ସାଗରମୁଣ୍ଡାର ପୁନରୁଦ୍ଧାର ଦାବି

ନବରଙ୍ଗପୁର,୧୬।୫(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ରହିଛି ଏକ ବୃହତ୍‌ ଜଳାଶୟ ‘ସାଗରମୁଣ୍ଡା’। ଏହା ପାଖରେ ଥିବା ଗାଁର ନାମ ମଧ୍ୟ ସାଗରମୁଣ୍ଡା। ପ୍ରାୟ ୫୬ ଏକରରେ ପରିବେଷ୍ଟିତ ଏହାର ସୀମା। ଜିଲାର ଏକ ପ୍ରସିଦ୍ଧ ଶୈବପୀଠ, ପାହାଡ଼ର ଅସୀମିତ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ସାଗର ପାଣିରେ ଜଳସେଚନ, ମାଛଚାଷ କରି ଅନେକ ଲୋକ ଏଠାରେ ଜୀବିକା ନିର୍ବାହ କରନ୍ତି। ହେଲେ ଜଳାଶୟ ସାଗରମୁଣ୍ଡା ଏବେ ଶୁଷ୍କ। ଶୁଷ୍କ ସାଗରମୁଣ୍ଡା ଖୋଜୁଛି ନିଜ ପରିଚୟ। ପୂର୍ବରୁ ମଧ୍ୟ ସାଗରମୁଣ୍ଡାର ପୁନରୁଦ୍ଧାର ପାଇଁ ଅନେକ ଥର ସ୍ବର ଉଠିଛି। କିନ୍ତୁ ତାହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। କିଛି ଦିନ ତଳେ ଯୁବ ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ଏ ନେଇ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କୁ ଭେଟି ଏହାର ପୁନରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ସଚିବ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ, ଜଳସମ୍ପଦ ସଚିବ, ଓଡ଼ିଶା, ଏମ୍‌ପି, ପୂର୍ବତନ ଏମ୍‌ପି ପ୍ରମୁଖଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ଏଥିସହ ଡିଆର୍‌ଡିଏ ପିଡି ଓ କ୍ଷୁଦ୍ର ଜଳସେଚନ ବିଭାଗର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବେ ଏହି ସାଗରର ଭାଗ୍ୟ ପରିବର୍ତ୍ତନ ହେବ ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କୁ ନ୍ୟାୟ: ମିଳିଲା ଘର ତିଆରି ଅନୁମତି, ଝିଅ ଦେବେ ଭରଣପୋଷଣ ଖର୍ଚ୍ଚ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଭାଇ ଭାଉଜ ଓ ସେମାନଙ୍କ ପିଲାମାନେ ଘର ତିଆରି କରାଇ ଦେଉ ନ ଥିବା ଅଭିଯୋଗ ନେଇ ନବରଙ୍ଗପୁର ସହରର ୧ ନମ୍ବର...

ଡାବୁଗାଁରେ ଉଡ଼ିଲା ତ୍ରିରଙ୍ଗା

ଡାବୁଗାଁ,୨୬ା୧: ନବରଙ୍ଗପୁର ଜିଲା ଡାବୁଗାଁରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଭିନ୍ନ ସ୍କୁଲ, ବ୍ଲକ୍‌ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା...

ଝାଡା ବାନ୍ତିରେ ୨ ଆକ୍ରାନ୍ତ

ପାପଡାହାଣ୍ଡି,୩୧।୧(ଡି.ଏନ୍‌.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ...

ଡ୍ୟାମ୍‌ ନିକଟ ପାହାଡ଼, ଗାର୍ଡଓ୍ବାଲରୁ ଚୋରି ହେଉଛି ପଥର

ତେନ୍ତୁଳିଖୁଣ୍ଟି, ୭।୧୧(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କପୁର ବାରିଆଘାଟ, ଦେଓପାଲିରେ ବନ୍ଧ ରହିଛି। କୋରାପୁଟ ଜିଲାର ମୁରାନରେ ମଧ୍ୟ ଏକ ବନ୍ଧ ରହିଛି। ଚାରୋଟି ଯାକ...

୨ ନାବାଳିକାଙ୍କୁ ବଳାତ୍କାର

ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...

‘ଖାଣ୍ଟି ଓଡ଼ିଆଭାବେ ମାତୃଭୂମି, ମାତୃଭାଷାକୁ ଭଲ ପାଅ’

ନବରଙ୍ଗପୁର,୧୨।୩(ବି.ପ୍ର.): ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଆ ବିଭାଗର ମୁଖ୍ୟ ତଥା...

ମନ୍ଦିର ରୋଷେଇ ଘରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଉମରକୋଟ, ୨୨।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ଗ୍ରାମରେ ଥିବା ଅଲେଖ ମହିମା ମନ୍ଦିର ପରିସର ନିକଟ ରୋଷେଇଘରୁ ସୋମବାର ସକାଳେ ପ୍ରେମୀ ଯୁଗଳଙ୍କ...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର

ନବରଙ୍ଗପୁର,୨୭।୧୨(ବି.ପ୍ର.): ଉମରକୋଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା...

Advertisement
Archives

Model This Week