ଗୋରୁ ଖାଉଛନ୍ତି ମୋ ଛତୁଆ

ଭୋଗରାଇ, ୧୩ା୩(ଡି.ଏନ.ଏ.): ରାଜ୍ୟ ସରକାର ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ସୁସ୍ବାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଛତୁଆ, ଲଡ଼ୁ ଓ ସୁଜି ଆଦି ସୁଷମ ଖାଦ୍ୟସାମଗ୍ରୀ ବିନା ଶୁଳ୍କରେ ସମନ୍ବିତ ଶିଶୁ ମହିଳା ବିକାଶ ବିଭାଗକୁ ସୁଚାରୁ ରୂପେ ବଣ୍ଟନ ଦାୟିତ୍ୱ ଦେଇଛନ୍ତି। ଉକ୍ତ ଖାଦ୍ୟ ସାମଗ୍ରୀ ଅଙ୍ଗନଓ୍ବାଡ଼ି ଦ୍ୱାରା ବଣ୍ଟାଯାଉଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବ୍ଲକରେ ବଣ୍ଟାଯାଉଥିବା ମୋ ଛତୁଆ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ମଣିଷ ପାଇଁ ଉର୍ଦ୍ଦିଷ୍ଟ ଏହି ନିମ୍ନମାନର ଖାଦ୍ୟ ଏବେ ମଣିଷ ତୁଣ୍ଡକୁ ନ ଯାଇ ଗୋବାଦୀ ପଶୁଙ୍କ ଖାଦ୍ୟରେ ପରିଣତ ହୋଇଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ବ୍ଲକରେ ମୋଟ ୫୪୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ଦକ୍ଷିଣ ଭୋଗରାଇ ୩୨ ପଞ୍ଚାୟତର ୩୭୧ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ଓ ଖାଦ୍ୟ ବଣ୍ଟନ କରୁଥିବା ବେଳେ ଉତ୍ତର ଭୋଗରାଇ ୧୮ଟି ପଞ୍ଚାୟତରେ ୧୭୧ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଉଥିବା ଅଭିଯୋଗ ହୋଇଛି। ଉତ୍ତର ଭୋଗରାଇ ଏହି ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିମ୍ନମାନର ମୋ ଛତୁଆ, ଲଡ଼ୁ, ସୁଜି ପ୍ୟାକେଟ ବଣ୍ଟନ କରାଯାଉଥିବା ବେଳେ ପ୍ୟାକେଟଗୁଡିକ ନିର୍ଦ୍ଧାରିତ ଓଜନଠାରୁ କମ୍‌ ଦେଉଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅସନ୍ତୋଷ ପ୍ରକାଶ ପାଇଛି। ମୋ ଛତୁଆ ପାଇଁ ପ୍ରସ୍ତୁତ ହେଉଥିବା ସାଲୁବାଲୁ ପୋକା ଗହମ, ବୁଟ ଓ ବାଦାମ ମିଶ୍ରିତ ଛତୁଆକୁ ପ୍ୟାକେଟ କରି ଅଙ୍ଗନଓ୍ବାଡି ମାଧ୍ୟମରେ ବଣ୍ଟନ କରାଯାଉଥିବାରୁ ହିତାଧିକାରୀମାନେ ଏହି ଛତୁଆ ଖାଇ ନ ପାରି ଦୋକାନରେ ଗୋଖାଦ୍ୟ ପାଇଁ ୧୦ରୁ ୨୦ଟଙ୍କାରେ ବିକ୍ରି କରି ଦେଉଛନ୍ତି। ଯେଉଁ ଗରିବ ହିତାଧିକାରୀମାନେ ପେଟଜ୍ୱାଳାରେ ଏହି ଛତୁଆ ଖାଉଛନ୍ତି ସେମାନେ ପେଟଜନିତ ରୋଗରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୌଡୁଛନ୍ତି। ପ୍ରତି ଛତୁଆ ପ୍ୟାକେଟରେ ୪ କେଜି ୯ ଶହ ଗ୍ରାମ ଓଜନ ହିତାଧିକାରୀଙ୍କୁ ବଣ୍ଟନ ନିମନ୍ତେ ନିର୍ଦ୍ଦେଶ ଥିବା ବେଳେ ପ୍ୟାକେଟରେ ୯ ଶହ ଗ୍ରାମ କମ୍‌ ଥାଇ ବଣ୍ଟାଯାଉଛି। ଉକ୍ତ ଯୋଗାଣକାରୀ ସଂସ୍ଥା ନିର୍ଦ୍ଧାରିତ ସମୟରେ ବଣ୍ଟନ ନ କରି ଚତୁରତାର ସହ ମାସ ମାସ ବ୍ୟବଧାନରେ ଛତୁଆ ବଣ୍ଟନ କରୁଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଛତୁଆ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ବ୍ଲକ, ଜିଲା ଓ ରାଜ୍ୟସ୍ତରୀୟ ଲାବୋରୋଟୋରିକୁ ଉନ୍ନତମାନର ଛତୁଆ ପଠାଯାଉଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅତି ନିମ୍ନମାନର ଛତୁଆ ବଣ୍ଟନ ହେଉଛି। ଏପରିକି ଅଙ୍ଗନଓ୍ବାଡି଼କୁ ଦିଆଯାଉଥିବା ୫୦ କେଜି ଚାଉଳ ବସ୍ତାରେ ୫ କେଜି ଚାଉଳ କମ୍‌ ହେଉଥିବାରୁ ଶିଶୁମାନଙ୍କର ଖାଦ୍ୟ ନିଅଣ୍ଟ ପଡୁଛି। ଏହି ଯୋଗାଣକାରୀ ସଂସ୍ଥା ମୁଖ୍ୟଙ୍କ ବିରୋଧରେ ବାରମ୍ବାର ଉଚ୍ଚ ପଦାଧିକାରୀଙ୍କଠାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପ୍ରତିକାର କରାଯାଇନାହିଁ। ଛତୁଆ ଯୋଗାଣକାରୀ ସଂସ୍ଥା ସହିତ ବିଭାଗୀୟ ଅଧିକାରୀ ଓ ନେତାଙ୍କ ଭିତିରି ବୁଝାମଣା ଯୋଗୁ ଦୁର୍ନୀତିରେ ସମ୍ପୃକ୍ତି ଥିବା ସଂସ୍ଥାର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦାରୁହା ଗ୍ରାମର କୁନ୍ତଳ ଭଞ୍ଜ, ରାଜୁ ସିଂ, ଉତ୍ତମ ଭଞ୍ଜ, କାଟିସାହି ଗ୍ରାମର ବ୍ରଜ ବିହାରୀ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କମର୍ଦ୍ଦା ସିଡିପିଓ ପୁଷ୍ପଲତା ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri