ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ

ନବରଙ୍ଗପୁର,୯।୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତୃଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ ଚାକିରି ହାତଉଛନ୍ତି। ଦୀର୍ଘ ବର୍ଷ ଧରି ସରକାରୀ ଦରମାର ଲାଭ ଉଠାଇବା ପରେ ନକଲି ଶିକ୍ଷକ ଭାବେ ଧରାପଡ଼ୁଛନ୍ତି। ନବରଙ୍ଗପୁର ଜିଲାରେ ୨୦୧୧ରୁ ୨୦୨୧-୨୨ ଶିକ୍ଷାବର୍ଷ ମଧ୍ୟରେ ୨୧ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ତଥ୍ୟରୁ ଜଣାପଡ଼ିଛି। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି। ତେବେ ବଳକା ୧୯ ଶିକ୍ଷକ ଫେରାର ଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି।
ଶିକ୍ଷକ ନିଯୁକ୍ତି ପରବର୍ତ୍ତି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ଜିଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଯାଞ୍ଚ ପାଇଁ ପଠାଯାଇଥିବା ସାର୍ଟିଫିକେଟରୁ କିଛି ଶିକ୍ଷକଙ୍କ ଯାଞ୍ଚ ରିପୋର୍ଟ ଆସିଥିବା ବେଳେ ବଳକା ଶିକ୍ଷକଙ୍କ ରିପୋର୍ଟ ବର୍ଷ ବର୍ଷ ଧରି ସମ୍ପୃକ୍ତ ବିଭାଗ ଓ ଶିକ୍ଷାନୁଷ୍ଠାନ ମାନଙ୍କୁ ଆସୁନାହିଁ। ୩୩୫୮ ଶିକ୍ଷକଙ୍କ ବିଏଡ, ମାଟ୍ରିକ, ଦ୍ବାଦଶ, ସିଟି ଓ ଜାତିଗତ ପ୍ରମାଣ ପତ୍ର ଯାଞ୍ଚ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୧୫୬୮ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ଏବେ ସୁଦ୍ଧା ଆଉ ୧୫୪୭ ରିପୋର୍ଟ ଆସିନାହିଁ। ସେହିପରି ୨୧ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳର ଥାନାରେ ଏତଲା ଦିଆଯାଇଛି। ତେବେ ୧୯ ଅଭିଯୁକ୍ତ ଶିକ୍ଷକ ଏବେ ମଧ୍ୟ ଫେରାର ଅଛନ୍ତି। ମୃତ ଶିକ୍ଷକଙ୍କ ବ୍ୟତୀତ ୨୦ ଅଭିଯୁକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସରକାରଙ୍କ ଠାରୁ ବର୍ଷ ବର୍ଷ ଧରି ଦରମା ନେଇ ଫେରାର ହୋଇଯିବା ଦ୍ୱାରା ସରକାରଙ୍କ କ୍ଷତି ଘଟିବା ସହ ଶିକ୍ଷକ ପଦବୀ ଖାଲି ପଡ଼ୁଛି। ଉକ୍ତ ସ୍ଥାନରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାରୁନି। ନିଯୁକ୍ତି ପୂର୍ବରୁ ସାର୍ଟିଫିକେଟ ଯାଞ୍ଚ ବ୍ୟବସ୍ଥା ହେଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିବାକୁ ସାହସ କରିପାରି ନ ଥାନ୍ତେ। ଅନ୍ୟପକ୍ଷରେ ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ଏତଲା ଦେଇ ଚୁପ ରହିଯିବା ଦ୍ବାରା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ମଧ୍ୟ ଢିଲା ହୋଇଯାଉଥିବା ମତପ୍ରକାଶ ପାଉଛି। ୧୯ ଅଭିଯୁକ୍ତ ଶିକ୍ଷକ ଏବେ କେଉଁଠି ପୋଲିସ ତହାର ଟେର ପାଇ ପାରୁନାହିଁ। ୨୦୧୧ରେ ପୂର୍ଣ୍ଣମା ନାୟକ, ଧନିରାମ ନାୟକ ଓ ବୈଦନାଥ ଜାନୀ ନିଯୁକ୍ତି ପାଇଥିଲେ। ୨୦୧୨ ରେ ବିମଳ ମାଳି, ୨୦୧୩ରେ ଶ୍ରୀକାନ୍ତ ଦଳେଇ, ମାନସ କୁମାର ପରିଡ଼ା, ସୁକାନ୍ତ କୁମାର ପ୍ରଧାନ, ଉମାକାନ୍ତ ବେହେରା ନିଯୁକ୍ତି ପାଇଥିଲେ। ୨୦୧୪ରେ ଗୀତାଞ୍ଜଳି ନାୟକ, ନେହେରୁ ବେଣ୍ଟକର, ରୁଷିକେଶ ସାହୁ ନିଯୁକ୍ତି ପାଇଥିବା ବେଳେ ୨୦୧୮ରେ ସସ୍ମିତା ପ୍ରଧାନ, ରାଜଲକ୍ଷ୍ମୀ ଦାଶ, ସୋମେଶ୍ୱର ଭତରା, ସଞ୍ଜୀବ କୁମାର, ମୃତ୍ୟୁଞ୍ଜୟ ନାୟକ, ରୁନୁଲତା ଜେନା, ବୀଣାପାଣୀ ସାହୁ, ଇଶ୍ୱର କୁମାର ମଣ୍ଡଳ, ସ୍ବାତୀ ସୁଚରିତା ନାୟକ ଓ କୃଷ୍ଣଚନ୍ଦ୍ର ଗିରି ନିଯୁକ୍ତି ପାଇଥିଲେ। ଏହି ଘଟଣାରେ ବର୍ଷ ବର୍ଷ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ସତ୍ୱେ ସେମାନେ ଧରା ନ ପଡ଼ିବା ପୋଲିସର କର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ମାଟି ତଳୁ ମୃତଦେହ କାଢ଼ି ତଦନ୍ତ

ଝରିଗାଁ,୧୨।୩(କିଶୋର ଚନ୍ଦ୍ର ମଣ୍ଡଳ):୪ ଦିନ ତଳେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିଲେ। ସେ ଗୁଣିଗାରେଡ଼ି କରୁଥିବା ନେଇ ଗାଁର କେତେଜଣ ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ବୋଲି...

ଭାଇ ପରେ ଚାଲିଗଲା ଭଉଣୀର ଜୀବନ

ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri