Posted inଜାତୀୟ

କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌…

ହାଇଦ୍ରାବାଦ୍‌, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି। ଚୋରମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଲ୍ମ ଷ୍ଟାଇଲ୍‌ରେ ଚୋରାଇ ନେଇଛନ୍ତି। ଚୋରି ହୋଇଥିବା କାଗଜପତ୍ର ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଣାଯାଇଥିବା ମାମଲା ସହିତ ଜଡିତ। ଏବେ ଏହା ଏକ ହାଇ-ପ୍ରୋଫାଇଲ ମାମଲା ପାଲଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦି ନ୍ୟୁଜ ମିନିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୋରମାନେ ନେଲ୍ଲୁରରେ ଚତୁର୍ଥ ଅତିରିକ୍ତ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରୁ କାଗଜପତ୍ର ଚୋରି କରିଛନ୍ତି। କର୍ମଚାରୀମାନେ ୧୪ ଏପ୍ରିଲରେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ। ତଦନ୍ତ ସମୟରେ ପୋଲିସ କୋର୍ଟ ବାହାରେ ଥିବା ଏକ ପୋଲ ତଳୁରେ ଏକ ବ୍ୟାଗ ଜବତ କରିଥିଲା। ସେଥିରେ କିଛି ଚୋରି ସାମଗ୍ରୀ ରହିଥିଲା।

ତଥାପି, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌ ଥିବା କୁହାଯାଉଛି। ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅନୁଯାୟୀ, ଚୋରି ହୋଇଥିବା ଦଲିଲଗୁଡ଼ିକ ଓ୍ବାଏସ୍‌ଆର୍‌ସିପି ନେତା କାକାନି ଗୋବର୍ଦ୍ଧନ ରେଡ୍ଡୀଙ୍କ ବିରୋଧରେ ଏକ ଜାଲିଆତି ମାମଲା ପଞ୍ଜିକୃତ ହୋଇଥିଲା। ଦଳ କହିଛି ଯେ ଏହି ମାମଲା ସେମାନଙ୍କ ନେତା ସୋମିରେଡି ଚନ୍ଦ୍ରମୋହନ ରେଡ୍ଡୀଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି।

ବିଶେଷ କଥା ହେଉଛି ରେଡ୍ଡୀ ଏହି ସପ୍ତାହରେ ମନ୍ତ୍ରୀ ହୋଇଛନ୍ତି। ଡିସେମ୍ବର ୨୦୧୭ରେ, ସର୍ଭେପାଲୀ ବିଧାୟକ କାକାନି ଅଭିଯୋଗ କରିଥିଲେ ଯେ ସୋମିରୋଡିଙ୍କର ବିଦେଶରେ ହଜାରେ କୋଟି ଟଙ୍କା ସମ୍ପତ୍ତି ରହିଛି। ସେ ସମ୍ପତ୍ତିର ଦଲିଲ ଦର୍ଶାଇ ଗଣମାଧ୍ୟମରେ କିଛି କାଗଜପତ୍ର ମଧ୍ୟ ସେ ପ୍ରକାଶ କରିଥିଲେ। ଏହା ପରେ ସୋମିରେଡି ନେଲ୍ଲୁର ଥାନାରେ ଅଭିଯୋଗ କରିଥିଲେ ଯେ କାକାନି କାଗଜପତ୍ର ଜାଲିଆତି ହୋଇଛି।

ଏଥିସହ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଏଥିସହ ସେ କାକାନୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ରିପୋର୍ଟ ଅନୁଯାୟୀ, ପରେ ଜଣାପଡିଥିଲା ଯେ କାକାନୀଙ୍କ ଦ୍ୱାରା ଦର୍ଶାଯାଇଥିବା ଦଲିଲଗୁଡ଼ିକ ଜାଲିଆତି କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା।
ଟିଡିପି ନେତା ପାୟାଭୁଲା କେଶବ ଚୋରି ମାମଲାର ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ ଜାଲିଆତି ମାମଲାରେ କାକାନି ମୁଖ୍ୟ ଅଭିଯୁକ୍ତ ଥିଲେ। ଟିଡିପି ନେତା କହିଛନ୍ତି ଯେ କାକାନିଙ୍କ ବିରୋଧରେ ଚାର୍ଜସିଟରେ ପ୍ରମାଣ ଭାବରେ ଦର୍ଶାଯାଇଥିବା କାଗଜପତ୍ର ଚୋରିରୁ କିଏ ଉପକୃତ ହୋଇପାରିବ ତାହା ତଦନ୍ତରୁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲକ-୫ ଗାଇଡଲାଇନ ଜାରି: ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ,୩୦।୯- କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୫ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସେହିପରି...

ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍‌ ମନ୍ତ୍ରୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ...

ପେଟରୁ ବାହାରିଲା ଚାମୁଚ, ସ୍କୃ-ଡ୍ରାଇଭର, ଟୁଥ୍‌ ବ୍ରସ୍‌ ଓ ଛୁରୀ

ଶିମଲା,୨୫।୫: ହିମାଚଳପ୍ରଦେଶ ହୈରତ୍‌ଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ପେଟରୁ ୮ ଷ୍ଟିଲ୍‌ ଚାମୁଚ, ୨ ସ୍କୃ-ଡ୍ରାଇଭର, ୨ ଟୁଥ୍‌ ବ୍ରସ୍‌ ଏବଂ ଗୋଟିଏ ଛୁରୀ ଅପରେଶନ୍‌...

ତ୍ରିଶୂଳ, ଉଦିତ ସୂର୍ଯ୍ୟ କିମ୍ବା ମଶାଲ

ନୂଆଦିଲ୍ଲୀ,୧୦ା୧୦: ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନରେ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ଶିବସେନା ନାଁ ଏବଂ ଧନୁତୀର ଚିହ୍ନ ବ୍ୟବହାର କରିପାରିବେ...

ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ: ମାଟିତଳୁ ମିଳିଲା ପୂରାତନ ମୂର୍ତ୍ତି ସହିତ ଶିବଲିଙ୍ଗ

ଅଯୋଧ୍ୟା,୨୧।୫: ଅଯୋଧ୍ୟାର ରାମଜନ୍ମଭୂମିଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା ଆରମ୍ଭ ହୋଇଛି। ମାଟି ସମତଳ ସମୟରେ ଏଠାରୁ ପୂରାତନ ମୂର୍ତ୍ତିର...

ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ: ଟାର୍ଗେଟରେ ଆତଙ୍କବାଦୀଙ୍କ ସାହାଯ୍ୟକାରୀ

ଶ୍ରୀନଗର,୨୪।୧୨: ଆତଙ୍କବାଦୀଙ୍କ ନେଟୱାର୍କକୁ ଭାଙ୍ଗିବା ପାଇଁ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଜମ୍ମୁର କଠୁୁଆ ଜିଲାରେ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୨।୭: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଶୁକ୍ରବାର ସକାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ଯବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।...

ତାଜମହଲ ସୌନ୍ଦର୍ଯ୍ୟକୁ ଗର୍ଲଫ୍ରେଣ୍ଡଙ୍କ ସହ ଉପଭୋଗ କଲେ ଆମାଜନ୍‌ ସିଇଓ

ଆଗ୍ରା,୨୨।୧: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ...

Advertisement
Archives

Model This Week