ସାଗରମୁଣ୍ଡାର ପୁନରୁଦ୍ଧାର ଦାବି

ନବରଙ୍ଗପୁର,୧୬।୫(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତରେ ରହିଛି ଏକ ବୃହତ୍‌ ଜଳାଶୟ ‘ସାଗରମୁଣ୍ଡା’। ଏହା ପାଖରେ ଥିବା ଗାଁର ନାମ ମଧ୍ୟ ସାଗରମୁଣ୍ଡା। ପ୍ରାୟ ୫୬ ଏକରରେ ପରିବେଷ୍ଟିତ ଏହାର ସୀମା। ଜିଲାର ଏକ ପ୍ରସିଦ୍ଧ ଶୈବପୀଠ, ପାହାଡ଼ର ଅସୀମିତ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ସାଗର ପାଣିରେ ଜଳସେଚନ, ମାଛଚାଷ କରି ଅନେକ ଲୋକ ଏଠାରେ ଜୀବିକା ନିର୍ବାହ କରନ୍ତି। ହେଲେ ଜଳାଶୟ ସାଗରମୁଣ୍ଡା ଏବେ ଶୁଷ୍କ। ଶୁଷ୍କ ସାଗରମୁଣ୍ଡା ଖୋଜୁଛି ନିଜ ପରିଚୟ। ପୂର୍ବରୁ ମଧ୍ୟ ସାଗରମୁଣ୍ଡାର ପୁନରୁଦ୍ଧାର ପାଇଁ ଅନେକ ଥର ସ୍ବର ଉଠିଛି। କିନ୍ତୁ ତାହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। କିଛି ଦିନ ତଳେ ଯୁବ ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ଏ ନେଇ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କୁ ଭେଟି ଏହାର ପୁନରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ସଚିବ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ, ଜଳସମ୍ପଦ ସଚିବ, ଓଡ଼ିଶା, ଏମ୍‌ପି, ପୂର୍ବତନ ଏମ୍‌ପି ପ୍ରମୁଖଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ଏଥିସହ ଡିଆର୍‌ଡିଏ ପିଡି ଓ କ୍ଷୁଦ୍ର ଜଳସେଚନ ବିଭାଗର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେବେ ଏହି ସାଗରର ଭାଗ୍ୟ ପରିବର୍ତ୍ତନ ହେବ ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?