Posted inଖେଳ

ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଦଳରେ ଧୋନୀଙ୍କ ଉପସ୍ଥିତି ପାଇଁ ଦୁହେଁ ଅନେକ ସଫଳତା ହାସଲ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଚହଲ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ କଥା ମନେ ପକାଇଛନ୍ତି। ପ୍ରୋଟିଜ ଦଳ ବିପକ୍ଷରେ କଠିନ ସମୟରେ ଭେଟେରାନ ଉଇକେଟକିପର ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ।

“୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ମୁଁ ୬୪ ରନ୍‌ ଖର୍ଚ୍ଚ କରି ସାରିଥିଲି। ହେନରିଚ୍‌ କ୍ଲାସେନ ଗ୍ରାଉଣ୍ଡର ଚାରି ଆଡ଼େ ଶଟ୍‌ ଖେଳିଥିଲେ। ତା’ ପରେ ମାହି (ଧୋନୀ) ଭାଇ ମୋତେ ପରାମର୍ଶ ଦେଇଥିଲେ, ରାଉଣ୍ଡ ଦି ଉଇକେଟରୁ ବୋଲିଂ କର। ମୁଁ ତାହା ହିଁ କରିଥିଲି। କିନ୍ତୁ ପ୍ରଥମ ବଲରେ କ୍ଲାସେନ ମିଡ୍‌ ଉଇକେଟ ଅଞ୍ଚଳରେ ଏକ ବଡ଼ ଛକା ଲଗାଇଥିଲେ। ତା’ ପରେ ପୁଣି ଥରେ ମୋ ପାଖକୁ ଆସିଥିଲେ ଧୋନୀ ଭାଇ। ମୁଁ ପଚାରିଥିଲି ‘ଏବେ କ’ଣ କରିବା ଉଚିତ ହେବ’? ସେ କହିଥିଲେ, କିଛି ନାହିଁ। ମୁଁ ଏମିତି ଚାଲି ଆସିଛି। ମୋତେ ଜଣାଅଛି, ଏହା ତୁମ ଦିନ ନୁହେଁ। ତୁମେ ସବୁ କିଛି ଉଦ୍ୟମ କରୁଛ ହେଲେ କାମ ଦେଉ ନାହିଁ। ବେଶୀ କିଛି ଚିନ୍ତା କର ନାହିଁ। ତୁମ ୪ ଓଭର ସ୍ପେଲ ଶେଷ କର” ବୋଲି ଚହଲ କହିଛନ୍ତି।

“ସେହି ସମୟରେ ଯଦି କେହି ଚିଲାଇଥାନ୍ତେ, ତେବେ ଆତ୍ମବିଶ୍ୱାସ ହ୍ରାସ ପାଇଥାନ୍ତା। କିନ୍ତୁ ସେ ମୋତେ କହିଥିଲେ, ଗୋଟିଏ ମ୍ୟାଚ୍‌ ଖରାପ ହୋଇଗଲେ କ’ଣ ହେଲା। ସେହି ମ୍ୟାଚ୍‌ରେ ମୁଁ ବୁଝିପାରିଥିଲି ବେଳେବେଳେ କ୍ରିକେଟରେ ତୁମେ ଭଲ କର, ବେଳେବେଳେ ସଫଳତା ମିଳେ ନାହିଁ” ବୋଲି ୩୧ ବର୍ଷୀୟ ଲେଗ୍‌ ସ୍ପିନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଚ୍‌ ଭାବେ ବିଫଳତାକୁ ସହ୍ୟ କରିପାରୁ ନ ଥିଲେ ଶାସ୍ତ୍ରୀ: କାର୍ତ୍ତିକ

ନୂଆଦିଲ୍ଲୀ,୧୭।୮: ଭାରତର ଅନୁଭବୀ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାସ୍ତ୍ରୀ ଖେଳାଳିମାନଙ୍କୁ ବିଶେଷ...

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ...

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି।...

ବଳାତ୍କାର ଅଭିଯୋଗ: ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ତଦନ୍ତ ଶେଷ

ସାଓ ପାଉଲୋ,୩୦।୭(ଏଏଫ୍‌ପି)- ବ୍ରାଜିଲ ଫୁଟବଲ ସୁପରଷ୍ଟାର ନେମାରଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗର ତଦନ୍ତ ଶେଷ ହୋଇଛି। ପ୍ରମାଣ ଅଭାବରୁ ବ୍ରାଜିଲ ପୋଲିସ ତଦନ୍ତ ଆଗକୁ...

ଅମୋଲ ମଜୁମ୍‌ଦାର ଦକ୍ଷିଣ ଆଫ୍ରିକା ବ୍ୟାଟିଂ କୋଚ୍‌

ନୂଆଦିଲ୍ଲୀ, ୧୦ା୯ (ପି.ଟି.)- ମୁମ୍ବାଇ ଷ୍ଟଲ୍‌ଓ୍ବାର୍ଟ ଅମୋଲ ମଜୁମ୍‌ଦାର ସୋମବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦକ୍ଷିଣ...

୬-୦ରେ ଜିତିଲା ଭାରତ

ଢାକା,୧୯।୧୨: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି। ରବିବାର ଖେଳାଯାଇଥିବା ରାଉଣ୍ଡ ରବିନ ମ୍ୟାଚ୍‌ରେ ପ୍ରତିପକ୍ଷ...

ଏହି ଖେଳାଳିଙ୍କୁ ୧୦ କୋଟି ଟଙ୍କାର ଚିୟରଲିଡର୍‌ କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ସିଜିନର ହିରୋ ଏବଂ ଶୂନ ଖେଳାଳିଙ୍କ ଉପରେ ନିଜର ମତ ରଖିଛନ୍ତି। ପୂର୍ବତନ...

ଦିଲ୍ଲୀର ମୁଣ୍ଡବିନ୍ଧା ବଢାଉଛନ୍ତି ଏହି ବୋଲର୍‌

ଦୁବାଇ,୧୩।୧୦: ଆଇପିଏଲ ୨୦୨୧ର ଫାଇନାଲରେ କେଉଁ ଦଳ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ମୁହାଁମୁହିଁ ହେବ ତାହା ଆଜି ସ୍ପଷ୍ଟ ହେବ।...

Advertisement
Archives

Model This Week