ବ୍ରହ୍ମପୁର ପୋଲିସ ଜିଲାରେ ରହିଛି ୧୦ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସହର ଓ ଏହା ପାଖ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଓ ୫୯ ନମ୍ବର ରାଜ୍ୟ ରାଜପଥ ଏବେ ଦୁର୍ଘଟଣା ପ୍ରବଣ ହୋଇପଡ଼ିଛି। ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକ୍‌ସ୍ପଟ୍‌ (ଦୁର୍ଘଟଣା ପ୍ରବଣ ଅଞ୍ଚଳ)ରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ଠିକ୍‌ ସୂଚନା ନ ଥିବା ଏବଂ ସ୍ଥିତି ଖରାପ ଯୋଗୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ସହରରେ କୌଣସି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଓ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲେ ସେହି ସ୍ଥାନଗୁଡ଼ିକୁ ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ କରାଯାଏ।
ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକ୍‌ସ୍ପଟ୍‌ ମଧ୍ୟରୁ ବ୍ରହ୍ମପୁର ସହର ଭିତରେ ୭ଟି ରହିଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜାତୀୟ ରାଜପଥ-୧୬ରେ ହଳଦିଆପଦରଠାରୁ ଖଜୁରିଆ ଓଭରବିଜ୍ର, ଲାଞ୍ଜିପଲ୍ଲୀ ବାଇପାସ୍‌ଠାରୁ ଆଙ୍କୁଲି ଓଭରବିଜ୍ର, କନିଷି-ଗୋଳନ୍ଥରା ଜାତୀୟ ରାଜପଥ, ହଳଦିଆପଦର-ଗୋଳନ୍ଥରା, ପୋକଡ଼ିବନ୍ଧ ଛକରେ ବ୍ଲାକ୍‌ସ୍ପଟ୍‌ ରହିଛି। ଜାତୀୟ ରାଜପଥ-୫୯ରେ ନୂଆ ବସ୍‌ଷ୍ଟାଣ୍ଡ ରୋଡ, କମାପଲ୍ଲୀରୁ କୁକୁଡ଼ାଖଣ୍ଡି ଛକ, ସେହିଭଳି ରାଜ୍ୟ ରାଜପଥରେ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଛକ ଓ ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଜନଗର ଛକ ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ ହୋଇଛି। ୨୦୨୦ରୁ ୨୦୨୩ ଫେବୃୟାରୀ ସୁଦ୍ଧା ୨୦୩ ଦୁର୍ଘଟଣା ଘଟିଛି। ଏଥିରେ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ୯୯ ଜଣ ଗୁରୁତର ହୋଇଥିବା ବେଳେ ୩୭ଜଣ ସାମାନ୍ୟ ଆହତ ହୋଇଥିବା ଟ୍ରାଫିକ୍‌ ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ,୨୦୨୦ରେ ଉକ୍ତ ୧୦ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ୪୩ ଦୁର୍ଘଟଣା ଘଟିଥିବା ବେଳେ ୨୪ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗୁରୁତର ୧୮ ପୁରୁଷ ଓ ୫ ମହିଳା ଏବଂ ସାମାନ୍ୟ ଆହତ ହୋଇଥିଲେ ୬ ଜଣ ପୁରୁଷ ଓ ୫ ମହିଳା। ସେହିପରି ୨୦୨୧ରେ ୪୯ଟି ଦୁର୍ଘଟଣା ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ୩୧ ପୁରୁଷ ଓ ୨ ମହିଳା ଏବଂ ସାମାନ୍ୟ ଆହତ ହୋଇଥିଲେ ୮ପୁରୁଷ ଓ ୩ ମହିଳା। ସେହିପରି ୨୦୨୨ରେ ୭୪ଟି ଦୁର୍ଘଟଣା ଘଟିଥିବା ବେଳେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୯ ପୁରୁଷ ଓ ୭ ମହିଳା ଗୁରୁତର ଆହତ ହୋଇଥିବା ବେଳେ ସାମାନ୍ୟ ଆହତ ହୋଇଥିଲେ ୮ପୁରୁଷ ଓ ୩ ମହିଳା। ଚଳିତବର୍ଷ ଜାନୁୟାରୀ ଓ ଫେବୃୟାରୀରେ ୩୭ ଟି ଦୁର୍ଘଟଣା ଘଟିଥିଲା। ସେଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୭ଜଣ ପୁରୁଷ ଗୁରୁତର ଓ ୪ଜଣ ପୁରୁଷ ସାମାନ୍ୟ ଆହତ ହୋଇଥିଲେ ବୋଲି ଟ୍ରାଫିକ ପୋଲିସ ପକ୍ଷରୁ ସୂଚନା ମିଳିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କଠାରୁ ଜରିମାନା ମଧ୍ୟ ଆଦାୟ ହେଉଛି। ସହରର ସବୁ ଛକରେ ଗାଡ଼ି ଧୀରେ ଚଳାଇବାକୁ ସିଗ୍‌ନାଲ ଦିଆଯାଉଛି। ଏହାସତ୍ତ୍ୱେ ଅମାନିଆ ଚାଳକଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କଠାରୁ ଜରିମାନା ଆଦାୟ ହେଉଛି। ତଥାପି ବିଭିନ୍ନ କାରଣରୁ କେତେକ ସ୍ଥାନରେ ଦୁର୍ଘଟଣା ଘଟୁଛି ।
ଦୁର୍ଘଟଣା ରୋକିବା ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ଥାନାଧିକାରୀ ରାମ ସୁବ୍ରମନ୍ୟମ୍‌ ପ୍ରଧାନ କହିଛନ୍ତି। ଅନ୍ୟପଟେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି, ଯେଉଁ ରାସ୍ତାଗୁଡ଼ିକ ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ ହୋଇଛି ସେଠାରେ ସାଇନ୍‌ ବୋର୍ଡ ଲଗାଯିବ। ଏହାସହିତ ଚାଳକଙ୍କ ଯାତାୟାତ ବେଳେ ସେମାନଙ୍କ ସୁରକ୍ଷା ପାଇଁ ରାସ୍ତାର ବିଭିନ୍ନ ସ୍ଥାନଗୁଡିକରେ ସତର୍କ ସୂଚନା ବୋର୍ଡ଼ ମଧ୍ୟ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?