ବିଶ୍ୱନାଥ ଦାସଙ୍କ ନାଁରେ ହେଉ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌

ବ୍ରହ୍ମପୁର ଅଫିସ,୧୩ା୩: ଶତାଧିକ ବର୍ଷ ତଳେ ବ୍ରିଟିଶ୍‌ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ (ବିମାନ ପଡ଼ିଆ) ଗଞ୍ଜାମ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ନାଁରେ ନାମିତ କରିବାକୁ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରସ୍ତାବ ଦେଇଛନ୍ତି। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚାଇଛନ୍ତି।
ସେ ଆହୁରି କହିଛନ୍ତି, ଦୀର୍ଘ ବର୍ଷରୁ ଅବହେଳିତ ଅବସ୍ଥାରେ ଥିବା ଏୟାରଷ୍ଟ୍ରିପ୍‌କୁ ସରକାର ପୁନରୁଦ୍ଧାର କରିବା ସହ କ୍ଷୁଦ୍ର ବିମାନ ଉଡ଼ାଣ ଆରମ୍ଭ କରିଥିବାରୁ ସରକାର ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ରନୱେକୁ ସମ୍ପ୍ରସାରଣ କରି ଅଧିକ ସଂଖ୍ୟକ ଯାତ୍ରୀ ବସିବା ଭଳି ବଡ଼ ବିମାନ ଉଡ଼ାଣ ବ୍ୟବସ୍ଥା କରାଯିବାକୁ ଗୁରୁତ୍ୱ ଦେଇଛନ୍ତି।
ଦ୍ୟାନ ସାମନ୍ତରାଙ୍କ କହିବାନୁସାରେ, ଜିଲାର ପ୍ରମୁଖ ସହର ବ୍ରହ୍ମପୁରରେ କେତେକ ସଂଗ୍ରାମୀ ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ରହିଛି। ସ୍ବର୍ଗତ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ନାମରେ ଏକ ମୁଖ୍ୟ ରାସ୍ତାକୁ ନାମିତ ସହ ପୁରାତନ ବାଳିକା ହାଇସ୍କୁଲ ମଧ୍ୟ ତାଙ୍କ ସ୍ମୃତିରେ ନାମିତ ହୋଇଛି। ସ୍ବାଧୀନତା ସଂଗ୍ରାମୀ ଶଶିଭୂଷଣ ରଥଙ୍କ ନାଁରେ ସରକାରୀ ମହିଳା ବିଦ୍ୟାଳୟ ଅଛି। ବିଶିଷ୍ଟ ସଂଗ୍ରାମୀ ଦିବାକର ପଟ୍ଟନାୟକଙ୍କ ସ୍ମୃତିରେ ସରକାରୀ ବିଏଡ୍‌ କଲେଜ ରହିଛି। ସରକାରୀ ଇଞ୍ଜିନିୟରିଂ ସ୍କୁଲକୁ ସଂଗ୍ରାମୀ ତଥା ବିଶିଷ୍ଟ ପାର୍ଲାମେଣ୍ଟାରିଆନ ଉମାଚରଣ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଛି। ରେଶମ ସହରର ଆଉ ଏକ ସରକାରୀ କଲେଜ ବିଶିଷ୍ଟ ଶିକ୍ଷାବିତ୍‌ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ନାଁରେ ନାମିତ କରାଯାଇଛି।
ବିଡ଼ମ୍ବନାର ବିଷୟ, ବିଶ୍ୱନାଥ ଦାସଙ୍କ ନାମରେ କୌଣସି ଅନୁଷ୍ଠାନ ନାମିତ ହୋଇନାହିଁ। ବର୍ତ୍ତମାନର ଏମ୍‌ପି ଚନ୍ଦ୍ରଶେଖର ସାହୁ ଅତୀତରେ ପୌର ସଂସ୍ଥାର ନଗରପାଳ ଥିବା ବେଳେ ମ୍ୟୁନିସିପାଲିଟି ଗେଷ୍ଟ ହାଉସ ପରିସରରେ ସ୍ବର୍ଗତ ଦାସଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବିଶ୍ୱନାଥ ରାଜନେତାରେ ଖ୍ୟାତି ଅର୍ଜନ କରିବା ସହ ସେ ନିର୍ଭୀକ ଓ ସ୍ପଷ୍ଟବାଦୀ ଥିଲେ। ତେଣୁ ତାଙ୍କ ସ୍ମୃତିରେ ରଙ୍ଗେଇଲୁଣ୍ଡା ବିମାନ ପଡ଼ିଆକୁ ନାମିତ କରାଗଲେ ରାଜ୍ୟ ସରକାର ଓ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନ ବଢ଼ିବ ବୋଲି ଦ୍ୟାନ ସାମନ୍ତରାୟ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?