ବିଶ୍ୱନାଥ ଦାସଙ୍କ ନାଁରେ ହେଉ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌

ବ୍ରହ୍ମପୁର ଅଫିସ,୧୩ା୩: ଶତାଧିକ ବର୍ଷ ତଳେ ବ୍ରିଟିଶ୍‌ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ (ବିମାନ ପଡ଼ିଆ) ଗଞ୍ଜାମ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ନାଁରେ ନାମିତ କରିବାକୁ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରସ୍ତାବ ଦେଇଛନ୍ତି। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚାଇଛନ୍ତି।
ସେ ଆହୁରି କହିଛନ୍ତି, ଦୀର୍ଘ ବର୍ଷରୁ ଅବହେଳିତ ଅବସ୍ଥାରେ ଥିବା ଏୟାରଷ୍ଟ୍ରିପ୍‌କୁ ସରକାର ପୁନରୁଦ୍ଧାର କରିବା ସହ କ୍ଷୁଦ୍ର ବିମାନ ଉଡ଼ାଣ ଆରମ୍ଭ କରିଥିବାରୁ ସରକାର ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ରନୱେକୁ ସମ୍ପ୍ରସାରଣ କରି ଅଧିକ ସଂଖ୍ୟକ ଯାତ୍ରୀ ବସିବା ଭଳି ବଡ଼ ବିମାନ ଉଡ଼ାଣ ବ୍ୟବସ୍ଥା କରାଯିବାକୁ ଗୁରୁତ୍ୱ ଦେଇଛନ୍ତି।
ଦ୍ୟାନ ସାମନ୍ତରାଙ୍କ କହିବାନୁସାରେ, ଜିଲାର ପ୍ରମୁଖ ସହର ବ୍ରହ୍ମପୁରରେ କେତେକ ସଂଗ୍ରାମୀ ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ରହିଛି। ସ୍ବର୍ଗତ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ନାମରେ ଏକ ମୁଖ୍ୟ ରାସ୍ତାକୁ ନାମିତ ସହ ପୁରାତନ ବାଳିକା ହାଇସ୍କୁଲ ମଧ୍ୟ ତାଙ୍କ ସ୍ମୃତିରେ ନାମିତ ହୋଇଛି। ସ୍ବାଧୀନତା ସଂଗ୍ରାମୀ ଶଶିଭୂଷଣ ରଥଙ୍କ ନାଁରେ ସରକାରୀ ମହିଳା ବିଦ୍ୟାଳୟ ଅଛି। ବିଶିଷ୍ଟ ସଂଗ୍ରାମୀ ଦିବାକର ପଟ୍ଟନାୟକଙ୍କ ସ୍ମୃତିରେ ସରକାରୀ ବିଏଡ୍‌ କଲେଜ ରହିଛି। ସରକାରୀ ଇଞ୍ଜିନିୟରିଂ ସ୍କୁଲକୁ ସଂଗ୍ରାମୀ ତଥା ବିଶିଷ୍ଟ ପାର୍ଲାମେଣ୍ଟାରିଆନ ଉମାଚରଣ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଛି। ରେଶମ ସହରର ଆଉ ଏକ ସରକାରୀ କଲେଜ ବିଶିଷ୍ଟ ଶିକ୍ଷାବିତ୍‌ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ନାଁରେ ନାମିତ କରାଯାଇଛି।
ବିଡ଼ମ୍ବନାର ବିଷୟ, ବିଶ୍ୱନାଥ ଦାସଙ୍କ ନାମରେ କୌଣସି ଅନୁଷ୍ଠାନ ନାମିତ ହୋଇନାହିଁ। ବର୍ତ୍ତମାନର ଏମ୍‌ପି ଚନ୍ଦ୍ରଶେଖର ସାହୁ ଅତୀତରେ ପୌର ସଂସ୍ଥାର ନଗରପାଳ ଥିବା ବେଳେ ମ୍ୟୁନିସିପାଲିଟି ଗେଷ୍ଟ ହାଉସ ପରିସରରେ ସ୍ବର୍ଗତ ଦାସଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବିଶ୍ୱନାଥ ରାଜନେତାରେ ଖ୍ୟାତି ଅର୍ଜନ କରିବା ସହ ସେ ନିର୍ଭୀକ ଓ ସ୍ପଷ୍ଟବାଦୀ ଥିଲେ। ତେଣୁ ତାଙ୍କ ସ୍ମୃତିରେ ରଙ୍ଗେଇଲୁଣ୍ଡା ବିମାନ ପଡ଼ିଆକୁ ନାମିତ କରାଗଲେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନ ବଢ଼ିବ ବୋଲି ଦ୍ୟାନ ସାମନ୍ତରାୟ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri