହୁର ମିଶ୍ରଣକୁ ଆଖି ତଳେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ। ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ୱାରା ଆଖିର ଚାରିପାଖେ ମାଲିସ କରନ୍ତୁ।
୫୦ ଗ୍ରାମ୍‌ ତୁଳସୀପତ୍ର, ନିମ୍ବପତ୍ର ଏବଂ ପୋଦିନାପତ୍ରରେ ସାମାନ୍ୟ ଗୋଲାପଜଳ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣରେ ସାମାନ୍ୟ ହଳଦୀଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଆଖି ତଳେ ଲଗାନ୍ତୁ। କିଛି ସମୟ ପରେ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ ଦେଖିବେ କଳାଦାଗ ଦୂରହୋଇଯାଉଛି।
ଆଖିକୁ ରେଷ୍ଟ ନ ମିଳିବା ଦ୍ୱାରା ମଧ୍ୟ ଆଖି ତଳ କଳା ପଡ଼ିଥାଏ। ଏଥିପାଇଁ ଅତି କମ୍‌ରେ ୭-୮ ଘଣ୍ଟା ଶୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri